୬ ମହାଦେଶର ୧୯୯ ଦେଶରେ କରୋନାର ମୃତ୍ୟୁ ତାଣ୍ଡବ: ଆମେରିକା-ୟୁରୋପ-ଇରାନରେ ଆତଙ୍କ

ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କୌଣସି ରାଷ୍ଟ୍ର ସକ୍ଷମ ହୋଇପାରୁ ନାହାଁନ୍ତି। ଇତିମଧ୍ୟରେ ଆଣ୍ଟାର୍କଟିକାକୁ ଛାଡ଼ି ଅନ୍ୟ ୬ଟି ମହାଦେଶର ୧୯୯ଟି ଦେଶରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି। ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। କରୋନ ଦ୍ୱାରା ସର୍ବାଧିକ ସଂକ୍ରମିତ ହୋଇଥିବା ୧୦ ଦେଶ ମଧ୍ୟରେ ୟୁରୋପର ୭ ଦେଶ ଥିବାବେଳେ ଏସିଆର ୨ ଏବଂ ଉତ୍ତର ଆମେରିକାର ଗୋଟିଏ ଦେଶ ରହିଛି। ୟୁରୋପର ଇଟାଲି, ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ୍‌, ବ୍ରିଟେନ୍‌, ସୁଇଜରଲାଣ୍ଡ୍‌, ନେଦରଲାଣ୍ଡ ଏବଂ ବେଲଜିୟମ୍‌ରେ କରୋନା ଆତଙ୍କ ସୃଷ୍ଟି କରିଛି। ସେହିପରି ଏସିଆର ଚାଇନା ଏବଂ ଇରାନରେ କରୋନା ଯୋଗୁ ସଙ୍କଟ ଦେଖାଦେଇଛି। ଚାଇନାରେ ସ୍ଥିତିରେ ସୁଧାର ହେଉଥିବାବେଳେ ଇରାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷରେ ଉତ୍ତର ଆମେରିକା ମହାଦେଶର ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲୋକେ ଲକ୍‌ଡାଉନ୍‌କୁ ମାନୁ ନ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କୁହାଯାଉଛି।


All Right Reserved By Dharitri.Com

କରୋନାରୁ ଦୂରେଇ ରଖିବାକୁ ନବଜାତକଙ୍କ ପାଇଁ ରକ୍ଷାକବଚ ତିଆରି କଲା ଥାଇଲାଣ୍ଡ ହସ୍ପିଟାଲ

ବ୍ୟାଂକକ,୧୧।୪: ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଲକ୍ଷେ ଟପି ଗଲାଣି। ଏହାକୁ...

ଶରିଫ ଗୁରୁତର: ବିଦେଶ ଯିବାକୁ ନେଇ ଉପୁଜୁଛି ବାଧା

ଇସ୍‌ଲାମାବାଦ,୧୧।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଗୁରୁତର ହୋଇ ପଡିଛନ୍ତି। ରବିବାର ସେ ଉନ୍ନତ ଚିକିତ୍ସା ଲାଗି ଲଣ୍ଡନ ଯିବାର ଯୋଜନା ଥିଲା। ହେଲେ...

ଓଡ଼ିଶାରେ ଅଟକିଛନ୍ତି ୧୫,୬୦୦ ଶ୍ରମିକ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଲକ୍‌ଡାଉନ୍‌ ଫଳରେ ଓଡ଼ିଶାରେ ରାଜ୍ୟ ବାହାରର ୧୫ହଜାର ୬ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି। ଏମାନେ ପଶ୍ଚିମବଙ୍ଗ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ,...

ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ

ଶେରଗଡ଼,୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା ଓ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ସଦଳବଳ ଗୁରୁବାର ରାତିରେ ଚଢ଼ାଉ...

କରୋନା ମୁକାବିଲା: କଟକରୁ ୬୭୯ଟି ଗାଡ଼ି ଜବତ, ୯ ମାମଲା ରୁଜୁ

କଟକ ଅଫିସ,୧୫।୪: କରୋନା(କୋଭିଡ-୧୯) ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।...

ବଳାତ୍କାର ଅଭିଯୋଗ:ନେପାଳ ବାଚସ୍ପତିଙ୍କ ଇସ୍ତଫା

କାଠମାଣ୍ଡୁ,୨ା୧୦(ପି.ଟି.): ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନେପାଳ ପାର୍ଲାମେଣ୍ଟର ବାଚସ୍ପତି କ୍ରିଷ୍ଣ ବାହାଦୁର ମହାରା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ...

ବଢିଲା ଲକ୍‌ଡାଉନ ଅବଧି

ହାଇଦ୍ରାବାଦ,୨୦।୪: ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ ଅବଧିକୁ ମେ’୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା...

ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ

ମାଲେ,୩୦।୪: କରୋନା ଭାଇରସ ସଂକ୍ରମଣରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ଗୁରୁବାର ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ...

Leave a comment

Your email address will not be published. Required fields are marked *