ଚୋରି ଘଟଣାରେ ୪ଗିରଫ: ସୁନା ଅଳଙ୍କାର, ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୧୦।୬(ଡି.ଏନ୍‌.ଏ.)- ହିଞ୍ଜିଳି ଥାନା ଅଞ୍ଚଳରେ କିଛିଦିନ ଧରି ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିଲା। ରବିବାର ରାତିରେ ହିଞ୍ଜିଳି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଜଣ ଲୁଟେରାଙ୍କ ସହ ଚୋରା ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ୨ ଜଣ ବେପାରୀଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ବ୍ରହ୍ମପୁର ସଦର ଥାନା ପଲ୍ଲୀପଦ୍ମନାଭପୁର ଗ୍ରାମର କେ. କାହ୍ନା ଓ କୁକୁଡ଼ାଖଣ୍ଡିର ଟି. ଜଳନ୍ଧର। ଏମାନଙ୍କ ଠାରୁ ଚୋରି ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ଆସିକା ଗ୍ରାମର ମନୋଜ ଆଚାରୀ ଓ ରଘୁନାଥ ସାହୁଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ପ୍ରାୟ ୬ ତୋଳା ଓଜନର ସୁନା ଅଳଙ୍କାର ଓ ଘଟଣାରେ ବ୍ୟବହୃତ ସ୍କୃ ଡ୍ରାଇଭର, ଲୁହାରଡ ପୋଲିସ ଜବତ କରିଛି। ଗିରଫମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି। ଘଟଣାରେ ଅନ୍ୟକିଛି ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ଆଇଆଇସି ଦାଶ କହିଛନ୍ତି।


All Right Reserved By Dharitri.Com

ବଳାକତ୍।ର ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା,୨୮।୭(ଡି.ଏନ.ଏ.)-ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ତାଙ୍କର ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ରବିବାର ଜଣେ...

ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ...

ସକ୍ରିୟ ହେଉଛି ମାନବ ଚାଲାଣ ର଼୍ୟାକେଟ :୩ ଜିଲାରେ ୩୦୦ ପିଲାଙ୍କ ଖୋଜ୍‌ଖବର ମିଳୁନି

ବ୍ରହ୍ମପୁର ଅଫିସ,୩୧ା୫-ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ମାନବ ଚାଲାଣ ର଼୍ୟାକେଟ ଏବେ ସକ୍ରିୟ ରହିଛନ୍ତି। ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ଏଥିନିମନ୍ତେ...

ଭାଜପା ରାଜ୍ୟ ସଭାପତି ପଦକୁ ନେଇ ଚର୍ଚ୍ଚା:ଗୋଷ୍ଠୀବାଦ ନା ଯୋଗ୍ୟତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଭାଜପାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାନୁୟାରୀ ପୂର୍ବରୁ ଶେଷ ହେବ। ବୁଥ୍‌ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ସବୁଠି ଦଳ ନିଜର ନେତୃତ୍ୱ ପରିବର୍ତ୍ତନ...

ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହଳ ଆର ରାତ୍ର

ଅତାବିରା, ୧୭।୭ (ଡି.ଏନ୍‌.ଏ): ଆମର ସମାଜରେ ଅନେକ ଲୋକ୍‌ ପିଲାଛୁଆ ବିହାଚୁରା କରିସାଏଲେ, ଚାକରିରୁ ଅବସର ନେଲେ ଘରେ ବସି ରହୁଛନ୍‌। ଯେନ୍‌ଥିରଲାଗି ବିନା କାମ୍‌ଧଁଦାରେ...

ଅନ୍ଧାରରେ ବାସୁଦେବପୁର, ଧାମରା ଅଞ୍ଚଳ

ଭଦ୍ରକ ଅଫିସ/ପଦ୍ମପୁର, ୧୨।୧୧ (ଡି.ଏନ.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷଜମିରେ ପାଚିଲା...

ଜମିପଟ୍ଟା ପାଇଁ ଜିଲାପାଳଙ୍କୁ ଗୁହାରି କଲେ: ଆମରଣ ଅନଶନ ସ୍ଥଗିତ କଲେ

ନୂଆପଡା ଅଫିସ,୧୭ା୯ ନୂଆପଡ଼ା ଜିଲା ଖଡିଆଳ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ପୁରୁଷାନୁକ୍ରମେ ଶତାଧିକ ପରିବାର ଲୋକ ଘର କରି ରହୁଥିବାବେଳେ ସେମାନଙ୍କ ନିକଟରେ ସରକାରୀ...

ସ୍କୁଲ ଖେଳପଡ଼ିଆ ନବୀକରଣ କଲା ବିଏମ୍‌ସି, ବିଡିଏ: ୫ ସରକାରୀ ସ୍କୁଲରୁ ହେଲା ଆରମ୍ଭ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଶାରୀରିକ ତଥା ମାନସିକ ବିକାଶ କଥା ଚିନ୍ତା କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟକ...

Leave a comment

Your email address will not be published. Required fields are marked *