Posted inUncategorized

ଓଜନ ବୃଦ୍ଧିକୁ ରୋକେ ପିଜୁଳି ପତ୍ର ଚା’

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ପାଟିକୁ ଯେତିକି ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ବି ସେତିକି ଭରପୂର। ଏହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଇଫ୍ଲେମେଟୋରୀ ଗୁଣ ଭରି ରହିଛି। ପିଜୁଳି ରସ ବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ତ୍ୱଚା, କେଶ ଓ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପିଜୁଳି ପତ୍ର ରସରେ ପ୍ରସ୍ତୁତ ଚା’ ପିଇଲେ ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ଓଜନ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ପିଜୁଳି ପତ୍ର ମଧୁମେହ ରୋଗୀଙ୍କ ପାଇଁ ଏକ ଅବ୍ୟର୍ଥ ଔଷଧ। ଗବେଷଣାରୁ ଜଣାପଡ଼ିଛି, ପିଜୁଳି ପତ୍ରର ଚା’ ସେବନ କଲେ ଶରୀରରେ ଆଲ୍‌ଫା ଗ୍ଲୁକୋସାଇଡ୍‌ ଏନ୍‌ଜାଇମ୍‌ର ଗତିବିଧିକୁ କମ୍‌ କରିହୁଏ। କେବଳ ସେତିକି ନୁହେଁ, ଏହି ଚା’ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ଡାଇରିଆକୁ ବି ଭଲ କରିଥାଏ। ହଜମ ପ୍ରକ୍ରିୟା ସନ୍ତୁଳିତ ରଖିବାକୁ ଚାହଁୁଥିଲେ, ପିଜୁଳି ଚା’ ସେବନ କରିପାରିବେ। ଶରୀରରେ ଯଦି ଆଲର୍ଜି ସମସ୍ୟା ଥାଏ, ତେବେ ଏହି ଚା’ ସେବନ ଦ୍ୱାରା ସେଥିରୁ ଉପଶମ ମିଳେ।


All Right Reserved By Dharitri.Com

Posted inUncategorized View All

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ…

ଆଗରୁ ବୟସ ବଢିଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଉଥିଲା। ହେଲେ ଏବେ ଏହା ଯୁବପିଢିଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଲାଣି। କେତେ ଗୁଡିଏ ଘରୋଇ ଉପଚାର ମାଧ୍ୟମରେ...

ଏନ୍‌ଆର୍‌ସିକୁ ସମର୍ଥନ କରିବେ ନାହିଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,୨୧।୧୨: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯଦି ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଲାଗୁ କରାଯାଏ ତେବେ ମୁଁ ପ୍ରଥମ ବ୍ୟକ୍ତି ଭାବେ ଏଥିରେ...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଜଗତସିଂହପୁର ଜିଲା ନୂଆଗାଁ ଅଞ୍ଚଳର ଏକ ଗ୍ରାମରେ ଜଣେ ଅନୁସୂଚିତ ଜାତି ଝିଅକୁ ଗଣବଳାତ୍କାର ହୋଇଥିବା ଖବର ଚର୍ଚ୍ଚାର କାରଣ ହୋଇଛି। ସୋମବାର...

କାଟିଙ୍ଗିଆ ବିଦ୍ୟାଳୟ ଜମି ଜବରଦଖଲ ଘଟଣା : ପ୍ରଶାସନ ପକ୍ଷରୁ କରାଗଲା ଉଚ୍ଛେଦ

ଦାରିଙ୍ଗବାଡ଼ି, ୨୭ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମିରେ ଗୋଟିଏ ପରିବାର ଦୀର୍ଘବର୍ଷ ଧରି...

ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ...

କୂଅରୁ ମିଳିଲା ମିଠା ବ୍ୟବସାୟୀଙ୍କ ମୃତଦେହ

ଭୁବନେଶ୍ୱର,୫।୧(ବ୍ୟୁରୋ): ନୟାପଲ୍ଲୀ ଥାନା ବେହେରାସାହିସ୍ଥିତ କ୍ରିଷ୍ଣା ଟାଓ୍ବାର ନିକଟ ଏକ ପରିତ୍ୟକ୍ତ କୂଅରୁ ଜଣେ ମିଠା ବ୍ୟବସାୟୀଙ୍କ ମୃତଦେହକୁ ପୋଲିସ ଶନିବାର ଉଦ୍ଧାର କରିଛି। ମୃତ...

Leave a comment

Your email address will not be published. Required fields are marked *