କୋଭିଡ-୧୯ ମହାମାରୀ ମୁକାବିଲା: ଡାକ୍ତର, ସ୍ବାସ୍ଥ୍ୟକର୍ମାଙ୍କ ସେବାକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ-୧୯)ର ପ୍ରକୋପ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭ କର ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଏହି ମହା ବିପଦକୁ ମୁକାବିଲା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ବିଶ୍ୱ ମହାମାରୀର ମୁକାବିଲା ପାଇଁ ସେମାନଙ୍କର ସେବାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ମହାନଦୀ କୋଲ୍‌ ଲିମିଟେଡ୍‌ର ଓଡ଼ିଶାକୁ ସହାୟତା ପାଇଁ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଘରୋଇ ହସ୍ପିଟାଲ ସୋଆ ପକ୍ଷରୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଥିବାରୁ ସମ୍ପୃକ୍ତ ସଂସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି।


All Right Reserved By Dharitri.Com

୧୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୮ ସୁରଟ ଫେରନ୍ତା

ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୦ ନୂତନ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।...

୨୦ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା

କଟକ ଅଫିସ, ୧୨।୧୧:୨୦ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ବାବଦ ଟଙ୍କା ଯାଇଛି। ଏମାନଙ୍କୁ କିଏ ହିତାଧିକାରୀ ଚିହ୍ନଟ କଲା ଓ ଏହି...

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ...

ପ୍ରବାସୀ ଓଡ଼ିଆଙ୍କ ଜାତୀୟ ରାଜପଥ ଅବରୋଧ, ଅଟକିଲା ଶହ ଶହ ଗାଡି

ଭଦ୍ରକ ଅଫିସ,୨୬ା୫ : ଭଦ୍ରକ ନିକଟ ମାଛ ମାର୍କେଟ ନିକଟ ଜାତୀୟ ରାଜପଥ ୧୬ରେ ମଙ୍ଗଳବାର ସକାଳେ ହଜାର ହଜାର ପ୍ରବାସୀ ଓଡ଼ିଆ ରାସ୍ତା ଅବରୋଧ...

ଟ୍ରେନ ଫେରନ୍ତା ଯୁବକଙ୍କଠାରୁ ଲୁଟ୍‌

ଭୁବନେଶ୍ୱର, ୭ା୩(ବ୍ୟୁରୋ): ରାଜଧାନୀରେ ରାତିରେ କିନ୍ନରମାନଙ୍କ ଉପତ୍ାତ ଦିନକୁ ଦିନ ବଢିବାରେ ଲାଗିଛି। ଗୁରୁବାର ରାତିରେ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଟ୍ରେନ ଫେରନ୍ତା ଯାତ୍ରୀଙ୍କୁ ଲୁଟପାଟ...

କ୍ୱାରାଣ୍ଟାଇନ୍‌ ହାଉସ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କରୋନା ଭାଇରସ୍‌ରୁ ରକ୍ଷାପାଇବା ପାଇଁ ଏବେ ଅନେକେଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଉଛି। କିନ୍ତୁ କ୍ୱାରାଣ୍ଟାଇନ୍‌ ହାଉସ୍‌ ନାଁରେ ଏବେ ଏକ ଚ୍ୟାଲେଞ୍ଜ ସୋସିଆଲ୍‌ ମିଡିଆରେ...

୨୫ରୁ ବନ୍ଦ ହେବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଆସନ୍ତା ୨୫ତାରିଖରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ବନ୍ଦ ହେବ। ଏ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ଚିଠି...

ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ...

Leave a comment

Your email address will not be published. Required fields are marked *