Posted inଖେଳ

ବିଶ୍ୱକପ ଦଳରୁ ବାଦ୍‌ ପଡିବାରୁ କାନ୍ଦିଲେ ଏହି ବ୍ୟାଟ୍ସମ୍ୟାନ୍‌

କାବୁଲ, ୧୦।୬: ବିଶ୍ୱକପ୍‌ ଦଳରେ ସ୍ଥାନ ନ ମିଳିବାରୁ କାନ୍ଦିକି ନିଜ ଅକ୍ରୋଶ ଜାହିର୍‌ କରିଛନ୍ତି ଆଫଗାନିସ୍ତାନ କ୍ରିକେଟ ଦଳର ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ୍‌। ୨୦୧୯ କ୍ରିକେଟ ବିଶ୍ୱକପ୍‌ରୁ ଅଧାରୁ ସ୍ବଦେଶ ଫେରିବା ପରେ ଆଫଗାନସ୍ତାନ କ୍ରିକେଟ୍‌ ବୋର୍ଡ ଉପରେ ବର୍ଷିଛନ୍ତି ଶେହଜାଦ୍‌। ସେ ଏକ ସାକ୍ଷାତକାରରେ କାନ୍ଦିକି କହିଛନ୍ତି ଯେ, ମୁଁ ଫିଟ୍‌ ଥିଲି, କିନ୍ତୁ ମ୍ୟାନେଜମେଣ୍ଟ ମୋତେ ଅନଫିଟ୍‌ ଥିବା କହି ସ୍ବଦେଶ ଫେରିଯିବାକୁ କହିଥିଲା। ମୋ ବଦଳରେ ଅନ୍ୟ ଖେଳାଳିଙ୍କୁ ନେବାକୁ ଦଳର ମ୍ୟାନେଜମେଣ୍ଟ୍‌ ଚାହୁଥିବାରୁ ଅନଫିଟ୍‌ ହେବାର ବାହାନା ଦେଖାଇ ମୋତେ ବାହାର କରି ଦିଆଯାଇଥିଲା ବୋଲି ଶେହଜାଦ୍‌ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଶେହଜାଦ୍‌ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ ହେଁ କିଛି ଖାସ୍‌ ସ୍କୋର କରିପାରି ନ ଥିଲେ। ପାକିସ୍ତାନ ବିପକ୍ଷ ଓ୍ବାର୍ମ-ଅପ୍‌ ମ୍ୟାଚ୍‌ରେ ଶେହଜାଦ୍‌ ଆହତ ହୋଇଥିଲେ ବୋଲି ଆଫଗାନସ୍ତାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

Posted inଖେଳ View All

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦: ଚାପରେ ପନ୍ତ

ମୋହଲି,୧୮।୯(ପି.ଟି.)- ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବାରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୁଧବାର ଦ୍ୱିତୀୟ ଦିନିକିଆରେ...

ପ୍ଲିସ୍‌କୋଭାଙ୍କୁ ଇଟାଲିଆନ ଓପନ ଟାଇଟଲ

ରୋମ୍‌, ୧୯ା୫ (ଏଏଫ୍‌ପି)- ଚତୁର୍ଥ ସିଡ୍‌ ତଥା ଚେକ୍‌ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭା ଡବ୍ଲ୍ୟୁଟିଏ ଇଟାଲିଆନ ଓପନ ମହିଳା ସିଙ୍ଗଲ୍ସ୍ସ ଟାଇଟଲ ଜିତିଛନ୍ତି। ରବିବାର ଫାଇନାଲରେ ସେ...

ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ପଦବୀରୁ ଓହରିଲେ ମେଣ୍ଡେଜ୍‌

କୋଲକାତା, ୨୧ା୧ (ପି.ଟି.)-ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ପଦବୀରୁ ଓହରିଯାଇଛନ୍ତି। ଏକ ଆଇ-ଲିଗ୍‌ ମ୍ୟାଚରେ ତାଙ୍କ ଦଳ ପାରମ୍ପରିକ...

ଭାରତୀୟ କୋଚ୍‌ ପଦ ଦୌଡ଼ରେ ଲାଲଚାନ୍ଦ ରାଜପୁତ

ମୁମ୍ବାଇ,୩୧।୭(ପିଟି)- ପୂର୍ବତନ ଭାରତୀୟ ତଥା ମୁମ୍ବାଇ ଓପନର ଲାଲଚାନ୍ଦ ରାଜପୁତ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଲାଗି ଆବେଦନ କରିଛନ୍ତି। ତାଙ୍କ ବ୍ୟତୀତ ପୂର୍ବତନ...

ଯୁବିଙ୍କ ଟି୧୦ ପଦାର୍ପଣ

ଦୁବାଇ,୧୬।୧୧- ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଦୁବାଇ ପ୍ରିମିୟର ଟି୧୦ର ତୃତୀୟ ସଂସ୍କରଣରେ ଖେଳି ଶୁକ୍ରବାର ଟି୧୦ ଫମାର୍ଟରେ କ୍ୟାରିୟର ଆରମ୍ଭ କରିଛନ୍ତି।...

ପୂର୍ବତନ ବେଙ୍ଗଲ ରଣ୍‌ଜୀ ଅଧିନାୟକଙ୍କ ପରଲୋକ

କୋଲକାତା, ୨୭।୬(ପି.ଟି.): ବେଙ୍ଗଲ ରଣ୍‌ଜୀ ଦଳର ପୂର୍ବତନ ଅଧିନାୟକ ଶ୍ୟାମ ସୁନ୍ଦର ମିତ୍ରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ...

ନୂଆ ଇନିଂସରେ ଗମ୍ଭୀରଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଳୀ,୨୪।୫(ପି.ଟି.)- ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଇନିଂସରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମଥର ପାଇଁ ସଂସଦୀୟ ନିର୍ବାଚନରେ ଅଂଶଗ୍ରହଣ କରି ସେ ଜବରଦସ୍ତ...

ଧୋନୀଙ୍କ ପ୍ରମୁଖ ଭୂମିକା ରହିବ

ମୁମ୍ବାଇ, ୨୨ା୫ (ପି.ଟି.)- ଆଇସିସି ବିଶ୍ୱକପ୍‌ରେ ମହେନ୍ଦ୍ର ସିଂ ଧୋନୀ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ...

Leave a comment

Your email address will not be published. Required fields are marked *