ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ବଇଣ୍ଡା, ୨୯ା୩(ଡି.ଏନ.ଏ.)- କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଜନତା ମହାବିଦ୍ୟାଳୟ ଓ କିଶୋରନଗର ଡିଗ୍ରୀ କଲେଜ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ସେମାନଙ୍କ ଗୋଟିଏ ଦିନର ଦରମା ପାଣ୍ଠିକୁ ପ୍ରଦାନ କରିଛନ୍ତି । କିଶୋରନଗର କଲେଜ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ ୧୩ ଶହ ଦେଇଥିବାବେଳେ ବଇଣ୍ଡା କଲେଜ ଅଧ୍ୟକ୍ଷ ସିଦ୍ଧାର୍ଥ ପଣ୍ଡା, ଅଧ୍ୟାପକ କାଳନ୍ଦୀ ଚରଣ ପ୍ରଧାନ, ଅସିତ ଜେନା, ଶୁଭ୍ରଶଶି ପ୍ରଧାନ, ସବିତା ପଟ୍ଟନାୟକ, ରବି ନାରାୟଣ ବେହେରାଙ୍କ ସମେତ ସମସ୍ତ ଅଧ୍ୟାପିକା ଅଧ୍ୟାପକ ସେମାନଙ୍କ ଗୋଟିଏ ଦିନର ଦରମା ମିଶାଇ ମୋଟ ୪୦,୪୫୦ ଟଙ୍କା ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଥିସହିତ ବିଭିନ୍ନ ସଙ୍ଗଠନ, ପୁରାତନ ଛାତ୍ରୀଛାତ୍ର ଓ ସ୍ବେଚ୍ଛାସେବୀମାନେ ଅସହାୟ ଲୋକଙ୍କ ପାଇଁ କିଛି ଅର୍ଥ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଅଧ୍ୟକ୍ଷ ପଣ୍ଡା ନିବେଦନ କରିଛନ୍ତି।


All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କୁ ଆକ୍ରମଣ

ଠାକୁରମୁଣ୍ଡା,୧୯ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ବାଉଁଶଡିହା ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ଶନିବାର ସକାଳେ ଜଣେ ଯୁବକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କ...

ବରୀରୁ ପୁଣି ୨ଟି କରୋନା ପଜିଟିଭ ଚିହ୍ନଟ: ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା

ବରୀ,୧୪।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରୁ ଗୁରୁବାର ପୁଣି ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବରୀରେ ମୋଟ ୮ଜଣ ଆକ୍ରାନ୍ତ...

ନିଯୁକ୍ତିରେ ଜାଲିଆତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି

ବରୀ,୨ା୯(ସ୍ବ.ପ୍ର) : ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟରେ କର୍ମଚାରୀ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଅଭିଯୋଗ ଜିଲାପାଳଙ୍କଠାରୁ ଆରମ୍ଭ...

ଗୋଟିଏ ରାତିରେ ୩ଟି ଘରୁ ଲୁଟ୍‌

ପାଲଲହଡା,୩।୯(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ସଦର ମହାକୁମାସ୍ଥିତ ଉଦୟପୁର ଗ୍ରାମର ଦୁର୍ଯ୍ୟୋଧନ ଗଡନାୟକ, ଚିନ୍ମୟ କୁମାର ସାହୁ ଏବଂ ଗୁରୁଚରଣ ବେହେରାଙ୍କ ଘରୁ ସୋମବାର ରାତିରେ...

ବାପା ମାଡ଼ରେ ୮ ବର୍ଷର ଝିଅ ଗୁରୁତର

ଉଦଳା ,୩୧ା୧(ଡ଼ି.ଏନ୍‌.ଏ.)- ନିଶା ଯେ ମଣିଷକୁ କେଉଁ ସ୍ତରକୁ ନେଇଯାଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ପାଟଶାଣୀପୁର...

ଆପ୍‌ନେ ଆରପାରେ: ୩ ଝି’ର ଭବିଷତ୍‌ ଚିନ୍‌ତାରେ ପୁଷ୍ପକାନ୍ତି

  ଅତାବିରା, ୨୧।୧ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ବିଶିପାଲି ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଝାଙ୍କର(୩୦)। ଆପ୍‌ନେ ପ୍ରଶାନ୍ତ...

ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ବିଧାୟକ

ଭଦ୍ରକ ଅଫିସ,୮ା୪: ଭଦ୍ରକ ପୌରାଞ୍ଚଳରେ ବୁଧବାର ସକାଳୁ ଭଦ୍ରକ ବିଧାୟକ ସଂଜୀବ ମଲିକ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସହର ଓ...

ଏନ୍‌ଆର୍‌ଟିଏସ୍‌ ପରୀକ୍ଷାରେ ପ୍ରଥମ ୧୦ ମଧ୍ୟରେ ୪ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୬ା୨ ୨୦୧୯ ଶିକ୍ଷାବର୍ଷର ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ୮ମ ଶ୍ରେଣୀ ଜାତୀୟ...

Leave a comment

Your email address will not be published. Required fields are marked *