ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଦାନ କଲା ରିଲାଏନ୍ସ

ନୂଆଦିଲ୍ଲୀ,୩୧।୩: କରୋନା ସହ ମୁକାବିଲା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ମଙ୍ଗଳବାର ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଟଙ୍କା ଦାନ କରିବ ବୋଲି ଘୋଷଣା କରିଛି। ଏହାପୂର୍ବରୁ ରିଲାଏନ୍ସ ପକ୍ଷରୁ କୋଭିଡ୍‌-୧୯ର ରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇରେ ୧୦୦ଶର୍ଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର ହସ୍ପିଟାଲ ତିଆରି କରାଯାଇଛି। ସେହିପରି କେରାନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ କେନ୍ଦ୍ରସରକାର ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହି ସମୟରେ ଦେଶର ୫୦ଲକ୍ଷ ଲୋକଙ୍କୁ ରିଲାଏନ୍ସ ପକ୍ଷରୁ ଭୋଜନ କରାଇବାର ଯୋଜନା କରାଯାଇଛି। କେବଳ ସେତିକି ନୁହେଁ ପ୍ରତିଦିନ ରିଲାଏନ୍ସ ପକ୍ଷରୁ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟଲୋକଙ୍କୁ ୧ଲକ୍ଷ ମାସ୍କ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ରିଲାଏନ୍ସ ବ୍ୟତୀତ ରତନ ଟାଟା ଓ ଅନୀଲ ଅଗ୍ରଓ୍ବାଲ ସମେତ ଅନେକ ଶିଳ୍ପପତି ପିଏମ୍‌ କେୟାର୍ସ ଫଣ୍ଡକୁ ସହାୟତାର ହାତ ବଢ଼ାଇ ସାରିଛନ୍ତି।


All Right Reserved By Dharitri.Com

ପ୍ରକୃତିର ଶୋଷଣ ନୂଆ ରୋଗର ପ୍ରକୋପ ବଢ଼ାଇବ

ଓ୍ବାଶିଂଟନ,୧୬ା୪: ମହାମାରୀ କରୋନା ଯୋଗୁ ବିଶ୍ୱ ଏବେ ଥରହର। କେହି କେହି ଏହା ମାନବୀୟ ଅବହେଳାର ପରିଣାମ ବୋଲି କହୁଥିବା ବେଳେ ପ୍ରକୃତିର ଶୋଷଣ ଏଭଳି...

ମୁମ୍ବାଇର ୱୋକାର୍ଡ ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଗଲା

ମୁମ୍ବାଇ,୬ ।୪: ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କେତେଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ତେବେ...

ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ...

କରୋନା ଭୂତାଣୁ ମୁକାବିଲା ପାଇଁ ବିଶୋଧକ ସ୍ପ୍ରେ

ଗଞ୍ଜାମ,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସ୍ଥାନୀୟ ଏକ କମ୍ପାନୀ ପକ୍ଷରୁ ଗଞ୍ଜାମ ଜିଲା ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ବିଶୋଧକ (ସୋଡିୟମ ହାଇପୋ...

ପାଣ୍ଠି ହେର୍‌ଫେର୍‌ ଅଭିଯୋଗ: ଅଷ୍ଟ୍ରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲେ ଭାରତ ସରକାର

ନୂଆଦିଲ୍ଲୀ,୩୦।୧୨: ପାଣ୍ଠି ହେର୍‌ଫେର୍‌ ଅଭିଯୋଗ ଆସିବା ପରେ ଭାରତ ସରକାର ଅଷ୍ଟ୍ରିଆରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରେନୁପାଲଙ୍କୁ ଫେରାଇ ଆଣିଛନ୍ତିି। ରେନୁଙ୍କ କାର୍ଯ୍ୟକାଳ ପୂରଣ ହେବାର...

ହାଜିପୁର ସେକ୍ଟରରେ ୨ ପାକ୍‌ ସେନା ନିହତ

ନୂଆଦିଲ୍ଲୀ,୧୪।୯: ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବାର କଡା ଜବାବ ଦେଇଛି ଭାରତୀୟ ସେନା। ଏଥର ଭାରତୀୟ ସେନା ୨ ପାକିସ୍ତାନୀ ସେନାଙ୍କୁ ନିହତ...

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି, ନିଷିଦ୍ଧାଞ୍ଚଳ ହେଲା ସୂର୍ଯ୍ୟନଗର

ଭୁବନେଶ୍ୱର, ୨ା୪(ବ୍ୟୁରୋ): ଭୁବନେଶ୍ୱରରୁ ବୁଧବାର ଚିହ୍ନଟ ହୋଇଥିବା ଓଡ଼ିଶାର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ଲୋକଲୋଚନକୁ ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସେ ହେଲେ...

ବାହାଦୂର ଶାହା ଜାଫରଙ୍କ ବଂଶଜ କହିଲେ ରାମ ମନ୍ଦିର ହେଲେ ପ୍ରଥମେ ଇଟା ସେମାନେ ରଖିବେ

ହାଇଦ୍ରାବାଦ,୧୮।୮: ମୋଗଲ ସମ୍ରାଟଙ୍କ ଶେଷ ଶାସକ ବାହାଦୂର ଶାହା ଜାଫରଙ୍କ ବଂଶଜ ହବିବୁଦ୍ଦିନ ତୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ...

Leave a comment

Your email address will not be published. Required fields are marked *