ରାମଗିରି ଅଞ୍ଚଳରେ କାମ ଦେଉନି ଲକ୍‌ଡାଉନ

ରାମଗିରି,୨୯ା୩(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖରେ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଥମେ କହିଥିଲେ। ସେ ଦିନ ରାମଗିରି ତଥା ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଶୂନଶାନ୍‌ ହୋଇଯାଇଥିଲା। ଗ୍ରାମାଞ୍ଚଳର ଲୋକମାନେ ଭାବିଥିଲେ ଯେ ଆକାଶ ମାର୍ଗରୁ କରୋନା ଭୂତାଣୁ ବିନାଶ ପାଇଁ ଉଡ଼ାଜାହାଜ ଯୋଗେ ବିଷାକ୍ତ ବାଷ୍ପ ପ୍ରୟୋଗ କରାଯିବ। ଏହି ଭୟରେ ଲୋକମାନେ ପଦାକୁ ବାହାରି ନ ଥିଲେ। ଏବେ କରୋନା ମହାମାରିର ଭୟାବହତାକୁ ଦେଖି ପୁଣି ୨୧ଦିନ ସାରାଦେଶରେ ଲକ୍‌ଡ଼ାଉନ କଟକଣା ଜାରି କରାଯାଇଛି। କରେନାକୁ ନେଇ ବିଶ୍ୱବାସୀଙ୍କ ନିଦ ହଜିଯାଇଥିବାବେଳେ ରାମଗିରିରେ କିଛି ବ୍ୟକ୍ତି ଜୁଆଖେଳରେ ମାତି ରହୁଛନ୍ତି। କୌଣସି ସୂତ୍ରରୁ ଖବର ପାଇ ରାମଗିରି ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢ଼ାଉ କରିବାବେଳେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ସେହି ସ୍ଥାନରୁ ଗୋଟିଏ ବୁଲେଟ ଗାଡ଼ି ଜବତ କରି ଥାନା ମଧ୍ୟରେ ରଖାଯାଇଛି। ଦିନତମାମ ରାମଗିରି ପୋଲିସ ଅକ୍ଲାନ୍ତ ଉଦ୍ୟମ କରି ଲୋକଙ୍କୁ ସଚେତନ କରାଇବା ସହିତ ଡ଼ାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରାଯାଉଛି। ଅକାରଣରେ ବାହାରେ ବୁଲିଲେ ୧୦୦୦ ଟଙ୍କା ଜରିମାନା ସହିତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ତଥାପି ଲୋକେ ସୁଧୁରୁ ନାହାନ୍ତି। ସାମାଜିକ ଦୂରତା ରକ୍ଷା ବଦଳରେ ଛକରେ ଭିଡ଼ ଜମାଇ ରହୁଛନ୍ତି। କିଛି ଛକରେ ହୋଟେଲ ଖୋଲାଯାଉଥିବା ମଧ୍ୟ ଅଭିଯୋଗ ଆସୁଛି। ଅଞ୍ଚଳରେ କ୍ରିକେଟ ଖେଳ ସହିତ ଇଟାଭାଟି କାମ ମଧ୍ୟ ଚାଲିଛି। ବାହାରୁ ପୋଲିସ ନ ଆସିଲେ ଏଠିକାର ଲୋକେ ସୁଧୁରିବେ ନାହିଁ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। ଏ ସମ୍ପର୍କରେ ରାମଗିରି ଥାନାଧିକାରୀ ବିକାଶ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ବାହାରୁ ଅନ୍ୟ ଷ୍ଟାଫ ଆଣିବାର ସେମିତି ଜରୁରୀ ନାହିଁ। ଆବଶ୍ୟକ ହେଲେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ।


All Right Reserved By Dharitri.Com

ମୁକୁଳାପଡ଼ିଛି ନଦୀବନ୍ଧ

ବାଲେଶ୍ୱର ଅଫିସ,୨୩।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲାର ରେମୁଣା ଓ ସଦର ବ୍ଲକ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ଅଧିକାଂଶ ବର୍ଷ କୂଳ ଲଂଘୁଛି। ବନ୍ୟା...

ବାଲେଶ୍ୱର ବିଧାନସଭା : ବିଜେଡି ୬, ଭାଜପା ୨

ବାଲେଶ୍ୱର ଅଫିସ,୨୪ା୫: ବାଲେଶ୍ୱର ଜିଲାର ୮ଟି ବିଧାନସଭା କ୍ଷେତ୍ରରୁ ୬ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ୨ଟି ଆସନରୁ ଭାଜପା ବିଜୟଲାଭ କରିଥିବାର ଜଣାପଡ଼ିଛି। ଜଳେଶ୍ୱରରୁ...

ପତିତପାବନ ମହାବିଦ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ସାଇଁକୁଳ ପତିତପାବନ ମହାବିଦ୍ୟାଳୟ ପରିସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର...

ପଲିଥିନ୍‌ ନ ମିଳିବାରୁ ରାଜପଥ ଅବରୋଧ କଲେ ଲୋକେ : ଗମନାଗମନ ବାଧାପ୍ରାପ୍ତ

ଲୋଇସିଂହା,୨୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗରିବ, ଅସହାୟମାନଙ୍କୁ ମାଗଣା ପଲିଥିନ୍‌ ନ ମିଳିବାରୁ ସେମାନେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ରାଜପଥ ସୋମବାର ଅବରୋଧ...

ବିପଦ ସଙ୍କେତ ଅବସ୍ଥାରେ କାଲିମେଳା ସଦର ମହକୁମା ରାସ୍ତା

କାଲିମେଳା, ୧୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଜୟପୁର- ମୋଟୁ ୩୨୬ ନଂ. ଜାତୟ ରାଜପଥର କାଲିମେଳା ସଦର ମହକୁମା ରାସ୍ତା ଉପରେ ବଡ଼ ବଡ଼ ଗର୍ତ୍ତ ହୋଇ...

ବାତ୍ୟା କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ସହାୟତା ପ୍ରଦାନ: ୧୩୬୯ ଜଣଙ୍କୁ ମିଳିଲା, ଆହୁରି ପାଇବେ ୨୦୦୦

ପୁରୀ ଅଫିସ,୧ା୯: ବାତ୍ୟାରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ମିଳିଛି ସହାୟତା। ଶନିବାର ଟାଉନ ହଲ୍‌ ପରିସରରେ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ୧୦...

କରୋନା ପାଇଁ କଇଁଚି ବନ୍ଦ: ବୃତ୍ତି ଚିନ୍ତାରେ ବାରିକ

ଭୁବନ, ୧୧।୫ (ବିପିନ ବିହାରୀ ସେଠୀ): ଜୀବନ ଆଉ ଜୀବିକା ମଝିରେ ଛିଡ଼ା ହୋଇଛି ଭୂତାଣୁ। ଦେଢ଼ମାସ ହେଲା ଦୋକାନରେ ଝୁଲୁଛି ତାଲା। କରୋନା ପାଇଁ...

ପାଣି ଲାଗି ହଟହଟା ପଡ଼ାବାସୀ

ବିନିକା,୧୬ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ସାଲମାଟିକ୍ରାର ସମଲେଇ ପଡା। ଏହି ପଡ଼ାବାସୀ ଏବେ ଘୋର ପାନୀୟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି।...

Leave a comment

Your email address will not be published. Required fields are marked *