୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ ବି ସତର୍କତା ଦୃଷ୍ଟିରୁ ଏବେ କ୍ୱାରାଣ୍ଟାଇନ୍‌ ପିରିୟଡକୁ ୨୧ ଦିନ ବୃଦ୍ଧି କରାଯାଇଥିବା କୁହାଯାଏ। ଏହା ମଙ୍ଗଳବାରଠାରୁ ଲାଗୁ କରାଯିବ। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣର ଆଶଙ୍କା ଥିଲେ ଅତିକମ୍‌ରେ ୧୪ଦିନ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ଭୂଟାନର ଏହି ପଦକ୍ଷେପକୁ ଅନେକ ସ୍ବାଗତ କରିଛନ୍ତି। ୨୧ ଦିନ କ୍ୱାରାଣ୍ଟାଇନରେ ରହିଲେ କରୋନା ଭୂତାଣୁ ଶୀଘ୍ର ସଂକ୍ରମଣ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଏବେ ସାରା ବିଶ୍ୱକୁ ଏକ ପ୍ରକାର ନିଜ କବଳକୁ ନେଇଥିବା ଏହି ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ସଂକ୍ରମଣରେ ପାଖାପାଖି ୩୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଛନ୍ତି। ଏହା ଆଗାମୀ ଦିନରେ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି।


All Right Reserved By Dharitri.Com

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

ଖପ୍ରାଖୋଲ, ୨୨ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଯୋଦ୍ଧା ଭାବରେ ପ୍ରଥମ ଧାଡିରେ ରହି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ଭୁଲି କାମ କରୁଛନ୍ତି...

୧୭ ବର୍ଷ ଧରି ଚାଲିଥିବା ଯୁଦ୍ଧ ହେବ ଶେଷ: ଆମେରିକା-ତାଲିବାନ୍‌ ମଧ୍ୟରେ ୭ମ ପର୍ଯ୍ୟାୟ ଶାନ୍ତି ଆଲୋଚନା

ଦୋହା,୩୦।୬: ଆଫଗାନୀସ୍ତାନରେ ୧୭ ବର୍ଷ ଧରି ଜାରି ରହିଥିବା ଗୃହଯୁଦ୍ଧ ଶେଷ ହେବାର ସମ୍ଭାବନା ଦେଖାଦେଇଛି। ଏନେଇ ଆମେରିକା ଏବଂ ତାଲିବାନ୍‌ର ପ୍ରତିନିଧିସ୍ତରୀୟ ୭ମ ପର୍ଯ୍ୟାୟ...

ଚଢ଼ାଦରରେ କିଣୁଛନ୍ତି ୬୦.୯% ଭାରତୀୟ

ନୂଆଦିଲ୍ଲୀ, ୩୧ା୩(ଆଇଏଏନ୍‌ଏସ୍‌): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି।...

ସବୁଠୁ ମହଙ୍ଗା ପରିବା, କିଲୋ ୮୨ ହଜାର ଟଙ୍କା

ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହା ମୂଲ୍ୟ ସାମ୍ନାରେ ଆଳୁ, ଟମାଟୋ କି ପିଆଜ ଦର ବାଲିଗୋଡି଼ ସହ ସମାନ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ...

ଆଇସୋଲେଶନ ୱାର୍ଡରେ ପ୍ରସବ: ନବଜାତ ଶିଶୁ କରୋନା ସଂକ୍ରମଣ ମୁକ୍ତ

ନୂଆଦିଲ୍ଲୀ, ୪ ।୪: ଦିଲ୍ଲୀ ସ୍ଥିତ ଏମ୍ସ୍‌ରେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କ ସ୍ତ୍ରୀ ଆଇସୋଲେଶନ ୱାର୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମହିଳା...

ଜୁନ୍‌ରେ ଆମେରିକାରେ ପ୍ରତିଦିନ ୨ ଲକ୍ଷ ନୂଆ କରୋନା ସଂକ୍ରମିତ ହେବେ ଚିହ୍ନଟ: ମୃତକଙ୍କ ସଂଖ୍ୟା ପ୍ରତିଦିନ ଛୁଇଁବ ୩ ହଜାର

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୬୩୩ ଥିବାବେଳେ ମୃତ୍ୟୁ...

ତାଲିବାନ ଆକ୍ରମଣରେ ୧୦ ଆଫଗାନ ସୈନ୍ୟ ନିହତ

କାନ୍ଦାହାର,୨୯ା୧୨(ଏଏଫ୍‌ପି): ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଏକ ସାମରିକ ଘାଟି ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୦ ଜଣ ସୈନ୍ୟ ନିହତ ହୋଇଛନ୍ତି। ତାଲିବାନମାନେ ସାଙ୍ଗିନ୍‌...

ସ୍କୁଲ ପାଠପଢ଼ା ବେଳୁ ଥିଲା ସାହିତ୍ୟ ପ୍ରତି ଆକର୍ଷଣ:ପିଟର ହାଣ୍ଡ୍‌କେ

ଭିଏନା: ଅଷ୍ଟ୍ରିଆର ପିଟର ହାଣ୍ଡ୍‌କେଙ୍କୁ ୨୦୧୯ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସାହିତ୍ୟ ପ୍ରତି ତାଙ୍କର ରହିଥିବା ଅହେତୁକ ରୁଚି...

Leave a comment

Your email address will not be published. Required fields are marked *