୩୫ଶହ ଲିଟର ପୋଚ, ୫୫ ଲିଟର ମଦ ଜବତ

ଗୋପାଳପୁର,୧୦।୬- ରଙ୍ଗେଇଲୁଣ୍ଡା ବ୍ଲକରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଗୋଳନ୍ଥରା ଅବକାରୀ ବିଭାଗ ପକ୍ଷରୁ ରବିବାର ୨ଟି ସ୍ଥାନରେ ଚଢ଼ାଉ କରି ପୋଚ ଓ ମଦ ଜବତ ହୋଇଥିଲା। ଇନ୍ଦ୍ରାକ୍ଷୀ କିଆବାଡରେ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଓ ଗୋଳନ୍ଥରା ଅବକାରୀ କର୍ମଚାରୀମାନେ ଚଢାଉ କରି ୩୫୦୦ ଲିଟର ପୋଚ ଓ ୫୫ ଲିଟର ଦେଶୀମଦ ଜବତ କରିଥିବା ବେଳେ ମଦ ପ୍ରସ୍ତୁତକାରୀ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ସେଠାରୁ ମଦ ପ୍ରସ୍ତୁତି ସରଞ୍ଜାମଗୁଡିକୁ ମଧ୍ୟ ଜବତ କରାଯାଇଛି। ଚଢ଼ାଉ ବେଳେ ଅବକାରୀ ଇନ୍ସପେକ୍ଟର ରୋଶନ ଇସ୍ୟୁ ହଁାସଦା, ସୁଶାନ୍ତ କୁମାର ପାଢ଼ୀ, ସନ୍ତୋଷ କୁମାର ସାହୁ, ଶ୍ରୀଧର ମହାନ୍ତି ସାମିଲ ଥିଲେ। ଆଗାମୀ ଦିନରେ ଚଢାଉ ଜାରି ରହିବ ବୋଲି ଗୋଳନ୍ଥରା ଅବକାରୀ ସବଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଅଗଷ୍ଟ ୩ରୁ ‘ମେଟଲ୍‌ ମିଟ୍‌-୨୦୧୯’

ଭୁବନେଶ୍ୱର,୨।୭(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରୁଛି ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌- ୨୦୧୯’। ଅଗଷ୍ଟ ୩ ଓ ୪...

କଲ୍ୟାଣମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ମାଲିକ ଆଉ କୋଟିଏ ନ ଦେବାରୁ କରିଥିଲେ ଗୁଳି

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଶହୀଦନଗର ଥାନା ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ଥିବା ଖଟାମିଠା କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ।...

ଟ୍ରକ୍‌ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବେଲପାହାଡ଼,୨୯।୫(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର...

ମହାନଦୀ ମାଳବନ୍ଧର ସୁରକ୍ଷା:ପଥର ପ୍ୟାକିଂରେ ବ୍ୟବହାର ହେଉଛି ଛୋଟ ପଥର; ପ୍ରଥମ ବନ୍ୟାରେ ଭାସିଯିବା ଆଶଙ୍କା

ଖଣ୍ଡପଡା,୪ା୭ (ସ୍ବ.ପ୍ର.): କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର ପାଦଦେଶରେ ପ୍ରବାହିତ ମହାନଦୀ ଦକ୍ଷିଣପାର୍ଶ୍ୱ ମାଳବନ୍ଧ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାର ସୁରକ୍ଷା ପାଇଁ ପଦକ୍ଷେପ...

ବରପଦା-ଆଗରପଡ଼ା ରାସ୍ତା ପୁନଃନିର୍ମାଣ ନ ହେଲେ ଆନ୍ଦୋଳନ

ବନ୍ତ,୨୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ପୁନଃନିର୍ମାଣ କରାଯିବାକୁ ଭାରତର କମ୍ୟୁନିଷ୍ଟ...

ଚିନ୍ତାରେ ପକାଉଛି ଭୋଟ ବିଭାଜନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ୨୧ ଲୋକ ସଭା ଏବଂ ୧୪୬ ବିଧାନସଭା ଆସନର ଫଳାଫଳ ଆସିସାରିଛି। ଭାଜପା ଚଳିତ ନିର୍ବାଚନରେ ପୂର୍ବାପେକ୍ଷା ଭଲ...

ଫୁଲୁଛି ନଦୀଜଳ

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜ୍ୟର ପ୍ରମୁଖ ନଦୀରେ ବନ୍ୟାଜଳ ଫୁଲିବାରେ ଲାଗିଛି । କେତେକ ନଦୀରେ ବନ୍ୟାଜଳ ବିପଦସଙ୍କେତ ନିକଟରେ ପ୍ରବାହିତ ହେଉଥିବା ବେଳେ ଆଉ କେତେକ...

୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ: ସେବା ମନୋବୃତ୍ତି ନେଇ କାମ କରିବାକୁ ଆହ୍ବାନ

ବ୍ରହ୍ମପୁର ଅଫିସ,୬।୧୨: ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ...

Leave a comment

Your email address will not be published. Required fields are marked *