ବଣ୍ଡାଘାଟିରେ ଓଲଟିଲା କମାଣ୍ଡର ୨ ମୃତ ୪ ଗୁରୁତର

ମାଲକାନଗିରି-୧oା୬ (ସ୍ବ.ପ୍ର.)-ମାଲକାନଗିରି ଜିଲା ଖଇରପୁଟ ବଣ୍ଡାଘାଟିରେ ଏକ କମାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି ସୋମବାର ଅପରାହ୍ନ ୫ଟାରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର ମୁଦୁଲିପଡା ଅଭିମୁଖେ ଯାଉଥିଲା। ମାଙ୍କଡ଼ଝୋଲା ନିକଟରେ ଘାଟି ଚଢୁଥିବା ସମୟରେ ହଠାତ କମାଣ୍ଡରଟି ବ୍ରେକଫେଲ ହୋଇ ଯାଇଥିଲା। ଫଳରେ କମାଣ୍ଡରଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ପହଞ୍ଚତ୍ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଆଉ ଜଣକୁ ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ମୁଦୁଲିପଡା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ରେଳ ଟ୍ରାକ୍‌ରେ ଫସିଲା ଟ୍ରେଲର : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ମୁଡ଼ିଗୁଡ଼ା,୧୩।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ଏକ ଟ୍ରେଲରର ବ୍ରେକ୍‌ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସିରହିଛି।...

ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତ୍ୟେଷ୍ଟିକ୍ରିୟା

ନବରଙ୍ଗପୁର,୨୭ା୬(ବି.ପ୍ର.)- ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍‌ରେ...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

କାର୍‌କୁ ପଛରୁ ପିଟିଲା ଟ୍ରକ୍‌ : ୪ ଗୁରୁତର

ରାୟଗଡ଼ା ଅଫିସ,୧୩।୧୦: ରାୟଗଡ଼ା ଜିଲା ସିରିଗୁଡ଼ା ଛକର କୋଟଲାଗୁଡ଼ାଠାରେ ଏକ ଟ୍ରକ କାର୍‌କୁ ପଛପଟୁ ଧକ୍କା ଦେବାରୁ ୪ ଜଣ ଗୁରୁତର ହୋଇଛନ୍ତି l ସେମାନେ...

୨୫୯ ଦୋକାନ ଉପରେ ଚଢାଉ: ୨୮୪ କେଜି ପଲିଥିନ ଜବତ, ୫୪ ହଜାର ଟଙ୍କା ଜରିମାନା ଆଦାୟ

ଜୟପୁର,୧ା୭ (ନି.ପ୍ର)- ଜୟପୁର ସହରରେ ବେଆଇନ ଭାବେ ପଲିଥିନ କାରବାର ଜୋରସୋରରେ ଚାଲିଛି ା ଏହାକୁ ରୋକିବା ଲାଗି ଏକ ଟିମ୍‌ ୫ ଦିନ ହେବ...

ଲଗାଣ ବର୍ଷା ଯୋଗୁ ମୁନିଗୁଡ଼ା ବ୍ଲକର ୩ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼ା,୧୩।୮(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର କୁଟୁଣିପଦର ଗ୍ରାମ ନାଳରେ ବର୍ଷାଜଳ ପ୍ରବାହିତ ଯୋଗୁ ୩ ଗ୍ରାମକୁ ଯୋଗାଯୋଗ...

୮୭ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର,୨୪ା୬(ବି.ପ୍ର)- ପୋଲିସକୁ ଚକମା ଦେବା ପାଇଁ ଗଞ୍ଜେଇ ଚାଲାଣ କାରୀ ଏକ ଅଭିନବ ଉପାୟ ବାଛି ନେଇଥିଲେ। ପରିବା ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ କରୁଥିଲେ।...

ପୋଡାଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ

ମୁନିଗୁଡ଼ା, ୨୧।୧୧(ଡି.ଏନ୍‌.ଏ.)- ଅପରେଶେନ ଗ୍ରୀନ ଡାଇମଣ୍ଡର ଦିତୀୟ ଦିନରେ ରାୟଗଡ଼ାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରରେ ୫୬ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଲିସ...

Leave a comment

Your email address will not be published. Required fields are marked *