Posted inପୁରୀ

ବଜାରକୁ ସାନିଟାଇଜ୍‌ କଲେ: ମାସ୍କ, ସାନିଟାଇଜର ବାଣ୍ଟିଲେ

ପିପିଲି,୨୯ା୩(ଡି.ଏନ୍‌.ଏ.): କରୋନା ଯୋଗୁ ଲକ୍‌ଡାଉନ ଘୋଷଣା କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ତଥା ମେଡିସିନ୍‌ ଷ୍ଟୋର, ଦୁଗ୍ଧ ପାଉରୁଟି ଷ୍ଟଲ, ଫଳ ଓ ପନିପରବା ଦୋକାନଗୁଡିକ ଖୋଲା ରଖିବା ପାଇଁ ସରକାରଙ୍କ ଅନୁମତି ରହିଛି। ଏହି ଦୋକାନଗୁଡିକୁ ଲୋକମାନେ ଯିବା ଆସିବା କରୁଥିବାରୁ ସାନିଟାଇଜ୍‌ର ନିହାତି ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ପିପିଲିର ଜଣେ ବ୍ୟବସାୟୀ ପ୍ରବୀର ହାଲଦାର ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପିପିଲି ବଜାରରେ ଥିବା ଦୋକାନଗୁଡ଼ିକୁ ସାନିଟାଇଜ୍‌ କରିବା ସହ ଲୋକମାନଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି। ଗତ ତିନି ଦିନ ଧରି ଲଗାତର ଭାବେ ନିଜ କାନ୍ଧରେ ୩୦କିଲୋର ସାନିଟାଇଜର ଧରି ପିପିଲି ବଜାରକୁ ଯାଇଥାନ୍ତି। ଏଥିପାଇଁ ସେ କାହର ସହାୟତା ଲୋଡିନାହାନ୍ତି। ନିଜେ ଆଗ୍ରହର ସହ ପିପିଲି ହାଟଛକ, ଡେଲାଙ୍ଗ ଛକ, ନିମାପଡ଼ା ଛକ, ପଣ୍ଡାବଜାରରେ ଖୋଲା ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକରେ ସାନିଟାଇଜ୍‌ କରିଛନ୍ତି। ଏଥିସହ ଯେଉଁବ୍ୟକ୍ତି ମାସ୍କ ପିନ୍ଧି ନ ଥିବାର ଦେଖୁଛନ୍ତି ତାଙ୍କୁ ମାସ୍କ ଓ ସାନିିଟାଇଜର ଦେଇ ବାହାର ନ ରହିବାକୁ କୁହନ୍ତି। ଏହାସହ ପ୍ରବୀର ପିପିଲି ମେଡିକାଲରେ ମଧ୍ୟ ବିଭିନ୍ନ ୱାର୍ଡ, ମେଡିକାଲ ପରିସର ସାନିଟାଇଜେସନ କରିଛନ୍ତି। ତାଙ୍କର ଏହିଭଳି ଜନସେବା କାର୍ଯ୍ୟ ପାଇଁ ବୁଦ୍ଧିଜୀବୀମାନେ ପ୍ରଶଂସା କରୁଛନ୍ତି। ତେବେ ଯେ ପର୍ଯ୍ୟନ୍ତ କରୋନା ବିପତ୍ତି ନ ହଟିଛି ସେ ପର୍ଯ୍ୟନ୍ତ ତାଙ୍କର ଏହି ନିଃସ୍ବାର୍ଥପର ଜନସେବା କାର୍ଯ୍ୟ ଜାରି ରହିବ ବୋଲି ପ୍ରବୀର ହାଲଦାର କହିଛନ୍ତି।


All Right Reserved By Dharitri.Com

ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ

ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର...

ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ ଅଫିସ, ୯ା୨: ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ...

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବ୍ରହ୍ମଗିରି,୧୨।୯(ଡି.ଏନ.ଏ.)- ବ୍ରହ୍ମଗିରି ଅଞ୍ଚଳରେ ଦିନକୁ ଦିନ ବେଆଇନ କରଳ କଳଗୁଡିକ ବଢ଼ି ଚାଲିଛି। ଏଗୁଡିକୁ ଜବତ କରିବା ପାଇଁ ବନ ବିଭାଗ ବହୁ ଚେଷ୍ଟା କରୁଥିଲେ...

ଶ୍ରୀଲୋକନାଥ ପୀଠ: ରାତି ୩ରେ ଉଠିବ ମହାଦୀପ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ଆସନ୍ତା ୧୯ ତାରିଖ ପଙ୍କୋଦ୍ଧାର ଏକାଦଶୀ ଏବଂ ୨୧ ତାରିଖ ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ...

ହବିଷିଆଳି ଯୋଜନା: ରହିବେ ୩ ହଜାର ବ୍ରତଧାରୀ, ୧୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୧।୧୦ : ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ ବାଳଧୂପ ନୀତି। ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ...

ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ: ସେବାୟତ-ପ୍ରଶାସନ ମୁହାଁମୁହିଁ, ୩୦ ମିନିଟ ଦର୍ଶନ ବନ୍ଦ

ସାକ୍ଷୀଗୋପାଳ, ୫।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ଅଁଳାନବମୀ ଉପଲକ୍ଷେ ରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଛି। ରାତ୍ର ୧ଟାରୁ ଦ୍ୱାର...

ନୀତି ବିଳମ୍ବ ସହ ବଡ଼ ମହାସ୍ନାନ

ପୁରୀ ଅଫିସ,୧୬ା୨: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବା ପୂଜାରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆ ସେବକ ୩ଥର ନୀତିରେ ବିଳମ୍ବ କରିବେ ତାଙ୍କୁ...

ବ୍ରହ୍ମଗିରିରେ ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର

ବ୍ରହ୍ମଗିରି,୨୫। ୩ (ଡି.ଏନ.ଏ): ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହାପରେ ରାଜ୍ୟ ସରକାର କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ,...

Leave a comment

Your email address will not be published. Required fields are marked *