Posted inଜାତୀୟ

କ୍ୟାପଟେନ୍‌ଙ୍କ ଉପରେ ଅସନ୍ତୁଷ୍ଟ ସିଦ୍ଧୁ ପହଞ୍ଚିଲେ ରାହୁଲଙ୍କ ପାଖରେ

ନୂଆଦିଲ୍ଲୀ,୧୦।୬: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଉପରେ ଖପ୍ପା ହୋଇଛନ୍ତି। କାରଣ ଅମରିନ୍ଦର ତାଙ୍କୁ ଇତି ମଧ୍ୟରେ ଦୁଇଥର ଝଟ୍‌କା ଦେଇ ସାରିଲେଣି। ସୋମବାର ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟି ଏକ ଚିଠି ଦେଇଛନ୍ତି। ଉକ୍ତ ଚିଠିରେ ସିଦ୍ଧୁ ରାଜ୍ୟର ସ୍ଥିତି ବିଷୟରେ ରାହୁଲଙ୍କୁ ଅବଗତ କରାଇଛନ୍ତି। ସିଦ୍ଧୁଙ୍କର ବିଭାଗ ବଦଳକୁ ନେଇ ସେ ଅସନ୍ତୁଷ୍ଟ ଥିବାରୁ ୨ ଦିନ ତଳେ ସେ ରାହୁଲଙ୍କୁ ସାକ୍ଷାତ୍‌ କରିବାକୁ ଯାଇଥିଲେ। ହେଲେ ସେତେବେଳେ ରାହୁଲ ତାଙ୍କୁ ସମୟ ଦେଇ ନ ଥିଲେ। ଏପର୍ଯ୍ୟନ୍ତ ସିଦ୍ଧୁ ତାଙ୍କ ନୂଆ ବିଭାଗର ଦାୟିତ୍ୱ ନେଇ ନ ଥିବା ବେଳେ ରାହୁଲଙ୍କୁ ଭେଟି ଏ ସମ୍ପର୍କରେ ଗୁହାରି କରିଥିବା କୁହାଯାଉଛି।


All Right Reserved By

ସମଝୌତା ପରେ ଏବେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତରୁ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ଗୁରୁବାର ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌...

ଅନଶନରେ ବସିଥିବା ଡାକ୍ତରଙ୍କୁ ୪ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବାକୁ କହିଲେ ମମତା

କୋଲକତା,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନଶନରେ ବସିଥିବା ଡାକ୍ତରଙ୍କୁ ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି। ନଚେତ୍‌ ସେମାନଙ୍କ ବିରୋଧରେ...

ତସଲିମା ନସରୀନ୍‌ଙ୍କ ଭାରତରେ ରହିବା ସମୟ ପୁଣି ବର୍ଷେ ବଢ଼ିଲା

ନୂଆଦିଲ୍ଲୀ,୨୧।୭: ବାଂଲାଦେଶୀ ଲେଖିକା ତସଲିମା ନସରୀନ୍‌ଙ୍କ ଭାରତରେ ରହିବା ସମୟକୁ ପୁଣି ବର୍ଷେ ପାଇଁ ବଢ଼ାଇ ଦିଆଯାଇଛି। ରବିବାର ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା...

ଏସ୍‌ପି ନେତା ସନ୍ତୋଷ ପୁନେମ୍‌ଙ୍କୁ ଅପହରଣ କରି ହତ୍ୟା କଲେ ମାଓବାଦୀ

ରାୟପୁର,୧୯।୬: ଛତିଶଗଡ଼ ବିଜାପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସମାଜବାଦୀ ପାର୍ଟି(ଏସ୍‌ପି)ନେତା ସନ୍ତୋଷ ପୁନେମ୍‌ଙ୍କୁ ଅପହରଣ କରି ମାଓବାଦୀମାନେ ହତ୍ୟା କରିଛନ୍ତି। ମଙ୍ଗଳବାର...

କେରଳରେ ପ୍ରଥମ ନିପା ଭାଇରସ୍‌ ରୋଗୀ ଚିହ୍ନଟ

କୋଚି,୪।୬: କେରଳରେ ପୁଣି ଥରେ ପାଦ ଦେଇଛି ନିପା ଭାଇରସ୍‌। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏହି ସୂଚନା ଦେଇଛନ୍ତି। ୨୩ ବର୍ଷୀୟ ଜଣେ ଛାତ୍ର...

ମାଳଦ୍ୱୀପ ପୂର୍ବତନ ଉପରାଷ୍ଟ୍ରପତିଙ୍କ ରାଜନୈତିକ ଶରଣ ଆବେଦନକୁ ଅଗ୍ରାହ୍ୟ କଲେ ଭାରତ ସରକାର

ଚେନ୍ନାଇ,୩।୮: ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଦେବ୍‌ ଅବଦୁଲ୍‌ ଗଫୁରଙ୍କ ରାଜନୈତିକ ଶରଣ ଆବେଦନକୁ ଭାରତ ସରକାର ଅଗ୍ରାହ୍ୟ କରିଛନ୍ତି। ଫଳରେ ସେ ତାମିଲ୍‌ନାଡୁର ଥୁଥୁକୁଡ଼ିଠାରୁ...

ସିଦ୍ଧୁ ଦରମା ନେଉଛନ୍ତି ହେଲେ କାମ କରୁନାହାଁନ୍ତି: ଭାଜପା ନେତା

ନୂଆଦିଲ୍ଲୀ,୯।୭: ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ରାଜନୈତିକ ଟଣା ଓଟରା ଲାଗି ରହିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ...

ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଗୋଲେ

ଗାଙ୍ଗଟକ୍‌,୨୮ା୫(ପି.ଟି.): ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଏସ୍‌କେଏମ୍‌ (ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା) ଅଧ୍ୟକ୍ଷ ପ୍ରେମ୍‌ ସିଂ ତମାଙ୍ଗ ଓରଫ ପି.ଏସ୍‌. ଗୋଲେ ସୋମବାର ଶପଥ ଗ୍ରହଣ କରିଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *