ଦବଙ୍ଗ-୩ରେ ସଲମାନଙ୍କ ବାପା ଚରିତ୍ରରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ,୧୦।୬: ସଲମାନ ଖାଁ ନିଜର ଅପ୍‌ କମିଂ ଫିଲ୍ମ ଦବଙ୍ଗ-୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ପୁଣି ଥରେ ସଲ୍ଲୁମିଅଁ।ଙ୍କ ସହ ନଜର ଆସିବେ ସୋନାକ୍ଷୀ ସିହ୍ନା। ଚଳିତ ଥର ଦବଙ୍ଗ-୩ରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଏହି ଫିଲ୍ମରେ ଧର୍ମେନ୍ଦ୍ର ସଲମାନଙ୍କ ପିତା ଚରିତ୍ରରେ ନଜର ଆସିବେ। ବିନୋଦ ଖନ୍ନାଙ୍କ ମୃତ୍ୟୁ ହେବାପରେ ଧର୍ମେନ୍ଦ୍ର ଏହି ଚରିତ୍ରରେ ଅଭିନୟ କରିବେ ବୋଲି ସୂଚନା ରହିଛି। ନିକଟରେ ଏହି ଫିଲ୍ମରେ ଡିମ୍ପଲ କପାଡିଆଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ହେଲେ ସେ ଏହି ଫିଲ୍ମରେ ନଜର ଆସିବେ ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। କାରଣ ଦବଙ୍ଗ ସିରିଜ୍‌ର ପ୍ରଥମ ଫିଲ୍ମରେ ଡିମ୍ପଲ ନୈନା ଚରିତ୍ରରେ ଅଭିନୟ କରୁଥିବା ବେଳେ ସେଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ସିରିଜ୍‌-୩ରେ ଅଚାନକ୍‌ ତାଙ୍କର ଚରିତ୍ରକୁ ପୁଣି ଆଣିବା ସମ୍ଭବପର ନୁହେଁ ବୋଲି ମେକର୍ସ କହିଛନ୍ତି।


All Right Reserved By

ବକ୍ସ ଅଫିସରେ ଧମାଲ କରୁଛି ‘ପିଏମ୍‌ ନରେନ୍ଦ୍ର ମୋଦି’

ମୁମ୍ବାଇ,୨୮।୫: ଦେଶ ହେଉ ବା ସିନେ ଜଗତ ସବୁଠାରେ ଏବେ ମୋଦିଙ୍କ ଲହର ଚାଲିଛି। ମୋଦିଙ୍କ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ବକ୍ସ ଅଫିସରେ...

ଗ୍ଲାମର ଦୁନିଆ ଛାଡ଼ିବେ ପ୍ରିୟଙ୍କା !

ପ୍ରିୟଙ୍କା ଚୋପ୍ରା ନିକ୍‌ଙ୍କୁ ବିବାହ କରିବା ୬ ମାସ ପୂରିଗଲାଣି। ବିବାହ ପରଠାରୁ ଆଜିପର୍ଯ୍ୟନ୍ତ ଦୁହେଁ ଖୁବ୍‌ ଏନ୍‌ଜୟ କରୁଛନ୍ତି। ସବୁ ପରେ ବି ପ୍ରିୟଙ୍କା...

ଆଜି ବୟଫ୍ରେଣ୍ଡ୍‌ ଡେ’ : ଜାଣନ୍ତୁ ବଲିଉଡ୍‌ର ସଫଳ ଅଭିନେତାଙ୍କ ବିଫଳ ପ୍ରେମ ସମ୍ପର୍କରେ…

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛି ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ...

ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ...

ଶିଳ୍ପା-ଅକ୍ଷୟଙ୍କ ଗୀତ ବିନା ଶୋଉ ନ ଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨ ଆସନ୍ତା ୧୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି।...

ଅଡୁଆ କଲା କିସ୍‌

ଆଲିୟା କେତେ ଆଶା ବାନ୍ଧି ବସିଥିଲେ। ବଲିଉଡ୍‌ର ଆଗଧାଡ଼ିର ଅଭିନେତା ସଲମାନ ଖାନ୍‌ଙ୍କ ସହ ଅଭିନୟ କରିବେ। ହେଲେ ସବୁ ଆଶା ପାଣି ଫୋଟକା ପରି...

ମାଡ଼ ଖାଇ ଅଭିନୟ ଶିଖିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅରିଜିନାଲ ଡିଭା କୁହାଯାଉଥିବା ରେଖା ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୪ ଅକ୍ଟୋବର ୧୦ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଭାନୁରେଖା...

ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *