ଲକଡାଉନବେଳେ ଉଦାହରଣ ସୃଷ୍ଟି କଲେ ପୁଅ: ୩ ଜଣରେ ସାରିଲେ ବାପାଙ୍କ ଦଶାହ କର୍ମ

ବନ୍ତଳା, ୨୯ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ଜାରି କରିଛନ୍ତି । ଲୋକେ ଯେପରି କୌଣସି ସ୍ଥାନରେ ଏକାଠି ନ ହେବେ ଏବଂ ପଦାକୁ ନ ବାହାରିବେ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନେକ ସ୍ଥାନରେ ଲୋକେ ଏହି ନିୟମ ଉଲ୍ଲଂଘନ କରି ବାହାରକୁ ଆସୁଥିବାରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଏପରି ସମୟରେ ବାପାଙ୍କ ଦେହାନ୍ତ ହୋଇଯାଇଥିଲେ ମଧ୍ୟ ବନ୍ଧୁବର୍ଗ, ପଡୋଶୀ କିମ୍ବା ସ୍ଥାନୀୟ ଲୋକଙ୍କୁ ସାମିଲ ନ କରି କେବଳ ପରିବାରର ୩ ଜଣଙ୍କୁ ନେଇ ଦଶାହ କର୍ମ ସାରିଛନ୍ତି ଅନୁଗୋଳ ଜିଲା ହାତୀଶାଳପଡା ପୋକତୁଙ୍ଗା ଗ୍ରାମର ରୁଦ୍ର ନାରାୟଣ ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନ। ଏଥିସହ ଦେଶବାସୀଙ୍କ ସୁରକ୍ଷା ପାଇଁ ସରକାର କରିଥିବା ନିୟମ ମାନିବାକୁ ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏପରି କରି ସେମାନେ ଅଞ୍ଚଳବାସୀଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।
ପ୍ରକାଶ ଯେ, ଗତ ୨୦ ତାରିଖରେ ପୋକତୁଙ୍ଗା ଗ୍ରାମର ସପ୍ନେଶ୍ୱର ପ୍ରଧାନ(୫୦)ଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ପରିବାର ଲୋକଙ୍କ ସହ ବନ୍ଧୁ ପରିଜନ, ସମ୍ପର୍କୀୟ ପଡୋଶୀ ଆଦି ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ୨୯ ତାରିଖରେ ଦଶାହ କର୍ମ ପାଇଁ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ହେଲେ ଏହା ମଧ୍ୟରେ କରୋନା ଭାଇରସଜନିତ ସଂକ୍ରମଣ ରୋକିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ଜାରି କରିଦିଆଯାଇଛି। ଫଳରେ ସପ୍ନେଶ୍ୱରଙ୍କ ପରିବାର ଲୋକେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ। ଦୁଇପୁଅ ରୁଦ୍ର ନାରାୟଣ, ସୁରେନ୍ଦ୍ର ଏବଂ ମୃତକଙ୍କ ସାନ ଭାଇ ସଲିଳ ପ୍ରଧାନ ଦଶାହ କର୍ମରେ କୌଣସି ବନ୍ଧୁଙ୍କୁ ଏକାଠି ନ କରି କେବଳ ସେମାନେ ହିଁ କାର୍ଯ୍ୟକ୍ରମ ସାରିବାକୁ ନିଷ୍ପତ୍ତି ନେଇଥିଲେ। କୁଳ ପୁରୋହିତ ରଞ୍ଜନ କୁମାର କରଙ୍କ ସମେତ ଦୁଇ ପୁଅ ଏବଂ ମୃତକଙ୍କ ଭାଇ ଦଶାହ କର୍ମରେ ସାମିଲ ହୋଇଥିଲେ।
ସପନେଶ୍ୱରଙ୍କ ସାନ ପୁଅ ସୁରେନ୍ଦ୍ର କହିଛନ୍ତି, ବାପାଙ୍କ ଦେହାନ୍ତ ହୋଇଥିଲେ ହେଁ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ରକ୍ଷା ମଧ୍ୟ ଆମ କର୍ତ୍ତବ୍ୟ। ସରକାର ଆମ ସୁରକ୍ଷା ପାଇଁ ନିୟମ କରିଛନ୍ତି । ଏପରି ସ୍ଥିତିରେ ନିୟମ ନ ମାନିଲେ ଆଗକୁ କଠିନ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ କଷ୍ଟ ହେଲେ ବି ଆମେ ବାପାଙ୍କ ଦଶାହ କର୍ମରେ ବନ୍ଧୁ ପରିଜନଙ୍କୁ ଏକାଠି କରିନାହୁଁ।


All Right Reserved By Dharitri.Com

ନୂଆବର୍ଷରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ଲାଗି ବାସଭବନରେ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଗଝୋଳସ୍ଥିତ ବାସଭବନରେ ନୂଆବର୍ଷ...

ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲା ଖବରକାଗଜ ଏଜେଣ୍ଟ ସଂଘ

ବାଲେଶ୍ୱର ଅଫିସ,୧୬।୪- ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କରୋନା ପାଇଁ ଆତଙ୍କିତ ହୋଇପଡ଼ିଛି। ଏହି ସମୟରେ ବାଲେଶ୍ୱର ରେଲୱ ଷ୍ଟେସନ ନିକଟରେ ରହିଛନ୍ତି ଶତାଧିକ ଗରିବ...

ପୋଲ ଉପରେ ୩ଫୁଟ ବର୍ଷା ପାଣି: ବିଦ୍ୟାଳୟକୁ ଯିବା ଆସିବା ବାଧାପ୍ରାପ୍ତ; ରଶି ଟାଣି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଗଲା

ତେଲକୋଇ, ୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ଥିବା ଓରିଆ ପଞ୍ଚାୟତ ପିଟାନାଳିରେ ରହିଛି ଆଦର୍ଶ ବିଦ୍ୟାଳୟ। ଲଗାଣ ବର୍ଷା ହେଲେ ଘାଟିରୁ ପାଣି ଯାକ ଏହି ନାଳ...

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ: ପରୀକ୍ଷା ହେବ ୧୧ ଖାଦ୍ୟ ନମୁନା

ଅନୁଗୋଳ ଅଫିସ, ୧୩।୧୦ – ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ...

ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ...

ଓଲଟିଲା ଅଟୋ, ଜଣେ ଗୁରୁତର

କେନ୍ଦୁଝର,୬।୧ (ସ୍ବ.ପ୍ର.) : କେନ୍ଦୁଝର ଜିଲା ଟାଉନ ଥାନା ନରଣପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ଜଣେ ଗୁରୁତର ହୋଇଛନ୍ତି। ସେ...

ନୂଆ ଅତିରିକ୍ତ ଜିଲାପାଳଙ୍କ ଯୋଗଦାନ

ଅନୁଗୋଳ ଅଫିସ, ୨୭।୩ : ଅନୁଗୋଳ ଜିଲାର ନୂତନ ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ସନ୍ତୋଷ କୁମାର ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ...

ରାସ୍ତାଘାଟରେ ହାତୀ, ଲୋକେ ଭୟଭୀତ

ପରଜଙ୍ଗ, ୨୬ା୮(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ହାତୀ ଉପଦ୍ରବରୁ ତ୍ରାହି ମିଳୁନି। ସୋମବାର ସକାଳେ ନରହନ୍ତା ଦନ୍ତା କନ୍ଦରସିଂହା ଗ୍ରାମରେ ପଶି ତାଣ୍ଡବ କରିଥିଲା।...

Leave a comment

Your email address will not be published. Required fields are marked *