Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ଯୁବିଙ୍କ ଅଲ୍‌ବିଦା

ମୁମ୍ବାଇ,୧୦।୬- କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୧୧ ଆଇସିସି ବିଶ୍ୱକପ୍‌ ଓ ୨୦୦୭ ଟି୨୦ ବିଶ୍ୱକପ୍‌ ହିରୋ ମୁମ୍ବାଇଠାରେ ଏକ ଖବରଦାତାଙ୍କ ସମ୍ମିଳନୀ ଡକାଇ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଆଇସିସି ସ୍ବୀକୃତିପ୍ରାପ୍ତ ବିଦେଶ ଟି୨୦ ଲିଗ୍‌ରେ ଖେଳିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଯୁବି ୨୦୧୨ରେ ଶେଷ ଥର ଲାଗି ଅନ୍ତର୍ଜାତୀୟ ଟେଷ୍ଟ ଖେଳିଥିଲେ। ସେହିଭଳି ୨୦୧୭ରେ ଭାରତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ଫର୍ମାଟରେ ପ୍ରତିନିଧିତ୍ୱ କରିଥିଲେ। ୨୦୦୦ରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଯୁବି ମ୍ୟାନ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ୨୦୦୦ରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କୁ ପଦାର୍ପଣ ସୁଯୋଗ ମିଳିଥିଲା। ୧୯ ବର୍ଷର ଲମ୍ବା କ୍ୟାରିୟରର କେନିୟା ବିପକ୍ଷରେ ଆରମ୍ଭ କରିଥିଲେ। କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍‌ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୮୪ ରନ୍‌ କରିଥିଲେ। ଏହିଠାରୁ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଉ ପଛକୁ ଫେରି ଚାହିଁ ନ ଥିଲେ। ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ୨୦୧୧ ଆଇସିସି ବିଶ୍ୱକପ୍‌ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଟି୨୦ ବିଶ୍ୱକପ୍‌ରେ ସେ ଗୋଟିଏ ଓଭରରେ ୬ ଛକା ଲଗାଇ ଲୋକପ୍ରିୟତା ହାସଲ କରିଥିଲେ। ସେହିଭଳି ୨୦୧୧ ବିଶ୍ୱକପ୍‌ରେ ୯୦.୫୦ ଆଭରେଜରେ ୩୬୨ ରନ୍‌ କରିବା ସହ ୧୫ ଉଇକେଟ ନେଇଥିଲେ। ଏକଦା ଦେଶର ଶ୍ରେଷ୍ଠ ସୀମିତ ଓଭର କ୍ରିକେଟ ସ୍ପେଶାଲିଷ୍ଟଙ୍କ ଫୁସ୍‌ଫୁସ ଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ। ଆମେରିକାରେ କର୍କଟ ଭଳି ମାରାତ୍ମକ ରୋଗ ସହ ଲଢ଼େଇ କରିଥିଲେ। ସଫଳତାର ସହ ରୋଗରୁ ମୁକ୍ତ ହେବା ପରେ ସେ ୨୦୧୨ରେ ପୁଣି କ୍ରିକେଟକୁ ଫେରିଥିଲେ। ଅନ୍ତିମ ଥର ତାଙ୍କୁ ଚଳିତବର୍ଷ ଆଇପିଏଲରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ୩୭ ବର୍ଷୀୟ ଅଲରାଉଣ୍ଡର ୩୦୪ ଦିନିକିଆରୁ ୩୬.୫୫ ହାରରେ ୮,୭୦୧ ରନ୍‌ କରିଛନ୍ତି। ଏଥିରେ ୧୪ ଶତକ ଓ ୫୨ ଅର୍ଦ୍ଧଶତକ ରହିଛି। ୪୦ ଟେଷ୍ଟ ଖେଳି ୩୩.୯୨ ଆଭରେଜରେ ୧୯୦୦ ରନ୍‌ କରିଥିବାବେଳେ ୫୮ ଟି୨୦ ମ୍ୟାଚ୍‌ରୁ ୧୧୭୭ ରନ୍‌ କରିିଛନ୍ତି । ମୋ କ୍ୟାରିୟରର ବହୁ ଉତ୍‌ଥାନ୍ନ ଓ ପତନ ଦେଇ ଗତି କରିଛି। କ୍ରିକେଟ କ୍ୟାରିୟରର ବହୁ ଭଲ ଥିଲା। କିନ୍ତୁ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ସାରିଛି। ସନ୍ନ୍ୟାସ ନେବା ଲାଗି ଏହା ଉଚିତ ସମୟ ବୋଲି ଯୁବି କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଆଶେସ ସିରିଜ: ୩ୟ ଟେଷ୍ଟରୁ ସ୍ମିଥ୍‌ ବାଦ୍‌

ଲଣ୍ଡନ, ୨୦।୮ (ଏଏଫ୍‌ପି)- ଅଭିଜ୍ଞ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଗୁରୁବାରଠାରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଯାଉଥିବା ସମ୍ମାନଜନକ ଆଶେସ ଟେଷ୍ଟ ସିରିଜର ୩ୟ ମ୍ୟାଚ୍‌ରୁ...

‘ରାହୁଲ, ମୁଁ ବୁଝାମଣାର ଚ୍ୟାଲେଞ୍ଜ ବାଧା ଅତିକ୍ରମ କରିବାକୁ ପ୍ରସ୍ତୁତ’

ସାଉଥାମ୍ପଟନ,୧୮।୬(ପିଟି)- ରୋହିତ ଶର୍ମା ଓ ଶିଖର ଧାଓ୍ବନ ବର୍ତ୍ତମାନ ଦିନିକିଆ କ୍ରିକେଟର ସଫଳତମ ଓପନିଂ ଯୋଡ଼ି। ଉଭୟଙ୍କ ମଧ୍ୟରେ ଥିବା ଭଲ ବୁଝାମଣା ଏହାର କାରଣ।...

ସ୍କୁଲ ପିଲାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ଇନ୍ଦୋର,୧୨।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ। ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଖେଳିବାକୁ...

ବିବାଦରେ ଆଇସିସି

ମୁମ୍ବାଇ,୧୩।୭-ଅନ୍ତର୍ଜାତୀୟ କ୍ରିକେଟର ପରିଚାଳନା ସଂସ୍ଥା ଆଇସିସି ଏକ ବଡ଼ ବିବାଦର ସମ୍ମୁଖୀନ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦୁବାଇର ଅଜୟ ସେଠୀଙ୍କ ଚ୍ୟାନେଲ ୨କୁ ଚଳିତ...

ଆଇପିଏଲ: ରିଲିଜ୍‌ ହୋଇଥିବା ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ,୧୬।୧୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ସଂସ୍କରଣ ପାଇଁ ଆସନ୍ତା ମାସରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ଦଳଗୁଡିକ...

ଧୋନୀଙ୍କୁ ଗମ୍ଭୀରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭।୭- ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ଭେଟେରାନ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଆର୍ମିରେ କାର୍ଯ୍ୟ କରିବାକୁ ପ୍ରଶଂସା କରିଛନ୍ତି। ଗମ୍ଭୀରଙ୍କ...

ଧୋନୀଙ୍କ ୭ ନଂ ଜର୍ସି ପଛର କାରଣ

ଚେନ୍ନାଇ,୨୩।୮: ମହେନ୍ଦ୍ର ସିଂ ଧୋନୀ ଦେଶର ସଫଳ ତଥା ଲୋକପ୍ରିୟ କ୍ରିକେଟ ଅଧିନାୟକ। ସେ ସର୍ବଦା ୭ ନଂ ଜର୍ସି ପିନ୍ଧନ୍ତି। ଏହାର କାରଣ ଖୁବ୍‌...

କୋଲେମାନଙ୍କୁ ୧୦୦ ମି. ସ୍ବର୍ଣ୍ଣ

ଦୋହା,୨୯।୯(ଏଏଫ୍‌ପି): ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସର ସବୁଠୁ ଲୋକପ୍ରିୟ ଇଭେଣ୍ଟ ପୁରୁଷ ୧୦୦ ମିଟରରେ ଆମେରିକୀୟ ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲେମାନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି...

Leave a comment

Your email address will not be published. Required fields are marked *