ବୋମାଲୋଇ ଗ୍ରାମକୁ ପ୍ରବେଶ ନିଷେଧ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଭୟ ଲାଗି ରହିଛି। ସହରରେ ଲକ୍‌ ଡାଉନକୁ କେତେକାଂଶରେ ଜନସାଧାରଣ ମାନୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଜନସାଧାରଣ ଲକ୍‌ ଡାଉନକୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ମାନି ନେଇଛନ୍ତି । ଏହି କ୍ରମରେ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ବୋମାଲୋଇ ଗ୍ରାମବାସୀ ରବିବାର ସକାଳେ ଗ୍ରାମର ମୁଖ୍ୟରାସ୍ତାରେ ବାଉଁଶ ଓ ଡାଳ ଦେଇ ରାସ୍ତାକୁ ବନ୍ଦ କରିଛନ୍ତି । ଏଥିସହ ‘ଲକ୍‌ ଡାଉନ୍‌ ବୋମାଲୋଇ’ ବୋଲି ପ୍ଲାକାର୍ଡରେ ଲେଖିଛନ୍ତି । ଏହାଦ୍ୱାରା ଅନ୍ୟ ଗ୍ରାମ କିମ୍ବା ସହରରୁ ଜନସାଧାରଣ ବୋମାଲୋଇକୁ ପ୍ରବେଶ କରିପାରିବେ ନାହିଁ । ଅନ୍ୟପକ୍ଷେ ଗ୍ରାମରୁ ମଧ୍ୟ କେହି ବାହାରିକୁ ଯିବାକୁ ନିଷେଧ କରାଯାଇଛି । ଏହି ଧାରା ପ୍ରତ୍ୟେକ ଗ୍ରାମ ଓ ସହରରେ ଜାରି ରହିଥିଲେ କରୋନା ଭୂତାଣୁ ଅନେକାଂଶରେ କମି ଯିବ ବୋଲି ଜନସାଧାରଣଙ୍କ ବିଶ୍ୱାସ ରହିଛି ।


All Right Reserved By Dharitri.Com

ଦୃଷ୍ଟିହୀନ ମହିଳାଙ୍କୁ ନୂଆଘର କରି ଚାବି : ହସ୍ତାନ୍ତର କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୮ା୩ ମହିଳା ଦିବସ ଅବ୍ୟବହତି ପୂର୍ବରୁ ବଲାଙ୍ଗୀର ଜିଲା ପ୍ରଶାସନ ଜଣେ ଗରିବ ଦୃଷ୍ଟିହୀନ ମହିଳାଙ୍କୁ ନୂଆ ଘର ତିଆରି କରି ହସ୍ତାନ୍ତର...

ବଜ୍ରପାତରେ ୩ କୃଷି ଶ୍ରମିକ ଗୁରୁତର

ସରଣ୍ଡା,୨୦।୭(ଡି.ଏନ.ଏ) ବରଗଡ଼ ଜିଲାର ଅତାବିରା, ବରଗଡ଼ ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଜିଲାର ଅତାବିରା ବ୍ଲକ...

ଧାନ ଅମଳ ସମୟରେ ଝିପିଝିପି ବର୍ଷା: ଚାଷୀ ମନରେ ଛନକା

ବନ୍ତ,୨୭।୧୨(ସ୍ବ.ପ୍ର.)-ଏବେ ଚଳିତବର୍ଷ ଖରିଫ୍‌ ଧାନ ଅମଳ ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀ ମନରେ ଛନକା ପଶିଛି। ବର୍ଷାର ପରିମାଣ ବଢ଼ିଲେ...

ଅର୍ଜୁନ ନାୟକ ପାଇବେ ‘କଳାହାଣ୍ଡି କ୍ରିଡାରତ୍ନ ସମ୍ମାନ’

ଭବାନୀପାଟଣା, ୧୫।୧୦ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କ୍ରୀଡାର କାର୍ଯ୍ୟକାରିଣୀ କମିଟି ନିଷ୍ପତ୍ତିକ୍ରମେ ପୂର୍ବତନ ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଅର୍ଜୁନ ନାୟକଙ୍କୁ ଜିଲାର ସର୍ବଶ୍ରେଷ୍ଠ କ୍ରୀଡା ସମ୍ମାନ...

ପୁରୀ ବନ୍ୟପ୍ରାଣୀ ଡିଭିଜନ: ବର୍ଷା ସମ୍ଭାବନା ଯୋଗୁ ପକ୍ଷୀ ଗଣନା ଘୁଞ୍ଚିଲା

ପୁରୀ ଅଫିସ,୩ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶୁକ୍ରବାର ପକ୍ଷୀ ଗଣନା କରାଯିବ ଲାଗି ସ୍ଥିର ହୋଇଥିଲା। ଏଥିପାଇଁ ଗୁରୁବାର ପକ୍ଷୀ ଗଣନା ତାଲିମ ଶିବିର ମଧ୍ୟ...

ଆଗରପଡ଼ା ବିଦ୍ୟୁତ୍‌ ଉପକେନ୍ଦ୍ର ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ବନ୍ତ,୨୮।୧୨(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାଠାରେ ନିର୍ମାଣାଧୀନ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌ ଉପକେନ୍ଦ୍ରକୁ ଶନିବାର ବିଧାନସଭା ଷ୍ଟାଣ୍ଡିଂ କମିଟି ପରିଦର୍ଶନ କରିଛି। ଷ୍ଟାଣ୍ଡିଂ...

ସୂର୍ଯ୍ୟମନ୍ଦିର ସଂରକ୍ଷଣ, ରକ୍ଷଣାବେକ୍ଷଣକୁ ଗୁରୁତ୍ୱ

କୋଣାର୍କ, ୨୯।୨(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଶୁକ୍ରବାର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ...

ଭଦ୍ରକରେ କରୋନା ସତର୍କତା: ପ୍ରଶାସନ ପକ୍ଷରୁ ଛୁଟି ବାତିଲ

ଭଦ୍ରକ ଅଫିସ, ୧୬।୩: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସୋମବାରଠାରୁ ଭଦ୍ରକ...

Leave a comment

Your email address will not be published. Required fields are marked *