ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା ଲାଗି ପ୍ରସ୍ତୁତ ହୋଇଥାନ୍ତି । ଏହାର ସଦ୍ୟତମ ଉଦାହରଣ ପାକିସ୍ତାନର ଏକ ଛୋଟ ବାଳକଠାରେ ଦେଖିବାକୁ ମିଳିଛି । ପିଲାଟିକୁ ମା’ କହିଥିଲେ ବିପଦ ସମୟରେ ଲୋକଙ୍କ ସହାୟତା କରିବା ଜରୁରୀ । ଏହାର ପ୍ରଭାବ ପିଲାଟି ଉପରେ ପଡ଼ିଥିଲା । ସେ ମା’ ତିଆରି କରିଥିବା ମାସ୍କ୍ ବିକ୍ରି କରିବାକୁ ଘରୁ ଗୋଡ଼ କାଢ଼ିଛି । ଦେଶରେ କରୋନା ସଂକ୍ରମଣ ହୋଇଥିବା ସମୟରେ ସାହିବାଲ ସହରର ପାକପାଟନ ଛକରେ ରାସ୍ତା କଡ଼ରେ ମୁହଁରେ ମାସ୍କ୍ ପିନ୍ଧି ହାତରେ ଏକ ବାଡ଼ିରେ ବହୁଗୁଡ଼ିଏ ମାସ୍କ୍ ଧରି ଠିଆ ହୋଇଛି । ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ମାସ୍କ୍ ନେବାକୁ କହୁଛି । ଯଦି କେହି ପାଖରେ ଟଙ୍କା ନ ଥିବା କହୁଛନ୍ତି, ସେମାନଙ୍କୁ ମାଗଣାରେ ମାସ୍କ୍ ନେଇ ଯିବାକୁ କହୁଛି । ମାସ୍କ୍ ପିନ୍ଧି ସୁରକ୍ଷିତ ରହିବାକୁ ମଧ୍ୟ ସେ ଲୋକଙ୍କୁ ସଚେତନ କରାଉଛି । ସେ ୨୦ ଟଙ୍କାରେ ମାସ୍କ୍ ବିକ୍ରି କରୁଛି । ଏବେ ପିଲାଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।


All Right Reserved By Dharitri.Com

ମାଲ୍‌ ଗାଡ଼ିରେ ଲୁଚି ପଳାଉଥିଲେ ୨୦ ଶ୍ରମିକ

କେନ୍ଦୁଝର,୪ା୫(ଡି.ଏନ୍‌.ଏ./ସ୍ବ.ପ୍ର.)-ସାରା ଦେଶ ସମେତ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହାଫଳରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଶ୍ରମିକମାନେ କେନ୍ଦୁୁଝର ଜିଲା ଦେଇ...

ସେନା କର୍ମଚାରୀଙ୍କ କଲ୍ୟାଣ ଲାଗି ଏକ ପ୍ରୟାସ

ସେନା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ୧୯୪୯ରୁ ପ୍ରତିବର୍ଷ ୭ ଡିସେମ୍ବରରେ ସଶସ୍ତ୍ର ସେନା ପତାକା ଦିବସ ଭାରତରେ ପାଳନ କରାଯାଉଛି। ଦେଶର ଏକତା...

ଭାଲେଣ୍ଟାଇନ୍ସ ଡେ’ରେ ପିଲାମାନଙ୍କୁ ଶପଥ କରାଇଲେ ଶିକ୍ଷକ: କରିବେ ନାହି ପ୍ରେମ କି ପ୍ରେମ ବିବାହ

ଅମରାବତୀ,୧୪।୨: ମହାରାଷ୍ଟ୍ର ଅମରାବତୀ ଜିଲାରେ ଥିବା ଏକ ଆର୍ଟସ କଲେଜର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପିଲାମାନଙ୍କୁ...

ଭାରତୀୟ ଶିଖ୍‌ଙ୍କ ପାଇଁ ଖୋଲିଲା ପାକିସ୍ତାନ ଗୁରୁଦ୍ୱାର

ଲାହୋର,୨ା୭(ପି.ଟି.): ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସିଆଲକୋଟରେ ୫୦୦ବର୍ଷର ଏକ ପୁରାତନ ବବେ-ଦେ-ବର ଗୁରୁଦ୍ୱାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପୂର୍ବରୁ ଭାରତୀୟମାନଙ୍କୁ...

ତୃତୀୟ ଲକ୍‌ଡାଉନରେ ପୁଣିଥରେ ଶୂନ୍ୟରୁ କାମ ଆରମ୍ଭ କରିବ ଦିଲ୍ଲୀ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉମାତ୍ର ୪ ଦିନ ବାକି ରହିଛି। ହେଲେ ଏବେ...

କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜୁଥିବା ବିଶେଷଜ୍ଞଙ୍କ ସହ ଅଛନ୍ତି ମୂଳ ଭାରତୀୟ ଅରିଞ୍ଜୟ ବାନାର୍ଜୀ

ଟୋରୋଣ୍ଟୋ,୧୯।୩: କରୋନା ଭାଇରସ ଏବେ ପ୍ରାୟ ୧୬୦ ଦେଶକୁ ନିଜ କବଳକୁ ନେଇ ସାରିଥିବା ବେଳେ ଏବେ ଏଥିରେ ୮ ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ...

ତିନି ମାସର ଦରମା ଦାନ କଲେ ମୁକେଶ

ପାଲଲହଡ଼ା, ୨୭।୩ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡା ବିଧାୟକ ମୁକେଶ କୁମାର ପାଲ ତାଙ୍କର ଆଗାମୀ ୩ ମାସର ଦରମା (ବେସିକ ସାଲାରି) ବାବଦ ୧ଲକ୍ଷ...

୧୧ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟାକଲା ଆଇଏସ୍‌

କାନୋ,୨୮ା୧୨: ଉତ୍ତର-ପୂର୍ବ ନାଇଜେରିଆରେ ଆଇଏସ୍‌ ଆତଙ୍କବାଦୀମାନେ ୧୧ ଜଣ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିଛନ୍ତି। ଆଖିରେ କଳାପଟି ବନ୍ଧାଯାଇଥିବା ଏହି ଖ୍ରୀଷ୍ଟିଆନ୍‌ମାନଙ୍କୁ ଏକ ଅଜଣା ଜାଗାକୁ ନେଇ...

Leave a comment

Your email address will not be published. Required fields are marked *