କରୋନା ମୁକାବିଲା: ସଙ୍ଗରୋଧ ଗୃହ ଲାଗି ଉନ୍ନତିକରଣ ହେଉଛି ବିଦ୍ୟାଳୟ

ପାପଡ଼ାହାଣ୍ଡି,୬ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ଲାଗି ସରକାର ପ୍ରତ୍ୟେକ ବ୍ଲକର ପଞ୍ଚାୟତରେ ଖୋଲିଛନ୍ତି ଗୋଟିଏ ଗୋଟିଏ ସଙ୍ଗରୋଧ ଗୃହ। ପଞ୍ଚାୟତର ପ୍ରାୟ ବିଦ୍ୟାଳୟକୁ ହିଁ ଏଥିପାଇଁ ଚି଼ହ୍ନଟ କରାଯାଇଛି। ୫୦ ଶଯ୍ୟା ସହ ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ବ୍ୟୟରେ ଏହି ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକୀୟ ସରଞ୍ଜାମ ରଖାଯାଉଛି। ତେଣୁ ବିଦ୍ୟାଳୟଗୁଡିକର ଉନ୍ନତିକରଣ କରାଯାଉଛି। ଯେଉଁ ବିଦ୍ୟାଳୟରେ ବିଦ୍ୟୁତ୍‌ ସୁବିଧା ନାହିଁ ସେଠାରେ ବିଦ୍ୟୁତ୍‌କରଣ କରାଯାଉଛି। ବିଦ୍ୟାଳୟ କୋଠରିରେ ଫ୍ୟାନ୍‌, ଲାଇଟ ଆଦି ଲଗାଯାଉଛି। ପାଣି ଟାଙ୍କି ନ ଥିଲେ ନଳକୂପରେ ମୋଟର ଲଗାଇ ପାଣିର ବ୍ୟବସ୍ଥା କରାଯାଉଛି। ଏଥିସହ ବ୍ଲିଚିଂ ଓ ଫିନାଇଲ ପକାଇ ପରିଷ୍କାର କରାଯାଉଛି। ପଞ୍ଚାୟତର ବିଭିନ୍ନ ବିଭାଗୀୟ ଅଧିକାରୀ ୨୪ ଘଣ୍ଟା ପ୍ରହରା ଦେଉଛନ୍ତି। ଲୋକମାନେ ନିଜେ ସଚେତନ ହେବା ସହ ଏହି ବିଦ୍ୟାଳୟଗୁଡିକର ଉନ୍ନତିକରଣରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

ସର୍ବସାଧାରଣରେ ମଦ ବ୍ୟବହାର ନିଷ୍ପତ୍ତିକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୧- ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଫେସର...

ରୋଜଗାର ମାଗିଲେ ଯାଯାବର

(ଅଜିତ ଧଳ) ଛେଣ୍ଡିପଦା,୧୨ା୪ – ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ନେବାକୁ ବହୁ ଥିଲାବାଲାଙ୍କ ହାତ ଲମ୍ବି ଆସୁଥିବା ବେଳେ ଖାଦ୍ୟ ସାମଗ୍ରୀ ଧରି ଘରଦୁଆରେ...

ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ: ଆଖି ବୁଜିଲେ କାର୍ତ୍ତିକ ମେହେର

ବରଗଡ଼ ଅଫିସ୍‌, ୨୮ା୧୨: ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ବରଗଡ଼ ଜିଲା ପଦ୍ମପୁର ନିକଟ ବୁଧାପାଲି ଗାଁର...

ବେଆଇନ ବାଲି ଚାଲାଣ ଅଭିଯୋଗ, ୭ ଗିରଫ: ୬ ଗାଡି, ମ୍ୟାଜିକ୍‌ ପେନ୍‌ ସହ ରସିଦ ବହି ଜବତ

ଆସିକା,୧୬ା୧୨ (ଡି.ଏନ୍‌.ଏ.)-ଆସିକା ଏନ୍‌ଏସି ସୁନାମ୍ବ ସାହି ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନଭାବେ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗରେ ଶନିବାର ରାତିରେ ପୋଲିସ ୭ ଜଣଙ୍କୁ...

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ...

ଖୋଲିବ ୨୩୫ କ୍ବାରାଣ୍ଟାଇନ୍‌ ହୋମ୍‌

ଅନୁଗୋଳ ଅଫିସ୍‌, ୧୯।୩: କରୋନା ସନ୍ଦିଗ୍ଧଙ୍କ ନିମନ୍ତେ ପ୍ରତି ଜିଲାରେ ପଞ୍ଚାୟତ ଓ ସଦର ମହକୁମାର ବିଦ୍ୟାଳୟଗୁଡ଼ିକରେ କ୍ବାରାଣ୍ଟାଇନ୍‌ ହୋମ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା

ଚମ୍ପୁଆ, ୯।୯(ଡି.ଏନ.ଏ.)-ଚମ୍ପୁଆ ଓ ଯୋଡା ବ୍ଲକରେ ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ବିଦ୍ୟାଳୟଠାରୁ ଆରମ୍ଭ କରି ବେସରକାରୀ ବିଦ୍ୟାଳୟସଗୁଡ଼ିକ...

ଦାବି ପୂରଣ ନେଇ ଗୋଆଲଡ଼ିହି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରାଇସୁଆଁ,୨୨।୧(ଡି.ଏନ୍‌.ଏ.): ବିଭିନ୍ନ ସମସ୍ୟା ନେଇ କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋଆଲଡ଼ିହି ରେଲ୍‌ୱେ ସାଇଡିଂ ରାସ୍ତାକୁ ଶତାଧିକ ମହିଳା ପୁରୁଷ ବୁଧବାର ଅବରୋଧ କରିଛନ୍ତି।...

Leave a comment

Your email address will not be published. Required fields are marked *