ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ ଗାଡିଗୁଡ଼ିକର ସହଜ ଚଳାଚଳ ନିମନ୍ତେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କେତେକ ଢାବା ଏବଂ ତା’ ପାଖରେ ଥିବା ଗ୍ୟାରେଜ ଖୋଲିବା ନିମନ୍ତେ ବାଲେଶ୍ୱର ଜିଲାପାଳ ଅନୁମତି ପ୍ରଦାନ କରିଛନ୍ତି।
ରୂପ୍‌ସା ଥାନା ହଳଦୀପଦା ବ୍ରିଜ୍‌ ନିକଟରେ ଥିବା ହୋଟେଲ ଅମ୍ରିତ ଢାବା, ବସ୍ତା ଥାନା କଟିପୋଲଠାରେ ଥିବା ହୋଟେଲ ମହାଲକ୍ଷ୍ମୀ ଢାବା, ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରଠାରେ ଥିବା ସିମୁଳିଆ ଢାବା, ସୋର ଥାନା ବାରିକପୁରସ୍ଥିତ ହୋଟେଲ ଜଗତଜନନୀ, ସଦର ଥାନା ବଣପାରିଆସ୍ଥିତ ହୋଟେଲ ବାପୁଜୀ ପ୍ଲାଜା ଏବଂ ଜଳେଶ୍ୱର ଥାନା ଚାଲନ୍ତିଠାରେ ଥିବା ନିରଞ୍ଜନ ଢାବା ଖୋଲିବା ନିମନ୍ତେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅନୁମତି ପ୍ରଦାନ କରିଛନ୍ତି । ଏଠାରେ କେବଳ ମାଲବାହୀ ଗାଡ଼ି ପାର୍କିଂ ନିମନ୍ତେ ଅନୁମତି ଦିଆଯିବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କେତେକ ସ୍ବୟଂ ସହାୟକ ଗୋଷ୍ଠୀ ବାଲେଶ୍ୱର ଓ ସୋରରେ ଗରିବ ଓ ନିରାଶ୍ରୟ ଲୋକଙ୍କୁ ମଧ୍ୟାହ୍ନଭୋଜନ ବଣ୍ଟନ କରିଛନ୍ତି। ସେହିପରି ଜିଲା ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ହେଲପ ଲାଇନ ନମ୍ବର ୧୦୦ ଏବଂ ୦୬୭୮୨-୨୬୦୧୦୫ ଜାରି କରାଯାଇଛି। ଅସୁବିଧା ସମୟରେ ଲୋକେ ଏହି ନମ୍ବରକୁ କଲ୍‌ କରି ଆବଶ୍ୟକ ସହାୟତା ମାଗିପାରିବେ। ରାଶନ, ଗ୍ରୋଶରୀ ସମେତ ଆବଶ୍ୟକ ସାମଗ୍ରୀ ମଲ୍‌ ଏବଂ ଦୋକାନୀମାନଙ୍କ ପକ୍ଷରୁ ଘରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲାକୁ ଏବେ ସୁଦ୍ଧା ବିଦେଶରୁ ଆସିଥିବା ମୋଟ ୨୨୭ଜଣ ଓ ରାଜ୍ୟ ବାହାରୁ ଆସିଥିବା ମୋଟ ୧୨୧୮୩ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।


All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ସୋର, ୧୭ା୪(ଡି.ଏନ.ଏ.):-ସୋର ମ୍ୟୁନିସିପାଲିଟି ଅଧୀନ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି ସୋର...

ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟ: ପ୍ରଚଳିତ ପରୀକ୍ଷା ପଦ୍ଧତିର ସୁପରିଚାଳନା ପାଇଁ ପ୍ରଶିକ୍ଷଣ ଶିବିର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ସମଗ୍ର ରାଜ୍ୟରେ ପ୍ରଚଳିତ ପସନ୍ଦ ଆଧାରିତ ସାଧାରଣ ପାଠ୍ୟ ଖସଡ଼ାର ସଶକ୍ତିକରଣ ଓ ନୂତନୀକରଣ ଏବଂ ସାଧାରଣ...

୪ ବର୍ଷ ପରେ ବି ହଟିଲାନି ଗ୍ରାମପଞ୍ଚାୟତ ଲେଖାଥିବା ଗେଟ

ଚମ୍ପୁଆ, ୬।୮(ଡି.ଏନ.ଏ.)- ୪ ବର୍ଷ ପରେ ବି ଚମ୍ପୁଆ ଏନଏସିର ମୁଖ ଶାଳାରେ ଥିବା ଗେଟରେ ଏବେବି ଚମ୍ପୁଆ ପଞ୍ଚାୟତ ଲେଖା ହୋଇଥିବା ଦେଖିବାକୁ ମିଳିଛି।...

ଜାଳ ସଂଗ୍ରହ ବେଳେ ମିଳିଲା ଶିବଲିଙ୍ଗ

ଖଇରା, ୧୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସାଦିକପୁର ଗ୍ରାମର ମୋହନ ମହାନ୍ତି ଜାଳ ଉଦ୍ଦେଶ୍ୟରେ ମାଉସୀ ବାଡି ମନ୍ଦିର ନିକଟରେ ଥିବା...

ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱରରେ ବ୍ୟାପକ କ୍ଷତି

ବାଲେଶ୍ୱର ଅଫିସ, ୨୧।୫-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରେ ସର୍ବାଧିକ ଚାଷଜମି ନଷ୍ଟ ହୋଇଛି। ଏହାସହ ବହୁତଗୁଡିଏ କଚ୍ଚାଘର ଭାଙ୍ଗିଯିବା, ବିଦ୍ୟୁତ୍‌ ଭିତ୍ତିଭୂମି...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମଦ ଦୋକାନ

ଡେରାବିଶ, ୯।୪ (ସ୍ବ.ପ୍ର.)-ମହାମାରୀ କରୋନାକୁ ସାରାଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ରାଜ୍ୟରେ ଏହାକୁ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସମସ୍ତ ମଦ ଦୋକନ ବନ୍ଦ ରହିବ...

ପୂଜ୍ୟପୂଜା ସଂସଦ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ସଜନାଗଡ,୧୯ା୪(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଶନିବାର ପୂଜ୍ୟପୂଜା ସଂସଦ ଓ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ...

ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ହନ୍ତସନ୍ତ

ବାଲେଶ୍ୱର ଅଫିସ,୧୫।୫-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନସର୍ର୍ମାନେ ମଙ୍ଗଳବାର ପୂର୍ବାହ୍ନ ସାଢେ ୮ଟା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାରୁ ୱାର୍ଡ଼ରେ...

Leave a comment

Your email address will not be published. Required fields are marked *