ବଲ ଟ୍ୟାମ୍ପରିଂ କରି ନାହାନ୍ତି ଜାମ୍ପା

ଲଣ୍ଡନ,୧୦।୬- ଭାରତ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ କାର୍ଯ୍ୟ ଉପରେ ବହୁତ ପ୍ରଶ୍ନ ଉଠିଛି। ମ୍ୟାଚ୍‌ ବେଳେ ସେ ବୋଲିଂ କରିବା ପୂର୍ବରୁ ପକେଟରୁ କିଛି ବାହାର କରି ବଲ ଉପରେ ଘଷିଥିଲେ। ବାରମ୍ବାର ଏଭଳି କରିଥିଲେ। ତାଙ୍କ ହାତରେ ମଧ୍ୟ କିଛି ଥିବାର ଦେଖିବାକୁ ମିଳିଥିଲା। ଏଥିଯୋଗୁ ତାଙ୍କ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଛି। କିନ୍ତୁ ଏହାକୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଖଣ୍ଡନ କରିଛନ୍ତି। ବଲ ଟ୍ୟାମ୍ପରିଂ ଘଟଣାକୁ ଅଷ୍ଟ୍ରେଲିଆ ଖେଳାଳି ପୁନଃ ଦୋହରାଇ ନ ଥିବା ସେ କହିଛନ୍ତି। ଗତ ବର୍ଷ କେପ ଟାଉନ ଟେଷ୍ଟରେ ଷ୍ଟିଭ ସ୍ମିଥ ଓ ଡେଭିଡ ଓ୍ବାର୍ନର ବଲ ଟ୍ୟାମ୍ପରିଂ ଘଟଣା ଯୋଗୁ ଏକ ବର୍ଷ ବାସନ୍ଦ ହୋଇଥିଲେ। ସେମାନେ ନିକଟରେ ବାସନ୍ଦାଦେଶରୁ ଫେରିଛନ୍ତି। କିନ୍ତୁ ଜାମ୍ପା ପକେଟରେ ହ୍ୟାଣ୍ଡ ଓ୍ବାର୍ମର୍ସ ବହନ କରିଥିଲେ। ଏହା ତାଙ୍କର ଏକ ଅଭ୍ୟାସ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ କୁହାଯାଇଛି।


All Right Reserved By

ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଲେ ୧୭ ବର୍ଷୀୟ ରାଜ୍‌

ନ୍ୟୁୟର୍କ, ୯।୭: ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଛନ୍ତି ୧୭ ବର୍ଷୀୟ ବୋଲର ରାଜ୍‌ ବ୍ୟାସ। ୟୁଏସ୍‌ ଅଣ୍ଡର-୧୯...

ନୀରବତା ଭାଙ୍ଗିଲେ ସୋଏବ ମଲିକ

ଲଣ୍ଡନ, ୧୯।୬- ଚଳିତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚ୍‌ରେ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟରଙ୍କୁ ଏବେ ନିଜ ଦେଶରୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ...

ପାକିସ୍ତାନକୁ ୩୩୭ ରନ୍‌ର ଟାର୍ଗେଟ ଦେଲା ଭାରତ

ମାଞ୍ଚେଷ୍ଟର, ୧୬।୬: ଓଲ୍ଡ ଟ୍ରାଫର୍ଡରେ ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯାଉଛି। ଟସ୍‌ ହାରି...

ବ୍ରିଟିଶ ଓପନ୍‌ ସ୍କ୍ବାଶ: କ୍ୱାର୍ଟରରେ ଜ୍ୟୋତ୍ସ୍ନା

ହଲ୍‌ (ଇଂଲଣ୍ଡ), ୨୨।୫(ପି.ଟି.): ଏଠାରେ ଚାଲିଥିବା ପିଏସ୍‌ଏ ଓ୍ବାଲର୍‌ଡ ଟୁର୍‌ ପ୍ଲାଟିନମ ଇଭେଣ୍ଟ ବ୍ରିଟିଶ ଓପନ୍‌ ସ୍କ୍ବାଶରେ ଭାରତର ଜ୍ୟୋତ୍ସ୍ନା ଚିନାପ୍ପା କ୍ୱାର୍ଟର ଫାଇନାଲରେ ପ୍ରବେଶ...

କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ

ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ...

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲା

ଲଣ୍ଡନ, ୨୯।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି...

ବଦଳିବ ପାକିସ୍ତାନ ଦଳର କୋଚିଂ ସେଟ୍‌ଅପ

କରାଚୀ,୭।୮- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦଳର କୋଚ୍‌ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବ ନାହିଁ ବୋଲି ବୁଧବାର ଘୋଷଣା କରିଛି। ଫଳରେ ପାକିସ୍ତାନ...

ଇଞ୍ଜାମାମଙ୍କ ଆଶା

ଆଇସିସି କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ମୋଟ ୬ ଥର ଭେଟିଛି ଏବଂ ସବୁଥର ହାରିଛି। ଏଥର କିନ୍ତୁ ପାକିସ୍ତାନ ପରାଜୟ ଧାରା ଭାଙ୍ଗିପାରିବ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *