ଶହେରୁ ଊର୍ଦ୍ଧ୍ବ ଦାଦନ ଫସି ରହିଛନ୍ତି ମହାରାଷ୍ଟ୍ରରେ: ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କେସିଙ୍ଗା,୨୯।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ମଶାଣିବନ୍ଧା, କୋକୋଡ଼ମାଲ ଓ ଭବାନୀପାଟଣା ବ୍ଲକର ଭିକାଝରଣ ଗ୍ରାମର ଶତାଧିକ ଦାଦନ ଶ୍ରମିକ ମହାରାଷ୍ଟ୍ରରେ ଫସି ରହିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲା ଲାଗି ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା ପରେ ଶ୍ରମିକମାନେ ଝୁପୁଡ଼ି ଘରେରହି ଭୋକ ଉପାସରେ ଦିନ କାଟୁଛନ୍ତି। ସେମାନେ ମହାରାଷ୍ଟ୍ର ପାଳଗଡ଼ ଜିଲା ଅନ୍ତର୍ଗତ କୁରୁଷ ସହରରେ ଥିବା ଏକ କମ୍ପାନୀରେ କାମ କରୁଥିଲେ। ଗତ ଫେବୃୟାରୀ ମାସରେ ଏହି ଶ୍ରମିକମାନେ ଏକତ୍ର ମିଶି କାମ କରିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ଘୋଷଣା ପରେ ସେଠାରେ ଫସି ରହିଥିଲେ। ପାଖରେ ଥିବା ଅର୍ଥ ଶେଷ ହୋଇଯାଇଥିବା ବେଳେ ଭୋକରେ ରହୁଛନ୍ତି। ବାହାରକୁ ବାହାରିଲେ ପୋଲିସ ଲାଠିଚାର୍ଜ କରୁଥିବା ସେମାନେ କହିଛନ୍ତି। ସେମାନଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ ଜରିଆରେ ନିବେଦନ କରିଛନ୍ତି।


All Right Reserved By Dharitri.Com

ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲ କରିବାକୁ ଦାବି

ଭବାନୀପାଟଣା, ୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲକରିବା ପାଇଁ ଶୁକ୍ରବାର କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ...

ଜନ୍‌ମୁ ଦିବ୍ୟାଙ୍ଗ ତିନ୍‌ ଭାଇ: ଉଚ ଚିକିଛା ଲାଗି ଟଁକା ଅଭାବ

  କୋକସରା,୧୪।୧(ଡି.ଏନ୍‌.ଏ.)- ପୁଓ ହେଉ କି ଝି’ ଜନମ୍‌ ହେଲେ ଘରେ ଖୁସିର ଲହର ଖେଲିଯାଏସି। ମା’ବାପ୍‌ର ସପନ୍‌ ବି ତାକର ସଂଗେ ଯୁଡ଼ି ହେଇଯାଏସି।...

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ କଳାହାଣ୍ଡି ଜିଲାର ବିଭିନ୍ନ ସ୍କୁଲ ଗସ୍ତ: ଖରାପ ଶିକ୍ଷାଦାନ ପାଇଁ ୨ ଶିକ୍ଷକଙ୍କୁ ନୋଟିସ

ଭବାନୀପାଟଣା, ୧୦।୨(ଡି.ଏନ.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କଳାହାଣ୍ଡିର ବିଭିନ୍ନ ସ୍କୁଲକୁ ଅଚାନକ ଗସ୍ତ କରଛନ୍ତି। ଇଂଲିଶ ଶିକ୍ଷାରେ ସ୍କୁଲଗୁଡିକ ପଛରେ ପଡିଯିବାକୁ...

ବର୍ଷା ହେଲେ ସ୍କୁଲର ଅବସ୍ଥା ବେହାଲ: ବାହାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଜାଗେଶପଦର ପ୍ରାଥମିକ...

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କୋକସରା,୨୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ପକ୍ଷରୁ ଥାନା ଅଧିକାରୀ ପୁଷ୍ପାଞ୍ଜଳି ନେଗୀଙ୍କ ନେତୃତରେ ସଡକ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଶନିବାର...

କାଳିଆ ଟଙ୍କା ପାଇ ନ ଥିବା ହିତାଧିକାରୀଙ୍କ ଗଣଧାରଣା

କେସିଙ୍ଗା,୨୫।୧୧: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ବହୁ ହିତାଧିକାରୀ କାଳିଆ ଯୋଜନା ଟଙ୍କା ପାଇ ନ ଥିବା ପ୍ରତିବାଦରେ ସୋମବାର ବ୍ଲକ...

ପ୍ରବାସୀଙ୍କୁ ଅଧାବାଟରେ ଛାଡି ଚାଲିଗଲା ବସ୍‌

ଜୁନାଗଡ଼,୧୮।୫(ଡି.ଏନ୍‌.ଏ.): ଚେନ୍ନାଇରେ ଫସି ରହିଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୧ ଜଣ ଓ ଜୁନାଗଡ଼ ବ୍ଲକର ଜଣେ ପ୍ରବାସୀ ସୋମବାର ଏକ ବସ୍‌ ଭଡା...

ବୁଢ଼ୀ ମା’ର ଉପରେ ଦିବ୍ୟାଙ୍ଗ ଝି’ର ବୋଝ୍‌: ବଁଚ୍‌ବାର ରାହା ସାଜିଛେ ମୁଢ଼ି ପସରା

ପର୍ଲା, ୯।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ବୁରୁଧ୍‌ ବିଧବା ଲୋଚନୀ ନାଏକ(୮୦)। ବଏସର ଶେଷ ମୁଡ଼ସାକେ ପୁହୁଁଚିଲେନ।...

Leave a comment

Your email address will not be published. Required fields are marked *