ସପ୍ତାହରେ ତିଆରି କଲେଣି ୨୦ ହଜାର ମାସ୍କ

ଛେଣ୍ଡିପଦା,୧।୪(ସ୍ବ.ପ୍ର.) – କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଲୋକ ମାସ୍କ ବ୍ୟବହାର କରୁଛନ୍ତି। ଏଥିଯୋଗୁ ବଜାରରେ ମାସ୍କର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ମାସ୍କ ତିଆରି କରି ଲୋକଙ୍କୁ ଯୋଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ପଞ୍ଚାୟତର ନାରୀଶକ୍ତି ଉତ୍ପାଦିକା ଦଳ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଅନୁଗୋଳ ୟୁକୋ ବ୍ୟାଙ୍କ ସହାୟତାରେ ସିଲେଇ ତାଲିମ ନେଇଥିବା ୧୭ ଜଣ ସଦସ୍ୟାଙ୍କୁ ନେଇ ଗଠିତ ଏହି ସଙ୍ଗଠନର ସଭାପତି ସୁଭଦ୍ରା ଗଡନାୟକ, ସମ୍ପାଦକ ଗେହ୍ଲାରାଣୀ ସାହୁ, କୋଷାଧ୍ୟକ୍ଷା ସୁଜାତା ପ୍ରଧାନ ପ୍ରମୁଖ ମାସ୍କ ତିଆରି କରୁଛନ୍ତି। ସେମାନେ ଅନୁଗୋଳର ବିଭିନ୍ନ ମେଡିସିନ ଷ୍ଟୋର, ଜିଲାପାଳ ଅଫିସ, ମିଶନ ଶକ୍ତି ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆଦିକୁ ମାସ୍କ ପିଛା ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରାୟ ସପ୍ତାହେ ମଧ୍ୟରେ ସେମାନେ ୨୦ ହଜାରରୁ ଅଧିକ ମାସ୍କ ବଜାରରେ ବିକ୍ରି କରିସାରିଥିବା ସଂଘ ସଭାପତି ଗଡନାୟକ ପ୍ରକାଶ କରିଛନ୍ତି। ମାସ୍କ ତିଆରି ବେଳେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ଏବେ ଛେଣ୍ଡିପଦା, କିଶୋରନଗର ଓ କଣିହାଁ ଆଦି ଅଞ୍ଚଳରୁ ମଧ୍ୟ ମାସ୍କ ତିଆରି ପାଇଁ ଅର୍ଡର ଆସୁଥିବା ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ପରଲୋକରେ ବିଶିଷ୍ଟ ସାହିତି୍ୟକ ରତ୍ନାକର ଚଇନି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୧୮।୪: ବିଶିଷ୍ଟ ସାହିତି୍ୟକ ତଥା ନାଟ୍ୟକାର ରତ୍ନାକର ଚଇନିଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକସ୍ଥିତ...

ନିର୍ଦ୍ଦେଶନାମାକୁ ବେଖାତିର: ଯାଞ୍ଚହେଉନି ସ୍କୁଲ ବ୍ୟାଗ, ପରିବହନ ଗାଡ଼ି

କେନ୍ଦ୍ରାପଡା ଅଫିସ, ୨୧।୯: କେନ୍ଦ୍ର ସରକାରଙ୍କ ମାନବ ସମ୍ଭଳ ବିଭାଗ ପକ୍ଷରୁ ଛାତୀଛାତ୍ରଙ୍କ ସ୍କୁଲ ବ୍ୟାଗ ବୋଝର ନିର୍ଦ୍ଦିଷ୍ଟ ଓଜନ ପାଇଁ ୨୦୧୮ରେ ନିୟମ ହୋଇଛି।...

ଘରବାହୁଡାଙ୍କ ନାମ ପଞ୍ଜିକରଣ ପାଇଁ ପଞ୍ଚାୟତରେ ଭିଡ଼

ଆନନ୍ଦପୁର,୨୫। ୪(ସ୍ବ.ପ୍ର.)-ଘରବାହୁଡାଙ୍କ ପାଇଁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ନାମ ପଞ୍ଜିକରଣ ବାଧ୍ୟତାମୂଳକ ହୋଇଥିବାରୁ ଆନନ୍ଦପୁର ବ୍ଲକ ବାଉଁଶଗଡ ପଞ୍ଚାୟତରେ ଭିଡ ପରିଲକ୍ଷିତ...

ହିତାଧିକାରୀଙ୍କ ଘରେ ପହଞ୍ଚିଲା ଆଗୁଆ ଭତ୍ତା ଟଙ୍କା

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଓ ଦେଶ ଲକ୍‌ ଡାଉନ୍‌ ଘୋଷଣା ପରେ ସରକାର ଲୋକଙ୍କୁ ଆର୍ଥତ୍କ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ଯୋଜନାରେ...

ରାଶନକାର୍ଡରେ ହିତାଧିକାରୀଙ୍କୁ ୯ଶହ ଟଙ୍କା ଦେବା ଘଟଣା: ଗାଁ କୋଠ ଟଙ୍କାରୁ ୫୦ ହଜାର ଉଠାଇ ବାଦ୍‌ ପଡିଥିବା ୫୨ ପରିବାରକୁ ପ୍ରଦାନ

ପାତ୍ରପୁର,୧୮ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବରଙ୍ଗ ଗ୍ରାମରେ ରାଶନ କାର୍ଡ଼ଧାରୀଙ୍କୁ ଦାଇତ୍ୱରେ ଥିବା କିଛି କର୍ମଚାରୀ କାର୍ଡ଼ ପିଛା ୧୦୦୦ ଟଙ୍କା ବଦଳରେ ୯୦୦ ଟଙ୍କା ଦେଇଥିବା...

ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷୟିତ୍ରୀଶିକ୍ଷକ: ଅବୁଝା ହେଲେ ପଚାରିବାକୁ ଦେଲେ ଫୋନ୍‌ ନମ୍ବର

କୃଷ୍ଣପ୍ରସାଦ, ୧୯।୪ (ଡି.ଏନ.ଏ.): କରୋନା ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ ଲାଗି ଶିକ୍ଷାର୍ଥୀଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି। ପାଠ ପଢିବାର ସୁଯୋଗ ସୃଷ୍ଟି କରିବା...

୬ ଦଫା ଦାବିରେ କେନ୍ଦୁପତ୍ର ଡିଭିଜନ ଅଫିସ ଆଗରେ ବିକ୍ଷୋଭ

କେନ୍ଦୁଝର,୩।୩(ସ୍ବ.ପ୍ର.): କେନ୍ଦୁଝର ସହର ଜୁଡ଼ିଆ ନିକଟରେ ଥିବା କେନ୍ଦୁପତ୍ର ଡିଭିଜନ ଅଫିସ ଆଗରେ ୬ ଦଫା ଦାବିରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଓ କର୍ମଚାରୀମାନେ ମଙ୍ଗଳବାର...

ଜିଲା ଚିଠି: ନୂଆ ବସ୍‌ଷ୍ଟାଣ୍ଡ

୧୯୯୩ରେ ଭଦ୍ରକକୁ ମିଳିଥିଲା ଜିଲା ମାନ୍ୟତା । ଜିଲା ପୁନର୍ଗଠନକୁ ୨୬ ବର୍ଷ ବିତିଗଲାଣି। ଜିଲା ସଦର ମହକୁମାର ଭିତ୍ତିଭୂମି ବିକାଶ ଲାଗି କେତେକ ଯୋଜନା...

Leave a comment

Your email address will not be published. Required fields are marked *