ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲାପାଳ

ବନ୍ତ,୨୯।୩(ଡି.ଏନ୍‌.ଏ.): ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କରିଛନ୍ତି। ନିଳୋକ ହାଇସ୍କୁଲସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ, ପାଇଖାନା, ବିଜୁଳି, ଔଷଧ ସମେତ ସାନିଟାଇଜେସନ୍‌, ସାମାଜିକ ଦୂରତା, ସଙ୍ଗରୋଧ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟ ରାଜ୍ୟରୁ ଆସିଥିବା ୬୩ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କୁ ଆଇସୋଲେଶନରେ ରଖାଯାଇଥିବା ଦେଖିଥିଲେ। ସମସ୍ତ ବ୍ୟକ୍ତିଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବା, ଅନ୍ୟ ପଞ୍ଜୀକୃତ ବ୍ୟକ୍ତିଙ୍କ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ା ତଦାରଖ ବେଳେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ପଣ୍ଡା, ଜିଆର୍‌ଏସ୍‌ ପ୍ରଦୀପ ବିଶ୍ୱାଳ ଉପସ୍ଥିତ ଥିଲେ ା


All Right Reserved By Dharitri.Com

ଶିଳପୁଆରେ ମାଡ଼ମାରି ମା’ଙ୍କୁ ହତ୍ୟା: ଅଭିଯୁକ୍ତ ପୁଅ ଗିରଫ

ବରଗଡ଼ ଅଫିସ,୨୩।୭: ନିଜର ମା’ଙ୍କୁ ହତ୍ୟାକରି ପୁଅ ଗିରଫ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଧାଙ୍ଗେର ଗ୍ରାମରେ।...

ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ,୭ା୧୦- ମୟୂରଭଞ୍ଜ ଜିଲା ରରଁୁଆ ଥାନା ଅଧୀନ ସିଙ୍ଗଡ଼ା ଜଙ୍ଗଲରୁ ରବିବାର ଜଣେ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛନ୍ତି। ଶିଶୁ କନ୍ୟା କରଞ୍ଜିଆ...

କ୍ରଶର ମିଲ୍‌ ବନ୍ଦ ଯୋଗୁ ଉନ୍ନୟନ କାର୍ଯ୍ୟରେ ବାଧା

ମାଲକାନଗିର,୬।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଏକମାସରୁ ଊର୍ଦ୍ଧ୍ୱ ହେବ କ୍ରଶର ମିଲଗୁଡିକ ବନ୍ଦ ରହିଛି ା ଫଳରେ ବହୁ ଘରୋଇ କାର୍ଯ୍ୟ ଏବଂ ଉନ୍ନୟନ କାର୍ଯ୍ୟ...

ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ

କୁଆଁରମୁଣ୍ଡା,୩୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ...

ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ

ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍‌.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ...

ବାହାନଗା ବ୍ଲକ ୧୬ ନଂ. ଜାତୀୟ ରାଜପଥରେ ପୃଥକ ଦୁର୍ଘଟଣା: ୨ ଜଣଙ୍କ ଜୀବନ ଗଲା

ବାହାନଗା, ୧୯।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନଂ. ଜାତୀୟ ରାଜପଥର ମଙ୍ଗଳବାର ପୃଥକ ଦୁଇଟି ଦୃର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବରରେ...

ନାବାଲକ ଉପରେ ୫ ପରାନୀ କୁଟ୍‌ମର ବୋଝ୍‌: ଗୁପ୍‌ଚୁପ୍‌ ବିକି ପାଠ୍‌ ପଢ଼ୁଛନ୍‌ ଦେବାନନ୍ଦ

ଭବାନୀପାଟଣା,୧୨।୬(ଡି.ଏନ୍‌.ଏ.): ବଁଚ୍‌ବାର ଲାଗି ହେଲେ ଯୁଝ୍‌ବାକେ ପଡ଼ବା। ସେଟା କୁଟୁମ ପୁଷ୍‌ବାର ଲାଗି ହେଉ କି ପେଟ ପାଲବାର ଲାଗି ହେଉ। ମୁନୁଷ୍‌ କେନ୍‌ନେ ଗୁପ୍‌ଚୁପ୍‌...

ଢେଙ୍କାନାଳ ଜିଲାର ୮୩ କେନ୍ଦ୍ରରେ ୧୭,୨୨୮ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତ

ଢେଙ୍କାନାଳ ଅଫିସ,୧୯।୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଢେଙ୍କାନାଳ ଜିଲାରେ ୮୩ଟି କେନ୍ଦ୍ରରେ ୧୭,୨୨୮ ଛାତ୍ରୀଛାତ୍ର...

Leave a comment

Your email address will not be published. Required fields are marked *