Posted inଜାତୀୟ

ଝୁମ୍ପୁଡି ଘରେ ରାତି ବିତାଇଲେ ସଚିନ

ଜୟପୁର, ୧୦।୬: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ସନ୍ଧ୍ୟାରେ ଜାଲୋର ଜିଲାର କାସେଲା ଗ୍ରାମ ପରିଦର୍ଶନରେ ପହଞ୍ଚିଥିଲେ। ସେଠାରେ ଜଣେ କୃଷକଙ୍କ କ୍ଷେତରେ ଥିବା ଝୁମ୍ପୁଡି ଘରେ ରାତି କଟାଇଥିଲେ ସଚିନ। ଝୁମ୍ପୁଡି ଘର ଚାରିପଡେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଖାଇବା ପିଇବା ବନ୍ଦୋବସ୍ତ ସହ ତାଙ୍କୁ ଶୋଇବା ପାଇଁ ଏକ ଛୋଟ ଖଟିଆ ଯୋଗାଇଦିଆଯାଇଥିଲା। ସେଠାରେ ସବୁଜ କ୍ଷେତ ଉପଭୋଗ କରିବା ସହ ପ୍ରାକୃତିକ ପବନର ମଜା ନେଇଥିଲେ ସଚିନ। ଏହାସହ ଗାଁ ଲୋକଙ୍କ ସହ ତଳେ ବସି ଚା’ ପିଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।


All Right Reserved By Dharitri.Com

୧୯୯୧ର ରାଜନୈତିକ ଡ୍ରାମା ମନେ ପକାଇଦେଲା ଶରଦ ପାଓ୍ବାରଙ୍କ ଏନ୍‌ସିପି…

ମୁମ୍ବାଇ,୨୩।୧୧: ସମ୍ପ୍ରତି ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ସ୍ଥିତି ୧୯୯୧ରେ କେନ୍ଦ୍ରରେ ଅବସ୍ଥା ସହିତ ମେଳ ଖାଉଛି। ସେତେବେଳେ ପ୍ରଧାନମନ୍ତ୍ରୀ ଡୋର ଧରିବା ନେଇ ହୋଇଥିବା ଡ୍ରାମାରେ...

ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ ଗୀତ ଲେଖି ଟୁଇଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୧: ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ ତମ ଜନ୍ମ ଦିବସ ଅବସରରେ ନାତୁଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାବୁକ ହୋଇଯାଇଛନ୍ତି। ସେ ଇନ୍ଦିରାଙ୍କ...

୧୦୦ ବିଲିୟନ ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୩୦ା୯(ପି.ଟି.): ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସୌଦି ଆରବ ଭାରତର ପେଟ୍ରୋକେମିକାଲ, ଭିତ୍ତିଭୂମି ଓ ଖଣି ସେକ୍ଟରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ...

ସ୍ପାଇସ୍‌ ଜେଟ୍‌ ବିମାନକୁ ଅଟକାଇଥିଲା ପାକ୍‌ ବାୟୁସେନା

ନୂଆଦିଲ୍ଲୀ,୧୮-୧୦:ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସେପ୍ଟେମ୍ବର ୨୩ରେ ନୂଆଦିଲ୍ଲୀରୁ କାବୁଲ ଯାଉଥିବା ଭାରତୀୟ...

ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ କ’ଣ ହେବ ଫଳାଫଳ

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏବେ ପାକିସ୍ତାନ ବିଚଳିତ ହୋଇପଡିଛି। ଏହି ପ୍ରସ୍ତଙ୍ଗରେ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ଦେଶର ସହାୟତା ମାଗୁଥିଲେ ମଧ୍ୟ...

ଆତଙ୍କବାଦ ଚିନ୍ତାଧାରା ହଟାଇବା ପାଇଁ ହେବ ଉଦ୍ୟମ: ପାକିସ୍ତାନକୁ ଚେତାବନୀ ଦେଲେ ଡୋଭାଲ୍‌

ନୂଆଦିଲ୍ଲୀ,୧୪।୧୦: ଭାରତରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ଜାରି ରହିଛି। ତେବେ ଏବେ ଏଭଳି ଚିନ୍ତାଧାରାକୁ ହଟାଇବା ପାଇଁ ଉଦ୍ୟମ କରାଯିବ। ପାକିସ୍ତାନ ଦେଶର ଶାସନ ବ୍ୟବସ୍ଥାରେ ଆତଙ୍କବାଦକୁ...

ପ୍ରଦୁଷଣ ପାଇଁ ଦିଲ୍ଲୀରେ ଜରୁରୀ ଘୋଷଣା: ଛଟ୍‌ରେ ଫୁଟାଯିବନି ବାଣ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ-ଏନ୍‌ସିଆରରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକବ୍ରାର ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ କାରଣକୁ ନଜରରେ ରଖି ଏକ ଜରୁରୀ ଘୋଷଣା କରିଛନ୍ତି। ଏଥିସହ ନଭେମ୍ବର ୫ ପର୍ଯ୍ୟନ୍ତ...

ଶିଶୁ କଲ୍ୟାଣ ଅଧିକାରୀଙ୍କୁ ପିଟିଲେ ଅନ୍ତେବାସୀ

ରାଏବରେଲୀ,୧୩।୧୧: ସାଧାରଣତଃ ପ୍ରାୟ ସମୟରେ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଉତ୍ତରପ୍ରଦେଶ ରାଏବରେଲୀରେ ଏହାର ଓଲଟା ଦୃଶ୍ୟ...

Leave a comment

Your email address will not be published. Required fields are marked *