କରୋନା ଲକ୍‌ ଡାଉନ୍‌ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି

ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର ଲକ୍‌ଡାଉନ୍‌ ପରେ ବହୁ ଗରିବ ଓ ଅସହାୟଙ୍କ ଅସଲ ଚିତ୍ର ଏବେ ପଦାକୁ ଆସିବାରେ ଲାଗିଛି । ଲକ୍‌ଡାଉନ୍‌କୁ ଆଖି ଆଗରେ ରଖି ରାଜ୍ୟ ସରକାର ଗରିବ ଲୋକଙ୍କ ଦୁଃଖ ଓ ଅସୁବିଧା ଦୂର କରିବାକୁ ଯାଇ ୪ ମାସର ଭତ୍ତା ଟଙ୍କା ଓ ୩ ମାସର ପିଡିଏସ୍‌ ଆଗୁଆ ଦେଉଥିଲେ । ତେବେ ଏହି ଆଗୁଆ ଭତ୍ତା ଓ ପିଡିଏସ୍‌ ମଧ୍ୟ ଅନେକାଂଶରେ ଗରିବ ଲୋକଙ୍କ କ୍ଷୁଧା ନିବାରଣ କରିବାରେ ଯଥେଷ୍ଟ ହେଉ ନ ଥିବା ଖବର ମିଳୁଛି । ବହୁ ଗରିବ ପରିବାର ମାସିକ ୫ଶହ ଟଙ୍କାର ଭତ୍ତା ଓ ମାସିକ ୫ କେଜି ପିଡିଏସ୍‌ ଚାଉଳରେ ଚଳିବା କଷ୍ଟକର ହୋଇପଡେ । ଏଣୁ ବିଭିନ୍ନ ସମୟରେ ଧାର ଉଧାର କରି ଚଳିଥାନ୍ତି । ଏବେ ୪ ମାସର ଭତ୍ତା ଟଙ୍କା ଆଗୁଆ ପାଇବା ପରେ ଏହି ଗରିବ ଲୋକମାନେ ପ୍ରଥମେ ପୂର୍ବର ଋଣ ସୁଝି ଦେଇଥିବାରୁ ସେମାନଙ୍କ ଖାଇବା ନେଇ ବହୁ ସମସ୍ୟା ସୃଷ୍ଟି ହୋଇଛି ।

ବଲାଙ୍ଗୀର ସହର ତୁଳସୀନଗରର ରାମ ଛୁରା (୬୫) । ଛାଟିମାଟିର ଘର କରି ସେ ଏଠାରେ ରହୁଛନ୍ତି  ମଇଳା ସ୍ଥାନରୁ ପ୍ଳାଷ୍ଟିକ୍‌, ବୋତଲ ସଂଗ୍ରହ କରି ସେ ପେଟ ପୋଷନ୍ତି । ଝିଅ ବିବାହ କରିବା ପରେ ଏଠାରେ ତାଙ୍କର କେହି ନାହାନ୍ତି । ଗତ ଅଗଷ୍ଟ ମାସ ପ୍ରଳୟଙ୍କରୀ ବନ୍ୟାରେ ତାଙ୍କ ଘର ଭାଙ୍ଗିଯିବା ସହ ସମସ୍ତ ଆସବାବପତ୍ର ନଷ୍ଟ ହୋଇଗଲା । ସେହି ଦିନରୁ ସେ ଘରେ ରାନ୍ଧି ନ ପାରି କୌଣସି ଏକ ସାଧାରଣ ହୋଟେଲରୁ ଖାଦ୍ୟ କିଣି ଦିନ କାଟୁଥିଲେ । ବିଭିନ୍ନ ସମୟରେ ଏଥିପାଇଁ କେତେକ ଲୋକଙ୍କଠାରୁ ସେ ଧାରଉଧାର କରିଥିଲେ । ଏବେ ୪ମାସର ଭତ୍ତା ଟଙ୍କା ୨ ହଜାର ଟଙ୍କା ପାଇବା ପରେ ସବୁତକ ଟଙ୍କା ଋଣ ଶୁଝିଦେଲେ । ଫଳରେ ତାଙ୍କ ହାତ ଖାଲି ହୋଇଗଲା । ୩ ମାସର ଆଗୁଆ ପିଡିଏସ୍‌ ଚାଉଳ ପାଇନାହାନ୍ତି । ଲକ୍‌ ଡାଉନ୍‌ ଯୋଗୁଁ ଘରୁ ବାହାରି ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି । ହୋଟେଲଗୁଡିକ ବନ୍ଦ ହୋଇଥିବାରୁ ସେ ଖାଇବାକୁ ପାଉନାହାନ୍ତି । ବିଭିନ୍ନ ଦୋକାନରୁ ପାଉଁରୁଟି ଓ ବିସ୍କୁଟ ଆଣି କିମ୍ବା କେତେବେଳେ କେହି ଦରଦୀ ଲୋକ ଖାଇବାକୁ ଦେଲେ ଯାଇ ସେ ଖାଉଛନ୍ତି। ରାମ ଛୁରାଙ୍କ ଭଳି ଗରିବ ଲୋକଙ୍କୁ ଶୀଘ୍ର ଖାଦ୍ୟ ଯୋଗାଣ ନ ଦେଲେ ପରିସ୍ଥିତି ଅଡୁଆ ହୋଇପଡିବ ବୋଲି ଚର୍ଚ୍ଚା ହେଉଛି ।


All Right Reserved By Dharitri.Com

୧୪ରୁ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର(ଓଟିବି)ର ତୃତୀୟ ସଂସ୍କରଣ ଆୟୋଜିତ ହେବ। ଅକ୍ଟୋବର ୧୪ରୁ ୨୦ ତାରିଖ...

ହିତାଧିକାରୀଙ୍କୁ ଘରେ ଦିଆଗଲା ଭତ୍ତା ଟଙ୍କା

ବନ୍ତ,୨୭।୩(ଡି.ଏନ୍‌.ଏ.): କରୋନା ଲାଗି ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ହିତାଧିକାରୀଙ୍କୁ ଘରେ ଭତ୍ତା ଟଙ୍କା ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା...

ଆରମ୍ଭ ହେଲା ‘ମୋ ସରକାର’ ଯୋଜନା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବାକୁ ନେଇ ସର୍ବଦା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହୁଛି। ଅନେକ ସମୟରେ ଡାକ୍ତରଖାନା ଓ ଥାନାର କର୍ମଚାରୀମାନେ ଜନସାଧାରଣଙ୍କୁ...

ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ବଲାଙ୍ଗୀର ଅଫିସ, ୨୭।୧୨: ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଛି। ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟ ଏବଂ...

ଘରୋଇ କଳହକୁ ନେଇ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

ଚୌଦ୍ୱାର, ୧୫।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା...

ବିଏସ୍‌ଏଫ୍‌ ଆଇଜି ହେଲେ ହର୍‌ମିନ୍ଦର ପାଲ

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ବିଏସ୍‌ଏଫ୍‌ ଓଡିଶା ଫ୍ରଣ୍ଟିୟର କମାଣ୍ଡର(ଆଇଜି) ଭାବେ ନୂଆ ନିଯୁକ୍ତି ପାଇଛନ୍ତି ୧୯୮୪ ବ୍ୟାଚ୍‌ ବିଏସ୍‌ଏଫ୍‌ କ୍ୟାଡର ଅଫିସର ହର୍‌ମିନ୍ଦର ପାଲ। ଖୋର୍ଦ୍ଧାସ୍ଥିତ ବିଏସ୍‌ଏଫ୍‌ ମୁଖ୍ୟାଳୟରେ...

ବିଦ୍ୟୁତ୍‌ଜନିତ ଜୀବନହାନି ହ୍ରାସ କରିବାକୁ ଦୃଢ଼ ଉଦ୍ୟମ କରାଯିବ

ଭୁବନେଶ୍ୱର,୧୯ା୨(ବ୍ୟୁରୋ):ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦ୍ରରାଜପୁର ଗାଁ ନିକଟରେ ବିଦ୍ୟୁତ୍‌ ତାର ଲାଗି ଘଟିଥିବା ଦୁର୍ଘଟଣା ଦୁର୍ଭାଗ୍ୟଜନକ। ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି...

ମା’ ତାରିଣୀ ଇଷ୍ଟକନ୍‌ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ, ୨୮।୧: ଚିଟ୍‌ଫଣ୍ଡ ସଂସ୍ଥା ମା’ ତାରିଣୀ ଇଷ୍ଟକନ୍‌ ପ୍ରାଇଭେଟ ଲିମିଟେଡ୍‌ର ଜବତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ପରେ ଉକ୍ତ ସମ୍ପତ୍ତିକୁ...

Leave a comment

Your email address will not be published. Required fields are marked *