ହୋମ୍‌ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା

ଦମତାରି,୩୧।୩: କରୋନା ଭାଇରସ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଛତିଶଗଡ଼ ଦମତାରି ତାଗାପାଣି ଅଞ୍ଚଳର ଜରେ ୩୫ ବର୍ଷୀୟ ଯୁବକ ହୋମ୍‌ ଆଇସୋଲେଶନରେ ରହି ଆତ୍ମହତ୍ୟା କରିଥିବା ଜଣାପଡିଛି। ନିକଟରେ ସେ ତାମିଲନାଡୁରୁ ଫେରିଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ହୋମ୍‌ ଆଇସୋଲେଶନରେ ରଖିଥିଲା। ହେଲେ ତାଙ୍କ ନିକଟରେ କୌଣସି କରୋନା ଲକ୍ଷଣ ଦେଖାଯାଇ ନ ଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ଏଏସ୍‌ପି ମନିଶା ଠାକୁର କହିଛନ୍ତି ଯୁବକଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲା। ତେବେ ଆତ୍ମହତ୍ୟାର କାରଣ ଜଣାପଡି ନ ଥିବା ବେଳେ ଗତବର୍ଷ ଯୁବକ ଜଣକ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ହରାଇ ସବୁବେଳେ ଡିପ୍ରେଶନରେ ରହୁଥିବା କହିଛନ୍ତି ଏଏସ୍‌ପି। ଘଟଣାର ଯାଞ୍ଚ ପରେ ସତ୍ୟତା ଜଣାପଡିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

‘ମନ୍ଦିର ଲାଗି ନୂଆ ଟ୍ରଷ୍ଟର ଆବଶ୍ୟକତା ନାହିଁ’

ଅଯୋଧ୍ୟା, ୧୪ା୧୧ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ସରକାର ନୂଆ ଟ୍ରଷ୍ଟ ଗଠନ କରିବାର ଆବଶ୍ୟକତା ନାହିଁ ବୋଲି ରାମ ଜନ୍ମଭୂମି ନ୍ୟାସ ମୁଖ୍ୟ...

ଗଞ୍ଜାମ ଜିଲାର ୧୧୬୭ କ୍ୱାରାଣ୍ଟାଇନ ସେଣ୍ଟର ଉପରେ ନଜର ରଖୁଛି ୫୮ ପୋଲିସ ମୋବାଇଲ ଟିମ୍‌ , ରହିଛନ୍ତି ୫୫୦୨୫ ପ୍ରବାସୀ

ଛତ୍ରପୁର, ୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୧୧୬୭ଟି କ୍ୱାରାଣ୍ଟାଇନ ସେଣ୍ଟର ରହିଛି। ଉକ୍ତ ସେଣ୍ଟରଗୁଡିକର ବାହାରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଏଥିସହ...

ନିଜକୁ ଦ୍ୱିତୀୟ ଲାଲୁ ବୋଲି କହିଲେ ତେଜ ପ୍ରତାପ

ପାଟନା,୧୭।୪: ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆର୍‌ଜେଡି ନେତା ଲାଲୁ ପ୍ରସାନ ଯାଦବଙ୍କ ଝିଅ ମିଶା ଭାରତୀଙ୍କ ପାଇଁ ଭୋଟ ମାଗୁଥିବା ବେଳେ...

ଗାନ୍ଧୀନଗରରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗୁଜରାଟ ଗାନ୍ଧୀନଗରରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ସ୍ଥାନୀୟ...

ଡ୍ରଗ୍ସ୍‌ ଯୋଗୁ ଯୁବବର୍ଗଙ୍କ ମଧ୍ୟରେ ଏଡସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢୁଛି

ଚଣ୍ଡିଗଡ଼,୧୮।୭: ଯୁବବର୍ଗଙ୍କ ମଧ୍ୟରେ ଡ୍ରଗ୍ସ୍‌ର ନିଶା ପ୍ରଭାବ ବିସ୍ତାର କରିଚାଲିଛି। ଭାରତର ବିଭିନ୍ନ ରାଜ୍ୟ ମଧ୍ୟରୁ କେତେକ ପଶ୍ଚିମ ରାଜ୍ୟରେ ଏହାଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗ...

ବଦଳୁଛି ମେଣ୍ଟ ରାଜନୀତି

ନୂଆଦିଲ୍ଲୀ,୫।୬(ପି.ଟି./ଆଇଏଏନ୍‌ଏସ୍‌): ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟ ଜାତୀୟ ରାଜନୈତିକ ଚିତ୍ରପଟକୁ ବଦଳାଇଦେଇଛି। ଏହାର ପ୍ରଭାବରେ ବିରୋଧୀଙ୍କ ମହାମେଣ୍ଟ ରାଜନୀତିରେ ପରବର୍ତ୍ତନ ଦେଖିବାକୁ ମିଳିଲାଣି। ଉତ୍ତରପ୍ରଦେଶର...

ସୋନିଆଙ୍କ ସହ ଫୋନରେ କଥା ହେଲେ ଉଦ୍ଧବ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ରାଜନୀତି ଡ୍ରାମା ସୋମବାର ସନ୍ଧ୍ୟାରେ ଶେଷ ହୋଇପାରେ। ଶିବସେନାକୁ ସମର୍ଥନ କରିବାକୁ ଯାଇ ଏନ୍‌ସିପି ନିଜର ମତ...

ଇତିହାସ ପାଲଟିବ ମିଗ୍‌-୨୭: ବାୟୁସେନାରୁ ନେବ ବିଦାୟ

ଯୋଧପୁର,୨୬।୧୨: ଡିସେମ୍ବର ୨୭ ପରେ ଯୁଦ୍ଧ ବିମାନ ମିଗ୍‌-୨୭ ଇତିହାସ ପାଲଟିବ। ଭାରତୀୟ ବାୟୁସେନାରୁ ମିଗ୍‌-୨୭ ଯୁଦ୍ଧ ବିମାନକୁ ବିଦାୟ ଦିଆଯିବ। ଶେଷଥର ପାଇଁ ଏହା...

Leave a comment

Your email address will not be published. Required fields are marked *