Posted inଜାତୀୟ

ଭୋପାଳ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଅନ୍ତିମ ସଂସ୍କାରରେ ସାମିଲ ହେଲେ ଦିଗ୍‌ବିଜୟ

ଭୋପାଳ, ୧୦।୬: ମଧ୍ୟପ୍ରଦେଶର କମଳାନଗରରେ ଜଣେ ନାବାଳିକାଙ୍କ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଏଭଳି ଲଜ୍ଜାଜନକ ଘଟଣା ଯୋଗୁ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ସୋମବାର ତାଙ୍କ ମୃତଦେହକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ। ଏଭଳି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦୋଷୀ କଡା ଦଣ୍ଡ ଦିଆଯାଉ ବୋଲି ଦିଗ୍‌ବିଜୟ କହିଛନ୍ତି। ସୂଚନାଯୋଗ୍ୟ, ଭୋପାଳସ୍ଥଇତ କମଳାନଗର ଥାନା ମଣ୍ଡଓ୍ବା ବସ୍ତିର ଜଣେ ୮ବର୍ଷୀୟା ନାବାଳିକା ଶନିବାର ରାତିପ୍ରାୟ ୮ଟାର କିଛି ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ। ଘର ଲୋକେ ଏନେଇ ଥାନାରେ ଏତଲା ଦେଇଥିଲେ। ରବିବାର ସକାଳେ ନାବାଳିକାଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଥିଲା।


All Right Reserved By Dharitri.Com

ଆଧାର ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମିଳିବ ବ୍ୟକ୍ତିଗତ ପରିଚୟ ନମ୍ବର: ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ବ୍ଲୁପ୍ରିଣ୍ଟ୍‌ ଦାଖଲ

ନୂଆଦିଲ୍ଲୀ,୧୬।୫: ଦେଶର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଧାର ଭଳି ବ୍ୟକ୍ତିଗତ ପରିଚୟ ନମ୍ବର ପ୍ରଦାନ ପାଇଁ ସରକାର ଯୋଜନା କରିଛନ୍ତି।...

ସୁନାର ୫୦ ତୁଳସୀପତ୍ର ଚଢ଼ାଇଲେ ଶ୍ରଦ୍ଧାଳୁ

ବିଶାଖାପାଟଣା: ଭଗବାନଙ୍କ ନିକଟରେ ନିଜର ଭକ୍ତି ଓ ଆସ୍ଥାକୁ ଲୋକେ ବିଭିନ୍ନ ଉପାୟରେ ପ୍ରକାଶ କରିଥାନ୍ତି। ଅନେକ ଲୋକ ମନ୍ଦିରରେ ଦାନ କରି ଶାନ୍ତି ମଧ୍ୟ...

ନଡ୍ଡା ହେବେ ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଗ୍ରହଣ କରିବାକୁ ଯାଉଥିବାବେଳେ ଦଳର ସାଙ୍ଗଠନିକ ଦାୟିତ୍ୱ ବରିଷ୍ଠ ଭାଜପା ନେତା...

୩୭୦ ଉଚ୍ଛେଦକୁ ହୁଡାଙ୍କ ସମର୍ଥନ

ରୋହତକ୍‌,୧୯ା୮(ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ଏହାକୁ ନେଇ କଂଗ୍ରେସରେ ଭିନ୍ନମତ ପ୍ରକାଶ ପାଇବାରେ ଲାଗିଛି। ଦଳର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବତନ...

ଆଧାର ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୫।୭:ଆଧାର ସଂଶୋଧନ ବିଲ୍‌ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଛି। ବ୍ୟାଙ୍କରେ ଜମା ଖାତା ଖୋଲିବା, ମୋବାଇଲ ଫୋନ୍‌ ପାଇଁ ସିମ୍‌କାର୍ଡ ସଂଗ୍ରହ ଲାଗି ଆଧାରକୁ...

୫୧ ବର୍ଷ ତଳେ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୧୨ର ଭଗ୍ନାବଶେଷ ମିଳିଲା

ଚଣ୍ଡିଗଡ଼,୧୯।୮: ବାୟୁସେନାର ଏନ୍‌-୧୨ ବିଏଲ୍‌-୫୩୪ ବିମାନ ୫୧ ବର୍ଷ ତଳେ ୧୯୬୮ ଫେବୃୟାରୀ ୭ରେ ହିମାଚଳପ୍ରଦେଶ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଯାଇଥିଲା। ସେତେବେଳେ ଏନେଇ ବହୁ...

ବୁଲେଟ୍‌ ଚଢ଼ି ବିବାହମଣ୍ଡପରେ ପହଞ୍ଚିଲେ କନ୍ୟା

ପାଟନା,୭।୩: ସବାରି କିମ୍ବା ଚାରି ଚକିଆ ଯାନରେ କନ୍ୟା ବିବାହମଣ୍ଡପକୁ ଆସିବା କଥା ସମସ୍ତେ ଶୁଣିଥିବେ। ହେଲେ ବିହାରର ଗୟାରେ ଜଣେ କନ୍ୟା ୧୬ ଶୃଙ୍ଗାର...

ବିବାଦରେ ଶାହଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବ: ହିନ୍ଦୀକୁ ନେଇ ହୁଲସ୍ଥୂଲ

ନୂଆଦିଲ୍ଲୀ,୧୫।୯(ପି.ଟି.): ହିନ୍ଦୀ ଦିବସ ପାଳନ ଅବସରରେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ‘ଗୋଟିଏ ଦେଶ ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଛନ୍ତି। ଅଧିକାଂଶ ଲୋକ ହିନ୍ଦୀରେ...

Leave a comment

Your email address will not be published. Required fields are marked *