ହାଟରେ ଶତାଧିକ ଲୋକଙ୍କ ଭିଡ଼

ବନ୍ତଳା, ୨୯ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ସତ୍ତ୍ୱେ ଏହାକୁ ଲୋକେ ମାନୁ ନ ଥିବା  ଦେଖିବାକୁ ମିଳିଛି । ରବିବାର ଅନୁଗୋଳ ଛକଠାରେ ସାପ୍ତାହିକ ହାଟ ଥିବାରୁ ସେଠାରେ ଏକ ସଙ୍ଗରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ। ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ବ୍ୟବସାୟୀ ପନିପରିବା, ରାଶନ ସାମଗ୍ରୀ ଓ ବିଭିନ୍ନ ସାମଗ୍ରୀ ହାଟକୁ ବିକ୍ରି ପାଇଁ ଆସିଥିଲେ।  ଫଳରେ ଜିନିଷ କିଣିବାକୁ ବହୁ ସଂଖ୍ୟାରେ ଲୋକେ ସେଠାରେ ପହଞ୍ଚି ଯାଇଥିଲେ।  କିଛି ସମୟରେ ପୋଲିସ ଫୋର୍ସ ସେଠାରେ ପହଞ୍ଚି ଭିଡ଼ ହଟାଇଥିଲା। ପୋଲିସକୁ ଦେଖି ଅନେକ ଲୋକେ ସେଠାରୁ ପଳାଇଯାଇଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ହାଟ ଗେଟ ବନ୍ଦ କରିଦେଇଥିଲା। ତେବେ ସାମାଜିକ ଦୂରତା ବଜାୟ ନ ରଖି ଲୋକେ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଏକାଠି ହୋଇ ଜିନିଷ ନ କିଣିବାକୁ ପୋଲିସ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ଅନେକେ ଏହାକୁ ମାନୁ ନ ଥିବା ଦେଖାଯାଇଛି।


All Right Reserved By Dharitri.Com

ସଙ୍ଗରୋଧରୁ ଘରକୁ ଗଲେ ୩୬ ସଂଖ୍ୟାଲଘୁ

ଅନୁଗୋଳ ଅଫିସ, ୧୨।୪ – ଦିଲ୍ଲୀର ନିଜାମୁଦ୍ଦିନ୍‌ ମରକଜ ଧର୍ମଗୁରୁମାନଙ୍କ ସଂସ୍ପର୍ଶରେ ଆସି କ୍ୱାରାଣ୍ଟାଇନ୍‌ ବା ସଙ୍ଗରୋଧରେ ଥିବା ଅନୁଗୋଳ ଜିଲାର ୩୬ ସଂଖ୍ୟାଲଘୁ ସମ୍ପ୍ରଦାୟର...

ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ମୋକିମଙ୍କୁ ନା: ଡିସିପିଙ୍କ ବଦଳି ଦାବି କଲା ନଗର କଂଗ୍ରେସ

କଟକ ଅଫିସ,୧୫।୯: କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଡିସିପି ଅଖିଳେଶ୍ୱର ସିଂ ନ ଡାକିବାକୁ...

ପୋଲିସ ମହାନିର୍ଦ୍ଦେଶକଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡା ଅଫିସ୍‌, ୫ା୪- ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ଜିଲାର ଆଇନ ଶୃଙ୍ଖଳା...

ହତ୍ୟା ମାମଲା: ୨ ଭାଇଙ୍କୁ ଆଜୀବନ ଜେଲ

ବାଲିଗୁଡା,୧ା୧୦(ଡି.ଏନ୍‌.ଏ.)-ଏକ ହତ୍ୟା ମାମଲାର ବିଚାର କରି ଶୁକ୍ରବାର ବିଚାରପତି ଅରବିନ୍ଦ ପଟ୍ଟନାୟକଙ୍କ ଖଣ୍ଡପୀଠରେ ଅଭିଯୁକ୍ତ ୨ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

ଚେଇଁ ଶୋଇଛନ୍ତି ବିଏମ୍‌ସି ଡ୍ରେନେଜ ବିଭାଗ ଅଧିକାରୀ: ସହରର ୪୦% ଡ୍ରେନ୍‌ରେ ଢାଙ୍କୁଣି ନାହିଁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ୬୭ଟି ଓ୍ବାର୍ଡରେ ମୋଟ ୬୫୦କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି।...

ପଡିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପଡିଆ,୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ସୋମବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି।...

ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ

କଣିହାଁ, ୧୩ା୧(ଡି.ଏନ.ଏ.):  ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ରେଙ୍ଗାଳି ଡ୍ୟାମ ସାଇଟ ଥାନା ଅଞ୍ଚଳକୁ ଶନିବାର ଏମପି ମହେଶ ସାହୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ...

ପ୍ରବାସୀଙ୍କ ସ୍ବାବ୍‌, ରକ୍ତ ପରୀକ୍ଷାରେ ବିଳମ୍ବ

ନିମାପଡ଼ା,୧୩ା୫(ଡି.ଏନ.ଏ): ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଦିଲ୍ଲୀ, କୋଲକାତା, ଗୁଜରାଟର ସୁରଟ, ମହାରାଷ୍ଟ୍ର ଆଦି ରାଜ୍ୟରୁ ମଙ୍ଗଳବାର ସୁଦ୍ଧା ୩୧୫ଜଣ ପ୍ରବାସୀ...

Leave a comment

Your email address will not be published. Required fields are marked *