ଏଇ ଭାରତରେ

କେରଳରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ଜଣେ ମାଛ ଦୋକାନି ତାଙ୍କ ଅଞ୍ଚଳକୁ ଭୂତାଣୁ ମୁକ୍ତ କରିବା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା ଏକ ଉଦାହରଣ ସୃଷ୍ଟି କରିଛି। କାଞ୍ଜିରାପାଲ୍ଲୀ ସହରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ନାଜିବ । ସେ ଏକ ହ୍ୟାଣ୍ଡ ଓ୍ବାଶିଂ ମେଶିନ ତିଆରି କରିଛନ୍ତି। ଏଥିରେ ଏକ ପାଣି ଟାଙ୍କି ଖଞ୍ଜା ଯାଇଛି । ପୂରା ମେଶିନକୁ ସେ ଏକ ଅଟୋରେ ରଖି ସେଥିରେ ଟ୍ୟାପ୍‌ ଲଗାଇଛନ୍ତି। ଏହାକୁ ସେ କାଞ୍ଜିରାପଲ୍ଲୀ ସହରର ସବୁଆଡେ ବୁଲାଇ ରାସ୍ତାଘାଟକୁ ଜୀବାଣୁ ମୁକ୍ତ କରିବା ସହ ଲୋକମାନଙ୍କୁ ଲିକ୍ୱିଡ ହ୍ୟାଣ୍ଡ ୍‌ଓ୍ବାଶ ଓ ସାବୁନ ବି ବାଣ୍ଟୁଛନ୍ତି। ଲୋକମାନଙ୍କୁ ମଧ୍ୟ କେରାନାର ଭୟାଭୟତା ତଥା ହାତ ସଫା କରିବାର ଗୁରୁତ୍ୱ ଉପରେ ସଚେତନ କରୁଛନ୍ତି। କେବଳ ଏତିକି ନୁହେଁ ଏହି ସହର ଦେଇ ଯାଉଥିବା ସବୁ ଯାନକୁ ସ୍ପ୍ରେକରି ସଫା କରୁଛନ୍ତି। ଏ ସମସ୍ତ କାର୍ଯ୍ୟ ନାଜିବ ମାଗଣାରେ କରୁଛନ୍ତି। ସେ ବ୍ଲଚିଂ ପାଉଡର, ଆଣ୍ଟି ସେଫି୍ଟକ ଲୋଶନ ଏବଂ ଲେମନ ଗ୍ରାସ୍‌ ଅଏଲକୁ ମିଶାଇ ଏକ ଜୀବାଣୁ ନାଶକାରୀ ଦ୍ରବଣ ପ୍ରସ୍ତୁତ କରି ତାହାକୁ ବ୍ୟବହାର କରୁଛନ୍ତି। ଏହାକୁ ସ୍ବାସ୍ଥ୍ୟ ଅଧିକାରୀମାନେ ଅନୁଧ୍ୟାନ କରିବା ପରେ ଏହାକୁ ବସ୍‌ଷ୍ଟାଣ୍ଡ, ରାସ୍ତା ତଥା ଅନ୍ୟ ସର୍ବସାଧାରଣ ସ୍ଥାନଗୁଡିକରେ ସେ ସ୍ପ୍ରେ କରୁଛନ୍ତି। ତାଙ୍କୁ ଏହି କାର୍ଯ୍ୟରେ ଏବେ ଅନେକ ସ୍ବେଚ୍ଛାସେବୀ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କିଛିଦିନ ତଳେ ଅନେକ ଲୋକ ନାଜିବଙ୍କୁ ଏହି କାର୍ଯ୍ୟ ଲାଗି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ନଜିବ ପ୍ରଥମେ ଜଣେ ଟ୍ରକ୍‌ ଡାଇଭର୍‌ ଥିଲେ । ପରେ ସେ ତାହା ଛାଡି ମାଛ ବ୍ୟବସାୟ କରୁଛନ୍ତି।


All Right Reserved By Dharitri.Com

ଦୋଛକିରେ ଜୀବନ ଓ ଜୀବିକା

ରୁଦ୍ରପ୍ରସନ୍ନ ମିଶ୍ର କରୋନା ମହାମାରୀ ବିଗତ କିଛି ଦଶକ ଭିତରେ ମାନବ ସଭ୍ୟତା ଆଗରେ ଠିଆ ହୋଇଥିବା ସଙ୍କଟମାନଙ୍କ ମଧ୍ୟରେ ବୋଧହୁଏ ସବୁଠାରୁ ବଡ ସଙ୍କଟ।...

ହେପାଟାଇଟିସ୍‌ ଓ ଲିଭର ସିରୋସିସ୍‌

ଡା. ଉମେଶ ଚନ୍ଦ୍ର ପାତ୍ର ମଣିଷର ଯକୃତଜନିତ ମାରାତ୍ମକ ରୋଗ ଭାବେ ଲିଭର୍‌ ସିରୋସିସ୍‌ ପରିଚିତ। ପ୍ରାଥମିକ ସ୍ତରରେ ରୋଗୀକୁ ଯନ୍ତ୍ରଣା ଲାଗୁ ନ ଥିବା...

ଭଲ ବିଭକ୍ତ ଖରାପ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ସମୟ ସା ସାତଟା। ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ସୂର୍ଯ୍ୟ ଡୁବିଗଲେଣି। ରାଜଧାନୀର ଅସ୍ତାଚଳରେ ଉଜ୍ଜ୍ୱଳ ସ୍ବର୍ଣ୍ଣାଭ ଆଲୋକରେ ଉଦ୍ଭାସିତ ହେଲାଣି...

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ଯେଉଁ ଗୁରୁ ଅତି ନିଷ୍ଠାର ସହ ପିଲାଙ୍କୁ ପାଠ ପଢ଼ାନ୍ତି ସେ ଛାତ୍ରୀଛାତ୍ରଙ୍କ ନିକଟରେ ସବୁବେଳେ ପ୍ରଣମ୍ୟ ଓ ନମସ୍ୟ ହୋଇ ରହନ୍ତି। ସେହି...

ବଳିଦାନ ସମାପ୍ତ: କ୍ଷମା ଆରମ୍ଭ

ଜୀବନ ନାଶକାରୀ କୋଭିଡ୍‌-୧୯ର କ୍ରୋଧ ତାଣ୍ଡବଲୀଳା ମାନବ ସମାଜକୁ ଭୀଷଣ ଆଘାତ କରିଛି। ଈଶ୍ୱରଙ୍କଠାରେ ଆମର ପ୍ରାର୍ଥନା, ନିବେଦନ ମଣିଷ ସମାଜକୁ ଈଶ୍ୱର ଏହି ବିଷାକ୍ତ...

ଚିନ୍ତା ବଢ଼ାଉଛି ‘ଡି’

ଈପ୍ସିତା ମହାନ୍ତି ସୁସ୍ଥ ରହିବାକୁ କିଏ ବା ନ ଚାହେଁ। ସୁସ୍ଥ ଶରୀର ପାଇଁ ଭିଟାମିନ ବା ଜୀବସାରର ଆବଶ୍ୟକତାକୁ ମଧ୍ୟ ସଭିଏ ଜାଣନ୍ତି। ଏହା...

ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଅନେକଙ୍କୁ ପଦପଦବୀ ଓ ଅର୍ଥ ଉପାର୍ଜନର ମୋହରୁ ଦୂରକୁ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଜଣେ ମହିଳା...

ଗାନ୍ଧିଜୀ: ହତ୍ୟା ନା ଦେହାବସାନ

ଡ. ରମେଶ ଚନ୍ଦ୍ର ପରିଡ଼ା ଗାନ୍ଧିଜୀଙ୍କୁ ସାମାନ୍ୟତମ ବୁଝିଥିବା ଲୋକଟିଏ କଦାପି ବିଶ୍ୱାସ କରିପାରିବ ନାହିଁ ଯେ ତାଙ୍କୁ ହତ୍ୟା କରିବା ସମ୍ଭବ ବୋଲି। ତାଙ୍କୁ...

Leave a comment

Your email address will not be published. Required fields are marked *