ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ। ଇତିହାସରେ ପ୍ରଥମ ଥର ପାଇଁ ଏପରି କଟକଣା ଲାଗୁ କରାଯାଇଛି। ଫଳରେ ଏବେ ଅଟକି ଯାଇଛି ସାରା ଦେଶ। ହେଲେ କରୋନା ପ୍ରକୃତି ପାଇଁ ବରଦାନ ସାଜିଛି । ମନୁଷ୍ୟର ଅତ୍ୟଧିକ ହସ୍ତକ୍ଷେପ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପ୍ରକୃତି ନିଜକୁ ପୁଣି ଥରେ ସଜାଡ଼ିବା ଆରମ୍ଭ କରିଛି। ବାୟୁରେ କମିଗଲାଣି ପ୍ରଦୂଷଣ। ପ୍ରଦୂଷିତ ନଦୀ ଜଳରେ ଫେରିଲାଣି ସ୍ବଚ୍ଛତା। କରୋନା ପ୍ରଭାବରେ ହୋଇଥିବା ବନ୍ଦ ମଣିଷଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିଥିବାବେଳେ ପ୍ରକୃତି କିନ୍ତୁ ନିଜ ରୂପକୁ ଫେରିବା ଆରମ୍ଭ କରିଛି।
ମାର୍ଚ୍ଚ ୨୪ରୁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ। ଦେଶର ୧୩୦କୋଟି ଜନସାଧାରଣଙ୍କ ଜୀବନ ଘରର ଚାରିକାନ୍ଥ ଭିତରେ ସୀମିତ ହୋଇଯାଇଛି। କଳକାରଖାନା, ଦୋକାନବଜାର ସବୁ କିଛି ବନ୍ଦ ଅଛି। ଏହାର ପ୍ରଭାବରେ ଭାରତର ବୃହତ୍ତମ ନଦୀ ଗଙ୍ଗା ସ୍ବଚ୍ଛ ହେଉଛି। ବାରଣାସୀରେ ଅବିରାମ ଗତିରେ ପ୍ରବାହିତ ଗଙ୍ଗାର ନର୍ମଳ ଧାରା ପାଲଟିଛି ଏହାର ମୂକସାକ୍ଷୀ। ଯେଉଁ ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ତାହାକୁ ସଫଳ କରୁଛି ଲକ୍‌ଡାଉନ୍‌।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଗଙ୍ଗାନଦୀ କୂଳରେ ଗଢ଼ି ଉଠିଥିବା କମ୍ପାନୀର ବର୍ଜ୍ୟଜଳ ଏହାର ପାଣିକୁ ପ୍ରଦୂଷିତ କରୁଛି। ନଦୀର ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଇଥିଲା ଯେ, ତାହା ବ୍ୟବହାର ଅନୁପଯୋଗୀ ବୋଲି ବିଚାର କରାଯାଉଥିଲା। ହେଲେ ନିକଟରେ କରାଯାଇଥିବା ପରୀକ୍ଷଣରୁ ଗଙ୍ଗାନଦୀରେ ଚିହ୍ନଟ କରାଯାଇଥିବା ୩୬ସ୍ଥାନ ମଧ୍ୟରୁ ୨୭ଟିରେ ପାଣିର ଗୁଣବତ୍ତା ପୂର୍ବାପେକ୍ଷା ଯଥେଷ୍ଟ ପରିମାଣରରେ ବୃଦ୍ଧି ପାଇଛି। ଏସବୁ ସ୍ଥାନରେ ଜଳଚଳଜୀବଙ୍କ ଉପସ୍ଥିତ ମଧ୍ୟ ଦେଖିବାକୁ ମିଳିଛି, ଯାହା ମତ୍ସ୍ୟଚାଷ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ସାଧାରଣତଃ ଏପ୍ରିଲ ମାସରେ ଗଙ୍ଗାନଦୀର ଜଳସ୍ତର ହ୍ରାସ ପାଇଥାଏ। ଏହାର ସ୍ରୋତ ଅକ୍ଷେପାକୃତ କମିଯାଇଥାଏ। ହେଲେ ଲକ୍‌ଡାଉନ୍‌ ଯୋଗୁ ଏହାର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି। କେବଳ ଗଙ୍ଗାନୁହେଁ ଅନ୍ୟତମ ବୃହତମ ନଦୀ ଯମୁନାରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି। ପୂର୍ବରୁ ମାତ୍ରାଧିକ ପ୍ରଦୂଷଣ ଯୋଗୁ ନଦୀ ଜଳରେ ଧଳାଫେଣ ସୃଷ୍ଟି ହେଉଥିଲା। ଏହା ପିଇବା ତ ଦୂରର କଥା ସ୍ନାନ କରିବାକୁ ମଧ୍ୟ ଅନୁପଯୋଗୀ ବୋଲି ବିଚାର କରାଯାଉଥିଲା। କରୋନା ପାଇଁ ହୋଇଥିଲା ଲକ୍‌ଡାଉନ ପରେ ଏଥିରେ ସୁଧାର ଆସିଥିବା ସିପିସିବି ପକ୍ଷରୁ କୁହାଯାଇଛି।
କେବଳ ଏତିକି ନୁହେଁ, ଦିଲ୍ଲୀ-ଏନ୍‌ସିଆରବାସୀଙ୍କ ପାଇଁ ଶୁଦ୍ଧବାୟୁ ସ୍ବପ୍ନ ପାଲଟିଥିଲା। ହେଲେ ଏବେ ବାୟୁରେ ଶୁଦ୍ଧତା ବଢ଼ିଛି। ଏଠାକାର ବାୟୁର ଗୁଣବତ୍ତା ଅନ୍ତର୍ଜାତୀୟ ଇଣ୍ଡେକ୍ସ ଭିତରକୁ ଆସିଛି, ଯାହା ଆଗାମୀ ଭବିଷ୍ୟତ ପାଇଁ ଶୁଭସଙ୍କେତ। ସେହିପରି ପଞ୍ଜାବର ଜଳନ୍ଧର ଆକାଶରେ ସ୍ବଚ୍ଛତା ଆସିଛି। ଜଳନ୍ଧରରୁ ବରଫାବୃତ୍ତ ହିମାଳୟ ପର୍ବତର ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି। ଏହାକୁ ସୋସିଆଲ ମିଡିଆ ୟୁଜରମାନେ ବହୁସଂଖ୍ୟାରେ ପସନ୍ଦ କରୁଛନ୍ତି।


All Right Reserved By Dharitri.Com

ନିଜାମୁଦ୍ଦିନରୁ ଫେରିଛନ୍ତି ଷଷ୍ଠ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୪(ବ୍ୟୁରୋ):ରାଜ୍ୟରେ ଶୁକ୍ରବାର ଷଷ୍ଠ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ଘର କଟକ ବୋଲି ଜଣାପଡିଛି। ସେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର...

ମାନହାନି ମାମଲାରେ ରବିଶଙ୍କରଙ୍କୁ ସମନ

ଥିରୁଭାନନ୍ଥପୁରମ୍‌,୧୬ା୨(ପି.ଟି.): ଏକ ମାନହାନି ମାମଲାରେ ହାଜର ହେବା ଲାଗି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଶନିବାର କେରଳର ଏକ ଅଦାଲତ ସମନ ଜାରି କରିଛନ୍ତି। କଂଗ୍ରେସ...

ଜିଲା ରେଡ୍‌କ୍ରସ୍‌ ପାଣ୍ଠିକୁ ୪୪ କୋଟି ୫୦ଲକ୍ଷ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଭାଇରସ୍‌କୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟତମ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୩୦ ଜିଲାର ରେଡ୍‌କ୍ରସ ପାଣ୍ଠିକୁ ୪୪କୋଟି ୫୦...

ଅଯୋଧ୍ୟା ରାୟ ପରେ ୯୦ ଗିରଫ

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଦେବା ପରଠୁ ପ୍ରାୟ ୯୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ ହଜାରରୁ ଊର୍ଦ୍ଧ୍ୱ ପୋଷ୍ଟ ସୋସିଆଲ ମିଡିଆରୁ ହଟାଯାଇଛି। ସାମ୍ପ୍ରଦାୟିକ...

ମାୟାବତୀଙ୍କ ନିର୍ଦ୍ଦେଶକୁ ପାଳିଲେ ନାହିଁ ବିଧାୟକ: କହିଲେ, ଟୁଇଟ୍‌ ଦେଖି ନ ଥିଲି

ବେଙ୍ଗାଲୁରୁ, ୨୪।୭: କୁମାରସ୍ବାମୀ ସରକାରଙ୍କ ଆସ୍ଥାଭୋଟ ବେଳେ ବିଧାନସଭାରେ ଅନୁପସ୍ଥିତ ରହିଥିବା ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଏକମାତ୍ର ବିଧାୟକ ଏନ୍‌. ମହେଶଙ୍କୁ ମଙ୍ଗଳବାର ରାତିରେ...

କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ...

କରୋନାରେ ବ୍ରିଟିଶ୍‌ ହାସ୍ୟାଭିନେତା ଏଡିଙ୍କ ମୃତ୍ୟୁ

ଲଣ୍ଡନ,୩ା୪: କରୋନା ସଂକ୍ରମଣରେ ବ୍ରିଟେନର ବର୍ଷୀୟାନ ହାସ୍ୟାଭିନେତା ଏଡି ଲାର୍ଜଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ହସ୍ପିଟାଲରେ ତାଙ୍କର ହୃଦ୍‌ରୋଗ...

‘ମୋଦିଙ୍କୁ ମିଳୁ ଭାରତ ରତ୍ନ’

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି...

Leave a comment

Your email address will not be published. Required fields are marked *