Posted inଜାତୀୟ

୨୬ବର୍ଷୀୟ ବ୍ୟକ୍ତିଙ୍କୁ ଲାଗିଥିଲା ୧୮ଟି ଗୁଳି: ୭ଘଣ୍ଟା ଅପରେଶନ୍‌ ପରେ ମିଳିଲା ନୂଆ ଜୀବନ

ପାଟନା,୧୦।୬: ଡାକ୍ତରଙ୍କୁ ଲୋକମାନେ ଭଗବାନ ବୋଲି ଭାବିଥାନ୍ତି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ବହୁଥର ଦେଖିବାକୁ ମିଳିଛି। ଏଭଳି ଏକ ଚମତ୍କାର କରି ଦେଖାଇଛନ୍ତି ବିହାରର ଜଣେ ଡାକ୍ତର। ଜଣେ ବ୍ୟକ୍ତିଙ୍କ ଦେହରେ ୧୮ଟି ଗୁଳି ବାଜିଥିବା ବେଳେ ଦୀର୍ଘ ସମୟ ଧରି ଅପରେଶନ୍‌ ପରେ ଡାକ୍ତର ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ଶନିବାର ରାତିରେ ସୀତାମଢ଼ୀର ରାଜପୁର ଗଁାର ସୁପ୍ପା ପୋଲିସ ଥାନା ନିକଟରେ ପଙ୍କଜ କୁମାର ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୃର୍ବୁତ୍ତ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପଙ୍କଜଙ୍କ ଛାତି, ଗୋଡ, ହାତ, ପେଟ ଓ ଯକୃତ ଆଦିରେ ମୋଟ ୧୮ଟି ଗୁଳି ବାଜିଥିବା ନେଇ ଡାକ୍ତର ସୂଚନା ଦେଇଥିଲେ। ତେବେ ଦୀର୍ଘ ୭ ଘଣ୍ଟା ଧରି ଡାକ୍ତର ପଙ୍କଜଙ୍କ ଅପରେଶନ୍‌ କରି ଜୀବନ ବଞ୍ଚାଇଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।


All Right Reserved By Dharitri.Com

ଅଚାନକ ଜିଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଯୋଗୀ

ଲକ୍ଷ୍ନୌ,୨୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଅଚାନକ ଭାବେ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ରୋଗୀଙ୍କୁ ଭେଟିବା ସହ ହସ୍ପିଟାଲରେ...

କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ ଘୁଞ୍ଚିଲା: ନଭେମ୍ବର ୨୭କୁ ଅପେକ୍ଷା

ଶ୍ରୀହରିକୋଟା,୨୧।୧୧: କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣକୁ କେତେକ କାରଣରୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହା ନଭେମ୍ବର ୨୭ରେ କରାଯିବ। ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୯ଟା ୨୮ରେ...

ସୁକମା ଏନ୍‌କାଉଣ୍ଟର: ମହିଳା ମାଓବାଦୀ ମୃତ

ରାୟପୁର,୯।୭: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମା ଜିଲାରେ ମାଓବାଦୀ ବିରୋଧୀ ଅଭିଯାନ ସଫଳ ହୋଇଛି। ମଙ୍ଗଳବାର ଚିନ୍ତାଗୁମ୍ପା ଅଞ୍ଚଳର ଡବ୍ବାକୋଣ୍ଟା ଗଁା ନିକଟସ୍ଥ ଜଙ୍ଗଲରେ ଥିବା...

ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା...

ଶପଥ ନେଲେ ବିହାର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସଦସ୍ୟ

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଛି। ଏଥିରେ ୮ ଜେଡିୟୁ ନେତା ସାମିଲ ହେବା ସହ ରାଜଭବନରେ ଶପଥ ନେଇଛନ୍ତି।...

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ...

ଧର୍ମେନ୍ଦ୍ରଙ୍କ ମୁଣ୍ଡରେ ପୁଣି ସୁନା କଳସ: ପିଏମ୍‌ଓରୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଣ୍ଡରେ ପୁଣି ସୁନା କଳସ ଢ଼ଳା ହୋଇଛି। ସେ ପୁଣିଥରେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରୁ ତାଙ୍କ ପାଖକୁ...

ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବାକୁ ଉତ୍ତର ପ୍ରଦେଶରୁ ଆସିପାରନ୍ତି ଜହ୍ଲାଦ

ନୂଆଦିଲ୍ଲୀ,୧୨।୧୨: ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। କାରଣ ଖୁବ୍‌ଶୀଘ୍ର ଏମାନଙ୍କୁ ଫାଶୀ...

Leave a comment

Your email address will not be published. Required fields are marked *