ଗଡ଼ୁନି ଗାଡ଼ି, ପୂରୁନି ପେଟ-ଦୁଃଖରେ ଦିନ କାଟୁଛନ୍ତି ଚାଳକ, ହେଲ୍‌ପର ଓ କଣ୍ଡକ୍ଟର

ପୁରୀ ଅଫିସ,୩୧ା୩ : ପର୍ଯ୍ୟଟନ ସହର ପୁରୀ। ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ଉପରେ ଅନେକ ପରିବାରର ଭାତହାଣ୍ଡି ନିର୍ଭର କରେ। ପର୍ଯ୍ୟଟକ ଆସିଲେ ଦି’ ପଇସା ରୋଜଗାର ହୁଏ, ସେଥିରେ ସେମାନଙ୍କ ଘର ଚଳେ। କିନ୍ତୁ ଏବେ ଅନେକଙ୍କ ଜୀବନ ଜୀବିକା ଉପରେ କରୋନାର ପ୍ରଭାବ ପଡ଼ିଛି। ବିଶେଷକରି ପର୍ଯ୍ୟଟକ ଏବଂ ଜିଲାବାସୀଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ ବସ୍‌, ଟେମ୍ପୋ ଏବଂ ଅନ୍ୟାନ୍ୟ ଗାଡ଼ିିର କର୍ମଚାରୀମାନେ ଦୁଃଖରେ ଦିନ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ କୌଣସି ଗାଡ଼ି ଗଡ଼ୁ ନ ଥିବାରୁ ରୋଜଗାର ଠପ୍‌। ତେଣୁ ଶହ ଶହ ସଂଖ୍ୟକ ଗାଡ଼ି ଚାଳକ, ହେଲ୍‌ପର ଏବଂ କଣ୍ଡକ୍ଟରଙ୍କୁ ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା। ଲକ୍‌ ଡାଉନ ଦିନ ଯେତେ ଗଡୁଛି ଏମାନଙ୍କ ଚିନ୍ତା ସେତିକି ବଢୁଛି।
ପୁରୀ ଜିଲାରେ ଶ୍ରୀମନ୍ଦିର, ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା, ସାତପଡ଼ା, କାକଟପୁର ମଙ୍ଗଳା ମନ୍ଦିର ପ୍ରଭୃତି ଅନେକ ଦର୍ଶନୀୟ ସ୍ଥାନ ରହିଛି। ଏଥିଲାଗି ପ୍ରତ୍ୟହ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏମାନେ ବିଭିନ୍ନ ଗାଡ଼ି ଭଡାରେ ନେଇ ଏହିସବୁ ସ୍ଥାନ ବୁଲି ଯାଇଥାନ୍ତି। ସେହିପରି ଜିଲାର ବିଭିନ୍ନ ରୁଟ୍‌କୁ ଶହ ଶହ ବସ୍‌ ଚଳାଚଳ କରିଥାଏ। ଏବେ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ବସ୍‌, ଟେମ୍ପୋ, କାର ଆଦି ଉପରେ ଭରସା କରି ପରିବାର ଚଳାଉଥିବା ଲୋକେ ହାତବାନ୍ଧି ବସିଛନ୍ତି। ପୁରୀରୁ କାକଟପୁର, ଅସ୍ତରଙ୍ଗ, ଗୋପ, ସାକ୍ଷୀଗୋପାଳ, କୋଣାର୍କ, ନିମାପଡ଼ା, ବଳଙ୍ଗା, ପିପିଲି, ବ୍ରହ୍ମଗିରି, ସାତପଡ଼ା, କଣାସ, ଡେଲାଙ୍ଗ, ଚନ୍ଦନପୁର ପ୍ରଭୃତି ସ୍ଥାନକୁ ଶତାଧିକ ଘରୋଇ ବସ୍‌ ଦୈନିକ ଯାତ୍ରୀ ପରିବହନ କରିଥାନ୍ତି। କଟକ, ଭୁବନେଶ୍ୱରକୁ ମଧ୍ୟ ଅନେକ ବସ୍‌ ଚଳାଚଳ କରିଥାଏ। ଏତଦ୍‌ବ୍ୟତୀତ ଜିଲାରେ ୬୦ଟି ଟୁରିଷ୍ଟ ବସ୍‌, ୨୫ଟି ଟାଉନ ବସ୍‌ ଚଳାଚଳ କରେ। ଏହି ବସ୍‌ଗୁଡ଼ିକରେ ପ୍ରାୟ ୩୦୦ ଡ୍ରାଇଭର, ୨୦୦ କଣ୍ଡକ୍ଟର ଓ ୨୫୦ ହେଲ୍‌ପର କାର୍ଯ୍ୟ କରନ୍ତି। ହେଲେ କରୋନା କଟକଣା ଯୋଗୁ ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ନିଜ ନିଜ ଗାଁକୁ ଚାଲି ଯାଇଛନ୍ତି। ଆଉ କେତେଜଣ ପୁରୀରେ ଥିବା ଭଡ଼ାଘରେ ରହିଛନ୍ତି। କାହାରି ହାତରେ କାମ ନାହିଁ। ଗାଡି ଗଡ଼ୁ ନ ଥିବାରୁ ମାଲିକମାନେ ବି ସେମାନଙ୍କ ଅସହାୟତା ପ୍ରକାଶ କରୁଛନ୍ତି। ତେଣୁ କର୍ମଚାରୀମାନେ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି।
ଅନ୍ୟପକ୍ଷରେ ବସ୍‌ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଏବଂ ଜିଲାପାଳଙ୍କ ଉଦ୍ଦେଶ୍ୟରେ ନୀଳଗିରି ମୋଟର କର୍ମଚାରୀ ସଂଘକୁ ଚିଠି ଲେଖିଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆର୍ଥିକ ବ୍ୟବସ୍ଥା କରିବାକୁ ସଂଘ ଜରିଆରେ ଗୁହାରି ଜଣାଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନାହିଁ। କେବଳ ବସ୍‌ କର୍ମଚାରୀ ନୁହଁନ୍ତି, ପୁରୀ ସହରରେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଅଟୋ, ଶହ ଶହ କାର ମଧ୍ୟ ରହିଛି। ଏହାର ଚାଳକମାନେ ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ବିଭିନ୍ନ ସ୍ଥାନକୁ ନେବା ଆଣିବା କରି ପରିବାର ପ୍ରତିପୋଷଣ କରିଥାନ୍ତି। ସେମାନେ ବି ଏବେ ଖାଲି ହାତରେ ବସିଛନ୍ତି। ନୀଳଗିରି ମୋଟର କର୍ମଚାରୀ ସଂଘର ବିଭୂତି ଭୂଷଣ ମହାନ୍ତି କହିଛନ୍ତି, କରୋନା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଠିକ୍‌ ଅଛି। କିନ୍ତୁ ଯେଉଁ ବସ୍‌ କର୍ମଚାରୀମାନେ ଗାଡ଼ି ଚାଲିଲେ ପରିବାର ପ୍ରତିପୋଷଣ କରିଥାନ୍ତି ସେମାନଙ୍କ ପାଇଁ ସରକାର କିଛି ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବା ଦରକାର।

 


All Right Reserved By Dharitri.Com

ନାନା ସମସ୍ୟାରେ ପାରାଦୀପ ମାଛଧରା ବନ୍ଦର: ୧୦ ବର୍ଷରେ ୧୭ଥର ବସିଛି ପରିଚାଳନା ସମିତି ବୈଠକ

ପାରାଦୀପ,୧୯ା୨(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ସମ୍ପ୍ରତି ବହୁବିଧ ସମସ୍ୟା ମଧ୍ୟରେ ଗତିକରୁଛି। ଏହି ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ପ୍ରାୟ ୫୦ ହଜାର...

ବିମାନ ଉଡ଼ାଇଲେ ଆଦିବାସୀ ଝିଅ -ମାଲକାନଗିରି ଜିଲାର ପ୍ରଥମ ମହିଳା ପାଇଲଟ ଅନୁପ୍ରିୟା ଲାକ୍ରା

ମାଲକାନଗିରି,୮।୯(ଡି.ଏନ୍‌.ଏ.)ଆକାଶ ଛୁଇଁବା, ପକ୍ଷୀ ଭଳି ଉଡ଼ିବାର ଇଚ୍ଛା ଥିଲା। ଦୀର୍ଘ ୭ ବର୍ଷର ତାଲିମ ପରେ ଏବେ ତାହା ସାକାର ହୋଇଛି। ମାଲକାନଗିରି ଭଳି ଉପାନ୍ତ...

ମୃତ ମହିଳା ଜୀବିତ ଘଟଣା : ଥାନା ଅଧିକାରୀ ନିଲମ୍ବିତ

ବାରିପଦା ଅଫିସ,୩୧।୮: ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନାଧିକାରୀ ଏକ ହତ୍ୟା ମାମଲାରେ ବାପାପୁଅଙ୍କୁ ଗିରଫ କରିଥିବାରୁ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ...

ବିବାଦୀୟ ଜମିରେ ଲଜିଷ୍ଟିକ ପାର୍କ ନିର୍ମାଣ ମାମଲା:ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଲା ଏନ୍‌ଜିଟି

ଯାଜପୁର ଅଫିସ, ୧୩ା୧: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଦାନଗଦୀ ତହସିଲ ଯଖପୁରା ମୌଜାର ୧୧.୯୯୦ ଏକର ପରିମିତ ଶାଳ କିସମ ଜମିରେ ବିନା ପରିବେଶ ମଞ୍ଜୁରୀରେ...

ଆକ୍ରମଣ ଘଟଣା: ବାପପୁଅଙ୍କୁ ୧୨ବର୍ଷ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୧: ନୟାଗଡ଼ ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମାନସ କୁମାର ପଣ୍ଡା ଶନିବାର ଏକ ଆକ୍ରମଣ ଘଟଣାର ବିଚାର କରି ବାପପୁଅଙ୍କୁ ୧୨...

ଶୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମନ ମୋହିଲା ଘୁମୁରା, ଛଉ, ଗୋଟିପୁଅ ନୃତ୍ୟ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ.ଏ.)- ଦାରିଙ୍ଗବାଡିରେ ଅନୁଷ୍ଠିତ ଶୀତ ଉତ୍ସବର ଦ୍ୱିତୀୟ ଅର୍ଥାତ ଗୁରୁବାର ସନ୍ଧ୍ୟାର କାର୍ଯ୍ୟକ୍ରମକୁ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ...

ଜୟପୁରରେ ରବି ନନ୍ଦ ଆଗୁଆ

ଜୟପୁର,୨୩ା୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବିଧାନସଭା ଆସନରେ ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରବିନାରାୟଣ ନନ୍ଦ ୭୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ତାରାପ୍ରସାଦ...

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ବନ କର୍ମଚାରଙ୍କୁ ନିସ୍ତୁକ ପିଟିଲେ

ପରଜଙ୍ଗ, ୩୧।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ପାଳସାହି ଗ୍ରାମରେ ଗୁରୁବାର ରାତିରେ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ...

Leave a comment

Your email address will not be published. Required fields are marked *