Posted inଫୁରସତ

ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ

ପେରୁର ଏକ ଆଦିବାସୀ ଗାଁ କୁଜ୍‌କୋ; ଯାହା ମୁଖ୍ୟ ସହର ସହ ସଂଯୁକ୍ତ ହେବା ପାଇଁ ଏକ ଦଉଡ଼ି ପୋଲର ସହାୟତା ନେଇଥାଏ, ତାକୁ ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ ବୋଲି କୁହାଯାଉଛି। ଏକ ପର୍ବତୀୟ କ୍ଷେତ୍ରରେ ଥିବା ଆପୁରିମାକ୍‌ ନଦୀଠୁ ପ୍ରାୟ ୨୦୦ ଫୁଟ୍‌ ଉଚ୍ଚରେ ନିର୍ମିତ ଏହି ଦଉଡ଼ି ପୋଲର ଲମ୍ବ ୧୧୮ ଫୁଟ୍‌ ରହିଛି। ଜଙ୍ଗଲୀ ଘାସରେ ତିଆରି ରଶିରେ ୧୦୦ ଫୁଟ୍‌ରୁ ଅଧିକ ଲମ୍ବା ଏହି ପୋଲକୁ ଗ୍ରାମବାସୀମାନେ ପ୍ରତିବର୍ଷ ତିଆରି କରିଥାନ୍ତି। କୁହାଯାଉଛି, ଏହି ଦଉଡ଼ି ପୋଲର ନିର୍ମାଣ କାର୍ଯ୍ୟ ୫୦୦ ବର୍ଷ ପୁରୁଣା। ଗ୍ରାମବାସୀଙ୍କୁ ପେରୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା; ଯାହା ପବନରେ ଦୋଳାୟମାନ ହେଉଥାଏ। ବିପଜ୍ଜନକ ଭାବେ ଏଥିରେ ଯିବାଆସିବା କରିବାକୁ ପଡ଼େ ସେମାନଙ୍କୁ। ପ୍ରତିବର୍ଷ ନୂଆ ବ୍ରିଜ୍‌ ହେବା ପରେ ଗ୍ରାମବାସୀ ଉତ୍ସବ ପାଳନ କରିଥାନ୍ତି। ଏହାସହ ଗ୍ରାମଦେବୀଙ୍କ ନିକଟରେ ରାସ୍ତାରେ ଯାଉଥିବା ଲୋକଙ୍କ ଶୁଭମନାସି ପ୍ରାର୍ଥନା କରିଥାନ୍ତି।


All Right Reserved By

ଏହି ମନ୍ଦିରରେ ଅଭିଶାପରୁ ପୂଜା ପାଉଛନ୍ତି ଦେବୀ ଦୁର୍ଗା

ବିଶ୍ୱର ବିଭିନ୍ନ ସ୍ଥାନରେ ଭଗବାନ ଶଙ୍କରଙ୍କ ମନ୍ଦିର ରହିଛି। ଏଭଳି ଏକ ପ୍ରାଚୀନ ଶିବ ମନ୍ଦିର ଇଣ୍ଡୋନେସିଆରେ ମଧ୍ୟ ରହିଛି। ୧୦ମ ଶତାବ୍ଦୀରେ ନିର୍ମିତ ଏହି...

ଚିକୁନଗୁନିଆକୁ ରୋକିବ ଯନ୍ତ୍ର

ନ୍ୟୁୟର୍କ: ୟୁଏସ୍‌ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନଶନ(ସିଡିଓ)ର ଗବେଷକମାନେ ଏକ ଡିଭାଇସ୍‌ ବିକାଶ କରିଛନ୍ତି ଯାହା ମାଈ ମଶାଙ୍କୁ ଆକର୍ଷିତ କରିପାରିବ। ମଶା...

ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା

ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ...

ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ : ସ୍କ୍ରିନ୍‌୧ ଇଞ୍ଚ, ଡିସ୍‌ପ୍ଲେ ୦.୯୬ ସେ.ମି.

ଆମେରିକାର ଆଇଟି ଇଞ୍ଜିନିୟର ପଲ୍‌ କ୍ଲିଙ୍ଗର ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ ତିଆରି କରିଛନ୍ତି। ଏହି ଲାପ୍‌ଟପ୍‌ର ସ୍କ୍ରିନ୍‌ ମାତ୍ର ୧ ଇଞ୍ଚ। ଏହାର ଡିସ୍‌ପ୍ଲେ...

ଏମିତି ଏକ ମନ୍ଦିର ଯେଉଁଠି ଆପଣାଛାଏ ବଢୁଛି ମୂର୍ତ୍ତି

ପ୍ରକୃତି ନିଜ ଗର୍ଭରେ ଏମିତି କିଛି ରହସ୍ୟ ଲୁଚାଇ ରଖିଛି, ଯାହାର ସମାଧାନ ରାସ୍ତା ଖୋଜିବାରେ ବୈଜ୍ଞାନିକ ବି ବିଫଳ। ଏଭଳି ଏକ ରହସ୍ୟମୟ ଘଟଣା...

ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ

ଦୁନିଆରେ ଏମିତି ବି ଏକ ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ ଅଛି, ଯେଉଁଠି ଧୂଳିମାଟିର ପ୍ରଶ୍ନ ନାହଁି, ତେବେ ଏହା ଅବିଶ୍ୱସନୀୟ...

କୁକୁରର ନାମକରଣ କରି ଜେଲ୍‌ ଗଲେ ମାଲିକ

ପୋଷା ଜନ୍ତୁଙ୍କୁ ଅନେକ ଲୋକ ଆଦରରେ ବିଭିନ୍ନ ନାଁରେ ଡାକିଥାଆନ୍ତି। ହେଲେ ଚାଇନାରେ ଏବେ ଏଥିପାଇଁ ପୋଷା ଜନ୍ତୁଙ୍କ ମାଲିକଙ୍କୁ ଜେଲ୍‌ ଯିବାକୁ ପଡିଛି। ଚାଇନାର...

ମହିଳାଙ୍କୁ ସୁରକ୍ଷା ଦେବ ସ୍ମାର୍ଟ ଚୁଡ଼ି

ଆଜିକାଲି ମହିଳା ନିଖୋଜ, ଅପହରଣ, ବଳାତ୍କାର ପରି ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହାକୁ ରୋକିବା ତଥା ମହିଳାଙ୍କ ସୁରକ୍ଷା ପାଇଁ ହାଇଦ୍ରାବାଦର ଗଡି ହରିଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *