Posted inଖେଳ

ମ୍ୟାଚ ବାତିଲ:ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପଏଣ୍ଟ

ସାଉଥାମ୍ପଟନ, ୧୧ା୬ (ପି.ଟି.)-ସୋମବାର ଏଠାରେ ଦକ୍ଷିଣ ଆଫ୍ରିକା ବନାମ ଓ୍ବେଷ୍ଟଇଣ୍ଡିଜ ବିଶ୍ୱକପ୍‌ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଖେଳ ସ୍ଥଗିତ ରଖାଯିବା ବେଳକୁ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୮ ଓଭରରେ ୨ ଉଇକେଟ ବିନିମୟରେ ୨୯ ରନ କରିଥିଲା। ଓ୍ବେଷ୍ଟଇଣ୍ଡିଜର ଶେଲ୍‌ଡନ କୋଟ୍ରେଲ ହାଶିମ୍‌ ଅମ୍‌ଲା ଏବଂ ଏଡେନ୍‌ ମାରକ୍ରାମ୍‌ଙ୍କୁ ଆଉଟ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ। କ୍ୱିଣ୍ଟନ ଡି’ କକ୍‌ ୧୭ ରନ ଏବଂ ଫାଫ୍‌ ଡୁପ୍ଲେସି ବିନା କୌଣସି ରନରେ ଅପରାଜିତ ରହିଥିଲେ। ଆଉ ଖେଳ ସମ୍ଭବ ନ ହେବାରୁ ଉଭୟ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି। ଇଂଲଣ୍ଡ, ବାଂଲାଦେଶ ଓ ଭାରତଠାରୁ ପଛକୁ ପଛ ପରାଜୟବରଣ ପରେ ଦକ୍ଷିଣ ଆଫ୍ରିକା ଟୁର୍ନାମେଣ୍ଟରେ ପ୍ରଥମ ପଏଣ୍ଟ ଅର୍ଜନ କରିଛି। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜର ପଏଣ୍ଟ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏହି ଦଳ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଛି।


All Right Reserved By

Posted inଖେଳ

ସିନ୍‌ସିନାଟି ମାଷ୍ଟର୍ସ ଟେନିସ : ସେମିରେ ହାରିଲେ ଜୋକୋଭିଚ୍‌, ମେଡଭେଡେଭ- ଗଫିନ୍‌ ଫାଇନାଲ

ସିନସିନାଟି, ୧୮।୮(ଏଏଫ୍‌ପି): ଏଠାରେ ଚାଲିଥିବା ସିନସିନାଟି ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ...

ଏସିଆନ ଚାମ୍ପିୟନଶିପ୍‌ ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-ଦୋହାଠାରେ ଏପ୍ରିଲ ୨୧ରୁ ଆରମ୍ଭ ହେବାକୁଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଚୂଡ଼ାନ୍ତ ୪୩ ଜଣିଆ ଦଳ ଘୋଷଣା କରାଯାଇଛି।  ଏଥିରେ...

ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ: ବାଂଲାଦେଶର ସହଜ ବିଜୟ

ଡବ୍ଲିନ୍‌,୧୬।୫- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜରେ ବୁଧବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶ ୪୨ଟି ବଲ ବାକି ରଖି ୬ ଉଇକେଟରେ ଅତି...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଚର୍ଚ୍ଚାରେ ଧୋନୀଙ୍କ ୭ ନମ୍ବର ଜର୍ସି

ନୂଆଦିଲ୍ଲୀ,୨୫ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବା ଲାଗି ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର...

ରଶିଦ ଆଫଗାନିସ୍ତାନ କ୍ରିକେଟ ଦଳର ନୂଆ ଅଧିନାୟକ

କାବୁଲ, ୧୨ା୭ (ପି.ଟି.): ଷ୍ଟାର ସ୍ପିନର ରଶିଦ ଖାଁଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ ଦଳର ସମସ୍ତ ଫର୍ମାଟ ପାଇଁ ନୂଆ ଅଧିନାୟକ ଭାବେ ନିଯୁକ୍ତି ମିଳିଛି।...

ହାମିଲଟନଙ୍କୁ ରେକର୍ଡ ଟାଇଟଲ

ସିଲ୍‌ଭରଷ୍ଟୋନ୍‌, ୧୫ା୭-ମର୍ସିଡିଜର ଲୁଇସ୍‌ ହାମିଲଟନ ରେକର୍ଡ ୬ଷ୍ଠ ଥର ବ୍ରିଟିଶ ଫର୍ମୁଲଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ଏଠାରେ ଜିମ୍‌ କ୍ଲାର୍କ ଏବଂ...

ଜୋକୋଭିଚ୍‌ ବିଜୟୀ, ଓସାକା ପରାସ୍ତ

ପ୍ୟାରିସ,୨ା୬ (ଏଏଫ୍‌ପି)-ନୋଭାକ୍‌ ଜୋକୋଭିଚ୍‌, ଷ୍ଟିଫାନସ ତିସିତ୍‌ସିପାସ୍‌ ଏବଂ ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ କ୍ରମାଗତ...

ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *