ଶ୍ରମିକଙ୍କୁ ସହୟତା କଲା ଆନନ୍ଦପୁର ପ୍ରଶାସନ

ଆନନ୍ଦପୁର,୨୯। ୩(ସ୍ବ.ପ୍ର.)- କରୋନା ପାଇଁ ସମଗ୍ର ଅଞ୍ଚଳ ଲକ୍‌ ଡାଉନ୍‌। ଏହା ଦ୍ୱାରା ଶ୍ରମିକମାନେ କାମଧନ୍ଦା ନ ପାଇ ନିରାଶ ହେଉଛନ୍ତି। ଭାଇରସ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରମିକମାନେ ପରିସ୍ଥିତିର ମୁକାବିଲା କରିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି। ରବିବାର ଏଭଳି ଏକ ଘଟଣା ଆନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଶ୍ରମିକଙ୍କର କର୍ମସ୍ଥଳରେ କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିଛନ୍ତି। ଏହି ଶ୍ରମିକ ଶ୍ରେଣୀର କିଛି ପରିବାର ନିଜର କର୍ମସ୍ଥଳରୁ ଫେରିବା ସମୟରେ ଆନନ୍ଦପୁର ଠାରେ ବିଶ୍ରାମ ନେଇଥିଲେ। ସେମାନଙ୍କ ସମ୍ପର୍କରେ ସୂଚନା ପାଇ ଆନନ୍ଦପୁର ପ୍ରଶାସନ ପକ୍ଷରୁ ସହାୟତା କରାଯାଇଛି। ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଏବଂ କରଞ୍ଜିଆ ଅଞ୍ଚଳର କେତେକ ଶ୍ରମିକ ପରିବାର ସୁଦୁର କୁଆଖିଆ ଅଞ୍ଚଳରେ ରହି କାର୍ଯ୍ୟ କରିଆସୁଥିଲେ। ସମଗ୍ର ଅଞ୍ଚଳରେ ଲକ୍‌ ଡାଉନ୍‌ ଲାଗୁ ହୋଇଥିବାରୁ ଶ୍ରମିକମାନେ ସେମାନଙ୍କ ବୃତ୍ତିରେ ଯୋଗଦେଇ ପାରି ନ ଥିଲେ। ଫଳରେ ଶନିବାର ସନ୍ଧ୍ୟା ୫ ଟା ସମୟରେ କୁଆଖିଆରୁ ଚାଲି ଚାଲି ଶ୍ରମିକ ମାନେ ସେମାନଙ୍କର ପରିବାର ସହିତ ସୁଦୁର ଠାକୁରମୁଣ୍ଡା ଏବଂ କରଞ୍ଜିଆ ଅଞ୍ଚଳକୁ ଯାତ୍ରା କରିଥିଲେ। ୨୯ ତାରିଖ ରବିବାର ସକାଳ ୭ ଟା ସମୟରେ ସେମାନେ ଆନନ୍ଦପୁରର ବାଙ୍ଖିଡି ଅଞ୍ଚଳରେ ବିଶ୍ରାମ ନେଇଥିଲେ। ସେମାନେ ଖାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା କଥା ଶୁଣିବା ପରେ ଆନନ୍ଦପୁର ପୌର ଅଧିକାରୀ ହିତାଂଶୁ ଶେଖର ସାମଲ, ତହସିଲଦାର ତପନ କୁମାର ନାୟକ ଅସହାୟ ଶ୍ରମିକମାନଙ୍କ ନିକଟରେ ପହଞ୍ଚି ଆବଶ୍ୟକ ବିସ୍କୁଟ, ବ୍ରେଡ, ପାଣି ବୋତଲର ବ୍ୟବସ୍ଥା ଗ୍ରହଣ କରିବା ସହିତ ସେମାନେ କିପରି ନିଜ ଘରେ ଖୁସିରେ ପହଞ୍ଚିବେ ସେଥିପାଇଁ ଗାଡିର ବ୍ୟବସ୍ଥା ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ବାଙ୍ଖିଡି ଗ୍ରାମର ଲୋକମାନଙ୍କ ଦ୍ୱାରା ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଫଟୋ


All Right Reserved By Dharitri.Com

ଦଶମ ଶ୍ରେଣୀ ଟପ୍ପର୍‌ଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର ଅଫିସ୍‌,୨୧ା୫-ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବ୍ରହ୍ମପୁରରେ ଟପ୍ପର୍‌ ହୋଇଥିଲେ ଉମେଶ ପ୍ରସାଦ ପଣ୍ଡା। ସୋମବାର ଉମେଶଙ୍କୁ ନେହେରୁ ନଗର ଉନ୍ନୟନ କମିଟି ପକ୍ଷରୁ ସମ୍ବର୍ଦ୍ଧିତ...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ମୃତ୍ୟୁ

ଔପଦା, ୨୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ରାଏରାମଚନ୍ଦ୍ରପୁର ପଞ୍ଚାୟତ ସୋରିଷପାଳ ଗ୍ରାମର ଅନ୍ନପୂର୍ଣ୍ଣା ପାଢ଼ୀ (୧୮) ନାମ୍ନୀ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ଯାଇ...

ଗାଁ ଲୋକେ ମିଶି ଗାଧୁଆ ଘାଟ ତିଆରି କଲେ

ବାମରା,୧୬।୫(ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ବ୍ଲକ ବାଉଁସଲଗା ପଞ୍ଚାୟତ ସର୍ଗିଡ଼ିହି ଗ୍ରାମର ଲହରଙ୍ଗା ନଦୀରେ ଗାଁ ଲୋକେ ମିଶି ଗାଧୁଆଘାଟ ତିଆରି କରିଛନ୍ତି। ୭ ବର୍ଷ ହେବ...

ଧରା ପଡିଲା ପିଡିଏସ୍‌ ସାମଗ୍ରୀ କଳା ବଜାର

ରାଉରକେଲା ଅଫିସ,୧ା୪: ଲକ୍‌ ଡାଉନ ଭଳି ଦୁର୍ଦ୍ଦିନ ସମୟରେ ସରକାର ଖାଉଟିଙ୍କୁ ୩ ମାସର ଆଗୁଆ ଖାଉଟି ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଏହାକୁ କେତେକ...

ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବୌଦ୍ଧ,୨୨।୧୧(ସ୍ବ.ପ୍ର.): ସମଗ୍ର ଦେଶରେ ଦୁର୍ବଳ ଅର୍ଥନୀତି ଓ ଦରବୃଦ୍ଧି ପ୍ରତିବାଦରେ ବୌଦ୍ଧ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। କଣ୍ଟାମାଳର...

ସରପାଳ ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଛେଣ୍ଡିପଦା,୧୯।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସରପାଳ ଗ୍ରାମରେ ସୋମବାର ବିଳିମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମ ପ୍ରଦୀପ କୁମାର ସାହୁଙ୍କର ଦୁଇ ବଖରା...

କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୫।୨(ଡି.ଏନ୍‌.ଏ.): ପ୍ରସିଦ୍ଧ ତନ୍ତ୍ର ପୀଠ ପୁରୀ ଜିଲା ସତ୍ୟବାଦୀ ଥାନା ବୀରଗୋବିନ୍ଦପୁର ଗ୍ରାମର ମା’ ଦକ୍ଷିଣକାଳୀ ପୀଠରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରୀଲ...

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ଜମନକିରା,୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାସ୍ଥିତ ମୁଖ୍ୟ ଛକ ଦେଇ ଯାଇଥିବା ଭୋଜପୁର ରାସ୍ତା କଡ଼ରେ ୨ ବର୍ଷରୁ ଅଧିକ ହେବ ଏକ...

Leave a comment

Your email address will not be published. Required fields are marked *