Posted inଜାତୀୟ

ହିମାଚଳରେ ପର୍ଯ୍ୟଟକଙ୍କ ଭିଡ଼: ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ

ଶିମଲା,୧୦।୬: ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ସିଝୁଥିବା ବେଳେ ଗରମରୁ ନିସ୍ତାର ପାଇବା ପାଇଁ ଲୋକେ ପାହାଡିଆ ଅଞ୍ଚଳ ମୁହଁା ହେଉଛନ୍ତି। ଏଭଳି ସ୍ଥିତିରେ ଶିମଲା, ମନାଲୀ, ଧର୍ମଶାଳା ଓ ଡଲହୋଜିର ହୋଟେଲ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ପ୍ରବଳ ଭିଡ଼ ଯୋଗୁ ରାସ୍ତାଗୁଡ଼ିକ ଜାମ୍‌ ହୋଇଯାଇଥିବା ଜଣାପଡ଼ିଛି। ଏହି ଜାମ୍‌ ଯୋଗୁ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁଠାରେ ଚଣ୍ଡିଗଡ଼ରୁ ଶିମଲା ଯିବା ପାଇଁ ୪ ଘଣ୍ଟା ସମୟ ଲାଗୁଥିଲା ଏବେ ସେଠାରେ ୬ରୁ ୮ ଘଣ୍ଟା ସମୟ ଲାଗୁଛି। ଗତ ୧ ସପ୍ତାହ ଭିତରେ ଏନ୍‌ଏଚ୍‌ ଗୁଡ଼ିକରେ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବାରୁ ରାସ୍ତା ଜାମ୍‌ ହେଉଥିବା ଦେଖିବାକୁ ମିଳିଛି। ଏଥିସହ ପାର୍କିଂରେ ବହୁ ଅସୁବିଧା ଉପୁଜିଥିବା ବେଳେ ବାଧ୍ୟ ହୋଇ ଗାଡ଼ିଗୁଡ଼ିକୁ ରାସ୍ତାରେ ପାର୍କ କରାଯାଉଛି। ଫଳରେ ସାଧାରଣ ଜୀବନଯାତ୍ରା ବହୁ ପ୍ରଭାବିତ ହୋଉଥିବା ସ୍ଥାନୀୟ ଲୋକେ କହିଛନ୍ତି।


All Right Reserved By Dharitri.Com

୩ ସେନା ଏକଜୁଟ ହୋଇ କାର୍ଯ୍ୟ କରିବେ: ରାଓ୍ବତ

ନୂଆଦିଲ୍ଲୀ,୧।୧: ଜେନେରାଲ ବିପିନ୍‌ ରାଓ୍ବତ ୪ ତାରକା ବିଶିଷ୍ଟ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ ବୁଧବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ଅବସରରେ ସେ କହିଛନ୍ତି...

ଓମାର, ମେହବୁବାଙ୍କ ବିରୋଧରେ ପିଏସ୍‌ଏ

ଶ୍ରୀନଗର,୭-୨:ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ...

ଜମ୍ମୁ-କଶ୍ମୀରରେ ଖୋଲିଲା ସ୍କୁଲ, ହଜ୍‌ ଯାତ୍ରା ସାରି ଫେରୁଥିବା ଯାତ୍ରୀଙ୍କୁ ମିଳିବ ପାସ୍‌

ନୂଆଦିଲ୍ଲୀ, ୯।୮: ଜମ୍ମୁ-କଶ୍ମୀରରେ ୧୪୪ ଧାରା ଲାଗୁ ହୋଇଥିବା ସତ୍ତ୍ୱେ ଶୁକ୍ରବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିଛିି। ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବ...

କ୍ୟାବିନେଟ ବୈଠକରେ ଯୋଗଦେଲେନି ସିଦ୍ଧୁ

ଅମୃତସର, ୬।୬: ଭାଜପା ଛାଡି କଂଗ୍ରେସ ଯୋଗ ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ପଞ୍ଜାବ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା...

ବହିବସ୍ତାନୀ ସହ ପିଲାଙ୍କ ହାତରେ ଧନୁତୀର: ଜାଣନ୍ତୁ କାହିଁକି

ଝାଡ଼ଖଣ୍ଡର ନକ୍ସଲ୍‌ ପ୍ରଭାବିତ ଅଞ୍ଚଳ ଚାକୁଲିଆର ପୋଛପାନୀ ଗାଁରେ ଏବେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ମିଳୁଛି। ନକ୍ସଲ୍‌ ଦାଉରୁ ରକ୍ଷା ପାଇବାକୁ ଏଠାକାର ସ୍କୁଲ୍‌...

ଶିକ୍ଷକଙ୍କ ବଦଳି ଶୁଣି ବିକଳରେ କାନ୍ଦିଲେ ଛାତ୍ରୀଛାତ୍ର: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଭୋପାଳ,୧୯।୮: ସରକାରୀ ଚାକିରିରେ ବଦଳି ହେବା ଏକ ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ କଟନିରେ ଥିବା ଏକ ସ୍କୁଲରେ ଶିକ୍ଷକଙ୍କ ବଦଳି ଖବର ଶୁଣି ଛାତ୍ରୀଛାତ୍ର...

ଶହୀଦ ମେଜର ବିଭୁତିଙ୍କ ପତ୍ନୀ ନିକିତା ପିନ୍ଧିବେ ସେନା ପୋଷାକ!

ଡେରାଡୁନ,୮।୩: ପୁଲଓ୍ବାମାରେ ଏକ ଏନ୍‌କାଉଣ୍ଟର ସମୟରେ ଗତବର୍ଷ ଫେବୃୟାରୀରେ ଶହୀଦ ହୋଇଥିବା ମେଜର ବିଭୁତି ଧୌଣ୍ଡିୟାଲଙ୍କ ପତ୍ନୀ ନିକିତା କୌଲ ଧୌଣ୍ଡିୟାଲ ସେନାରେ ଯୋଗ ଦେବେ...

ରାସ୍ତା କଡ଼ରେ ଗାଡ଼ିରେ ବସି ମୋବାଇଲ୍‌ରେ ଗପିଲେ ବି କଟିବ ଚାଲାଣ

ଚଣ୍ଡିଗଡ଼,୧୬।୧: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ରେ ଗପିଲେ ଚାଲାଣ କଟିବାର ବ୍ୟବସ୍ଥା ରହିଛି। ତେବେ ରାସ୍ତାକଡ଼ରେ ଗାଡ଼ି ରଖି ମୋବାଇଲ୍‌ରେ କଥାହେଲେ ଏବେ ଜରିମାନା...

Leave a comment

Your email address will not be published. Required fields are marked *