ପୁନରୁଦ୍ଧାର ହେଉନି ଆଙ୍କୁଲି ବଡ଼ବନ୍ଧ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁର ସହରର ପୋଖରୀଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପୋତି ହେବାକୁ ବସିଛି ା ରାମଲିଙ୍ଗମ୍‌ ପୋଖରୀ, ବିଜିପୁର ସୁନାରୀ ବନ୍ଧ ଭଳି କେତେକ ପୋଖରୀକୁ ଛାଡିଦେଲେ ଏବେ ସହରର ଅନେକ ପୋଖରୀର ଅବସ୍ଥା ଶୋଚନୀୟ। ରକ୍ଷଣାବେକ୍ଷଣ, ପୁନରୁଦ୍ଧାର ଅଭାବରୁ ଏବେ ଅନେକ ପୋତିହେବାକୁ ବସିଲାଣି। ଏହାର ଉଦାହରଣ ବ୍ରହ୍ମପୁର ମହାନଗର ନିଗମ ଆଙ୍କୁଲି ଅଞ୍ଚଳର ବଡବନ୍ଧ ା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ପୋଖରୀ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଛି ା ବର୍ଷ ବର୍ଷ ଧରି ଆଙ୍କୁଲି, ଖୋଡାସିଙ୍ଗି ଅଞ୍ଚଳର ଖରାଦିନେ ଜଳାଭାବକୁ ପୂରଣ କରି ଆସୁଥିବା ଏହି ପୋଖରୀର ପୁନରୁଦ୍ଧାରକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା
କହିବାନୁଯାୟୀ, ବିଏମ୍‌ସିର ଆଙ୍କୁଲି ଅଞ୍ଚଳରେ ରହିଥିବା ବଡବନ୍ଧ ସହରର ବହୁପୁରାତନ ପୋଖରୀ ମଧ୍ୟ ଅନ୍ୟତମ ା ଏହି ପୋଖରୀ ଉପରେ ଆଙ୍କୁଲି ଅଞ୍ଚଳର ନିଗମ ନଗର, ନୂଆ ସାହି, କାର୍ଜି ସାହି, ଅନୁସୂଚିତ ଜାତି ସାହି, ପ୍ରଧାନ ସାହି , ବଡ ସାହି ଓ ମାଳି ସାହି ସମେତ ଖୋଡାସିଙ୍ଗି ଅଞ୍ଚଳର ପ୍ରାୟ ୧୦ ହଜାର ଲୋକ ନିର୍ଭର କରୁଛନ୍ତି ା ବର୍ଷ ବର୍ଷ ଧରି ଖରାଦିନେ ଜଳାଭାବକୁ ମଧ୍ୟ ଏହି ପୋଖରୀ ପୂରଣ କରିଆସୁଥିଲା ା କିନ୍ତୁ ଏହି ପୋଖରୀକୁ ଏବେ କେତେକ ଅସାଧୁବ୍ୟକ୍ତି ଘର ତଥା ଆପାର୍ଟମେଣ୍ଟର ମଇଳା ପାଣି ଛାଡୁଛନ୍ତି। ଫଳରେ ଏହାର ଜଳ ଏବେ ଦୂଷିତ ହେବା ସହ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଅନ୍ୟପକ୍ଷରେ ଆଖପାଖ ଜମିରେ ଜଳସେଚନ କରିବା ଉଦ୍ଦେଶ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଏହି ପୋଖରୀ ଅଧୀନକୁ ନେଇଥିଲା। ବର୍ତ୍ତମାନ ଏହି ପୋଖରୀର ଆଖପାଖ ଜମି ପ୍ଲଟିଂରେ ବ୍ୟବହାର ହେଉଛି ା ଫଳରେ ଏହି ପୋଖରୀ ଏବେ ବିଭାଗ ପାଇଁ ଅଦରକାରୀ ହୋଇଯାଇଛି ା ତେଣୁ ଏଥିପ୍ରତି ବିଭାଗ ଅବହେଳା କରୁଛି ା ଏହାର ପୁନରୁଦ୍ଧାର ତଥା ଦଳ ସଫା କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳବାସୀ କହିଛନ୍ତି ା ମେ ୨୨ତାରିଖରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି ା ଏଥିସହ କିଛି ଦିନ ପୂର୍ବେ ନିର୍ବାହୀଯନ୍ତ୍ରୀଙ୍କୁ ସାକ୍ଷାତ କରି ପୁନର୍ବାର ପୋଖରୀର ପୁନରୁଦ୍ଧାର କରିବା ଦିଗରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ା ତୁରନ୍ତ ଏହାର ପୁନରୁଦ୍ଧାର କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଅନ୍ୟପଟରେ ଏନେଇ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଅରୁଣ ଶୁକ୍ଳାଙ୍କ ସହ ଯୋଗାଯୋଗ ବେଳେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାଣି ନ ଥିବା ସେ କହିଛନ୍ତି ା ନିର୍ବାହୀଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା ା


All Right Reserved By Dharitri.Com

ଆର୍ମି ଏୟାର ଡିଫେନ୍ସ କଲେଜରେ ଯବାନଙ୍କ ଆତ୍ମହତ୍ୟା

ଗୋପାଳପୁର,୪ା୧୧-ଗଞ୍ଜାମ ଜିଲା ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ (ଏଡି) କଲେଜରେ ଶନିବାର ରାତିରେ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତାମିଲନାଡୁ ଅଞ୍ଚଳର ଏନ୍‌....

ମାସକରେ ଉଦ୍ଧାର ହେଲେ ୪୭୯ ଶିଶୁ

ଛତ୍ରପୁର,୪ା୯(ଡି.ଏନ.ଏ)- ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଜୁଲାଇ ୩୧ ତାରିଖରୁ ମାସେ ବ୍ୟାପୀ ଚାଲିଥିବା ଅପରେଶନ ପରୀ-୩ ଅଗଷ୍ଟ ୩୦ରେ ଶେଷ ହୋଇଛି। ନିଖୋଜ ଥିବା,...

ନୂଆବର୍ଷରେ ଫୁଲତୋଡ଼ା ବଦଳରେ ବହି ଦିଅ: ଜିଲାପାଳ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ବୁଧବାର ନୂତନ ବର୍ଷ ୨୦୨୦ ଆରମ୍ଭ ହେବ। ସାଧାରଣତଃ ଗ୍ରୀଟିଙ୍ଗସ୍‌ କାର୍ଡ, ଫୁଲ ତୋଡ଼ା ଓ ବିଭିନ୍ନ ଉପହାର ଦେଇ ନୂତନବର୍ଷର ଶୁଭେଚ୍ଛା ଜଣାଯାଏ। ତେବେ...

ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୨ା୧୧(ଡି.ଏନ.ଏ.)- ଗଞ୍ଜାମ ଏନ୍‌ଏସିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରୁ ନ ଥିବାରୁ ସହର ମୁଖ୍ୟରାସ୍ତା କଡ଼ ଡମ୍ପିଂୟାର୍ଡ’ପାଲଟିଛି। ଗଞ୍ଜାମ ଏନ୍‌ଏସି ଓ...

ବୁଢ଼ାଦାନୀ ଗ୍ରାମବାସୀଙ୍କୁ ନାଳ ଭରସା

ଫୁଲବାଣୀ ଅଫିସ, ୧୫ା୫-କନ୍ଧମାଳ ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ| ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ...

ସ୍ଥାନାନ୍ତର ହେଲା ଇଭିଏମ୍‌, କଲେଜରୁ ସୁରକ୍ଷା ହଟିଲା

ଭଞ୍ଜନଗର, ୩୧।୫(ଡି.ଏନ.ଏ.)- ଭୋଟ ଗଣତି ସରିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଥିବା ଆସିକା, ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଭିଏମ୍‌, ଭିଭିପିଏଟି...

ଡେଙ୍ଗୁ ନିରାକରଣ ସଚେତନତା

ହିଞ୍ଜିଳିକାଟୁ,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମ ସତ୍ୟଭାମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରଙ୍କ ଦ୍ୱାରା ଡେଙ୍ଗୁ ସଚେତନତା ରାଲି କରାଯାଇଥିଲା। ପ୍ରଧାନଶିକ୍ଷକ...

ଜନଜାଗରଣ ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ : ‘ବଳବତ୍ତର ରହିବ ସିଏଏ, ଉପକୃତ ହେବେ ସଂଖ୍ୟାଲଘୁ’

ବ୍ରହ୍ମପୁର ଅଫିସ,୧୧ା୧-ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବାମପନ୍ଥୀ ଦଳ, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଦେଶର ଅନ୍ୟମାନେ ସମର୍ଥନ...

Leave a comment

Your email address will not be published. Required fields are marked *