ସାମାଜିକ ଦୂରତା ରଖିଲେ ପରିବା ବ୍ୟବସାୟୀ

ବରଗଡ଼ ଅଫିସ୍‌,୩।୪-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ କଟକଣା ଲାଗୁ ହୋଇଛି । ଏଥିରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୃଷ୍ଟିରୁ ପରିବା ବଜାରକୁ ବାଦ୍‌ ଦିଆଯାଇଛି । ସେହିପରି କରୋନା ମୁକାବିଲା ପାଇଁ ସାମାଜିକଦୂରତ୍ୱ ଅବଲମ୍ବନକୁ ଗୁରୁତ୍ୱ ଦିଆଯାଉଛି । ମାତ୍ର ବରଗଡ଼ ଜିଲାର ପରିବା ବଜାର ଗୁଡ଼ିକରେ ଯେଭଳି ଅସମ୍ଭାଳ ଭିଡ଼ ରହୁଛି, ସେଥିରୁ ତାହା ଫେଲ୍‌ ମାରୁଥିବା ପରିଲକ୍ଷିତ ହେଉଛି । ଏହାକୁ ଆଖି ଆଗରେ ରଖି ବରଗଡ଼ ସବଜେଲ ପଛପଟେ ରହିଥିବା ପରିବା ବଜାରକୁ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ପୂର୍ବାପେକ୍ଷା ଭିଡ଼ କମିଥିଲା । ହେଲେ ସ୍ଥାନୀୟ ହାଟପଦା ଭଳି ସେଠାରେ ମଧ୍ୟ ଲୋକେ ସାମାଜିକ ଦୂରତ୍ୱ ଅବଲମ୍ବନ କରୁ ନଥିବା ନଜରକୁ ଆସିଛି । ଫଳରେ ପରିବା ବଜାରରେ ଲୋକଙ୍କ ମଧ୍ୟରେ ସମଦୂରତ୍ୱ ବଜାୟ ରଖିବା ଲକ୍ଷ୍ୟ ରଖି ବରଗଡ଼ ଲୋକମଣ୍ଡପ ପଡ଼ିଆରେ ମଧ୍ୟ ଅସ୍ଥାୟୀ ପରିବା ବଜାର ଖୋଲିଛି ଏବଂ ଏଠାରେ ପରିବା ବିକାଳି, ଗରାଖମାନେ ସାମଜିକ ଦୂରତ୍ୱ ଅବଲମ୍ବନ କରୁଥିବା ପରିଲକ୍ଷିତ ହୋଇଛି । ପ୍ରତି ବଜାରରେ ଏଭଳି ବ୍ୟବସ୍ଥା କରାଗଲେ କରୋନା ମୁକାବିଲା ପାଇଁ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ସମେତ ସାମାଜିକ ଦୂରତ୍ୱ ଅବଲମ୍ବନ ସଫଳ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।


All Right Reserved By Dharitri.Com

ଛାତ୍ରୀଙ୍କୁ ଅସଦାଚରଣ କରି କମ୍ପ୍ୟୁଟର ଶିକ୍ଷକ ଗିରଫ

ରାଇରଙ୍ଗପୁର,୪ା୧୨(ଡି.ଏନ୍‌.ଏ.): ରାଇରଙ୍ଗପୁର ଅଞ୍ଚଳରେ ଜଣେ ବଳାତ୍କାର ପୀଡିତା ଅଧ୍ୟାପିକା ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଣି ଜନୈକା କଲେଜ ଛାତ୍ରୀଙ୍କୁ ଜଣେ...

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କଲେ ଦମ୍ପତି

ଖୋର୍ଦ୍ଧା ଅଫିସ,୧୬।୮: ଯେଉଁ ମା’ବାପା ସନ୍ତାନର ସୁଖ ପାଇଁ ନିଜକୁ ଜଳାଞ୍ଜଳି ଦେଇଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେହି ସନ୍ତାନମାନେ ସେମାନଙ୍କ କର୍ତ୍ତବ୍ୟକୁ ଭୁଲିଯାଇଥାନ୍ତି। ବାର୍ଦ୍ଧକ୍ୟରେ...

ବାଇକ୍‌କୁ ଧକ୍କା ଦେଲା କାର୍‌: ୨ ଗୁରୁତର

ରାୟଗଡ଼ା ଅଫିସ,୧।୧: ରାୟଗଡ଼ା ସହରର ସିରିଗୁଡ଼ା ନିକଟରେ ଥିବା ଜୟଗୁରୁ ମନ୍ଦିର ସମ୍ମୁଖରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ (ଓଡି୧୮ଡି ୭୭୪୭) କୋରାପୁଟ...

ଶ୍ରୀରାମନବମୀ ମହୋତ୍ସବ ପାଇଁ ଗଣଦୌଡ଼ ୧୫ରେ

ଭଦ୍ରକ ଅଫିସ, ୧୩।୩:  ଆସନ୍ତା ଏପ୍ରିଲ ୨ରେ ରାମ ନବମୀ। ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଚଳିତବର୍ଷ ଆଡ଼ମ୍ବରରେ ଅନୁଷ୍ଠିତ ହେବ। ମହୋତ୍ସବ ପୂର୍ବରୁ...

କାଠ ଦୋକାନ ଉପରେ ରାତିଅଧିଆ ଚଢ଼ାଉ

ଭଦ୍ରକ ଅଫିସ, ୬।୧୨: ଭଦ୍ରକ ଜିଲା ବନବିଭାଗ ପକ୍ଷରୁ ଗୁରୁବାର ରାତିରେ ଭଦ୍ରକ ସହରର ଦୁଇଟି ସରକାରୀ କାଠ ଦୋକାନରେ ଚଢ଼ାଉ କରାଯାଇଛି। କ୍ଷମତାଠାରୁ ଅଧିକ...

ସାଇକେଲରେ ବିଜୟୱାଡାରୁ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୧୬।୫ – ଲକ୍‌ଡାଉନ୍‌ କଷଣରେ ପେଷି ହେଉଛନ୍ତି ଗରିବ ଖଟିଖିଆ। ଜୀବନ ବଞ୍ଚାଇବାକୁ ଭିଟାମାଟି ଅଭିମୁଖେ ଗଣପଳାୟନ ଜାରି ରହିଥିବାବେଳେ ପ୍ରବାସୀଙ୍କ ଯନ୍ତ୍ରଣା...

ଟୋକନ ବିବାଦ: ସିଏସଓ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ ଅଫିସ,୧୯।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ବରଗଡ ଜିଲା...

ପରୀକ୍ଷା ପାଇଁ ପଠାଗଲା ୬୭ ସ୍ବାବ୍‌ ନମୁନା

କାକଟପୁର, ୨୪ା୪(ଡି.ଏନ.ଏ): କାକଟପୁର ବ୍ଲକର ୬୭ଜଣ ବ୍ୟକ୍ତିଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲକୁ ପଠାଯାଇଛି। ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର...

Leave a comment

Your email address will not be published. Required fields are marked *