ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨୯ା୩ – ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭୂତାଣୁର ପ୍ରକୋପ ଏବେ ଭାରତ ଉପରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ବଡ ମେଡିକାଲରେ ଦିନକୁ ଦିନ କରୋନା ସନ୍ଦିଗ୍ଧ ପୃଥକୀକରଣ କକ୍ଷରେ ଭର୍ତ୍ତି ହେଉଛନ୍ତି। ଶନିବାର ୫ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବାବେଳେ ରବିବାର ପୁଣି ୨ ଜଣ ଭର୍ତ୍ତି ହୋଇଛନ୍ତି। ଶେରଗଡ ଅଞ୍ଚଳର ଜଣେ ଲୋକ ରାଜସ୍ଥାନରେ କାମ କରୁଥିବାବେଳେ ଗତ ୧୬ ତାରିଖରେ ଗଁାକୁ ଫେରିଥଲେ। ରବିବାର ସକାଳେ ତାଙ୍କର କାଶ ସହ ଭୀଷଣ ଜ୍ୱର ହେବାରୁ ସେ ବଡମେଡିକାଲ ସ୍ବତନ୍ତ୍ର କରୋନା କକ୍ଷରେ ଭର୍ତ୍ତି ହୋଇଛନ୍ତି। ସେହିପରି ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ବ୍ୟକ୍ତି ଆବୁଧାବୀରେ କାମ କରୁଥିବାବେଳେ ସେ ଗତ ୧୭ରେ ଗଁାକୁ ଫେରିଥିଲେ। ଶନିବାର ଠାରୁ କାଶ ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ରବିବାର ସକାଳେ ତାଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୨ ଜଣ ସନ୍ଦିଗ୍ଧଙ୍କ ସ୍ବାବ୍‌ ରବିବାର ପରୀକ୍ଷା ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଛି ବୋଲି ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଶନିବାର କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ୫ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ରବିବାର ରାତିସୁଦ୍ଧା ଏମ୍‌କେସିଜି ମେଡିକାଲକୁ ଆସିଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଗତ ୨୬ ତାରିଖରେ ମାଲଦୀପରୁ ଫେରିଥିବା କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ବ୍ୟକ୍ତି ଏମ୍‌କେସିଜି ମେଡିକାଲ କରୋନା ୱାର୍ଡରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ ଆସିଛି। ରବିବାର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ଅଧିକ୍ଷକ ମିଶ୍ର କହିଛନ୍ତି।


All Right Reserved By Dharitri.Com

ଦେବଦମ୍ପତିଙ୍କ ନିର୍ବନ୍ଧ ସମ୍ପନ୍ନ

ପାଟଣା ,୩।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜା-ଶଙ୍କର ଶିବ ମନ୍ଦିରରେ ଆସନ୍ତା ୭ ତାରିଖରେ ଶୀତଳଷଷ୍ଠୀ ତିଥିରେ ମାତା ପାର୍ବତୀ ଓ ଶିବଙ୍କ...

ବିଜେପୁର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୩ହଜାର ୩୬୫ ଭୋଟରେ ବିଜେଡି ଆଗରେ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ରୀତା ସାହୁ ୨୩ ହଜାର...

ଡାକ୍ତରଙ୍କ ଉପରକୁ ଗୁଳିମାଡ

ଖୋର୍ଦ୍ଧା ଅଫିସ୍‌, ୧୫।୧୨: ରବିବାର ଏକ ଘରୋଇ କ୍ଲିନିକର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲା...

କରୋନା ସମୟରେ ମହିଳାଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ ଯୁବକ

ବେଗୁନିଆପଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ନୂଆଗଡ଼ ଗ୍ରାମର ଲତା ବେହେରା ମଙ୍ଗଳବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ତାଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪ ଲକ୍ଷ ୩ ହଜାର ଟଙ୍କା ସହାୟତା ପ୍ରଦାନ କଲା ଚନ୍ଦାହାଣ୍ଡି ଶିକ୍ଷା ବିଭାଗ

ଚନ୍ଦାହାଣ୍ଡି,୧୮ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବିଇଓ ଭଜନଲାଲ ମାଝିଙ୍କ ନେତୃତ୍ୱରେ ବ୍ଲକର ଏଲିମେଣ୍ଟାରୀ ଶିକ୍ଷକ ସଂଘର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ, ବିଇଓ କାର୍ଯ୍ୟାଳୟର...

୯ ଦିନ ହେଲା ବଲାଙ୍ଗୀର-ମୋହନଗିରି ରାସ୍ତା ବିଚ୍ଛିନ୍ନ

ମୋହନଗିରି,୧୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଗତ ୧୧ରୁ ୧୪ ତାରିଖରେ ହୋଇଥିବା ବନ୍ୟାରେ ମ.ରାମପୁର ବ୍ଲକ ମୋହନଗିରି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମୋହନଗିରିଠାରୁ ଗୁଡଭେଲା ଦେଇ...

ହାଟରେ ସାମାଜିକ ଦୂରତ୍ୱ ଶିଖାଇଲେ ଏସ୍‌ପି

ଫୁଲବାଣୀ ଅଫିସ, ୨୭ା୩-ହାଟରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରଖିହେବ ସେ ସମ୍ପର୍କରେ ଲୋକଙ୍କୁ କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ ଶିଖାଇଛନ୍ତି। ହାଟପଦାରେ ପାଖାପାଖି...

ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଘେରିଲେ ଲୋକେ

ବରଗଡ଼ ଅଫିସ,୧୩।୧୧- ବରଗଡ଼ ସହରର ଆହାର କେନ୍ଦ୍ରରେ ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୈାହାନ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ବହୁ...

Leave a comment

Your email address will not be published. Required fields are marked *