ଛତ୍ରପୁରରେ ଖୋଲିଲା ୨୩ ଆଇସୋଲେଶନ ସେଣ୍ଟର

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): କରୋନା ଭୟାବହତା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ୨୩ଟି ଆଇସୋଲେଶନ ସେଣ୍ଟର ଖୋଲିଛି। ଛତ୍ରପୁର ଉପଖଣ୍ଡ ହସ୍ପିଟାଲ, ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସୁନ୍ଦରପୁର, ନରେନ୍ଦ୍ରପୁର ଓ ନୋଳିଆନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୧୮ଟି ପଞ୍ଚାୟତର ବିଭିନ୍ନ ସ୍କୁଲ କୋଠାରେ ଏହି ସେଣ୍ଟର ପ୍ରସ୍ତୁତ ହୋଇଛି। ଉକ୍ତ ସେଣ୍ଟରରେ ବେଡ୍‌, ଆଲୋକ, ଫ୍ୟାନ, ପାନୀୟଜଳ, ପାଇଖାନାର ବ୍ୟବସ୍ଥା ରହିଛି। ଆବଶ୍ୟକ ପଡ଼ିଲେ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରନ୍ତା ଲୋକଙ୍କୁ ଉକ୍ତ ଆଇସୋଲେଶନ ସେଣ୍ଟରରେ ରଖାଯାଇ ଚିକିତ୍ସାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟକର୍ମୀମାନେ ଏହାର ଦାୟିତ୍ୱରେ ରହିବେ।


All Right Reserved By Dharitri.Com

ବଳକା ଧାନ କିଣୁନି ସମିତି, ଚାଷୀ ଅସନ୍ତୋଷ

ବାଲିଆପାଳ, ୩|୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଚାଷୀଙ୍କଠୁ ସିଧାସଳଖ ଧାନ କିଣିବା ପାଇଁ ସେବା ସମବାୟ ସମିତିକୁ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ା ସରକାର...

କୋଭିଡ-୧୯ ରେଗୁଲେସନ୍‌ ଉଲ୍ଲଂଘନ, ହରିହର ନର୍ସିଂହୋମ୍‌କୁ ସିଲ୍‌ କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୯ା୪: କୋଭିଡ-୧୯ ରେଗୁଲେସନ୍‌ ଉଲ୍ଲଂଘନ ଯୋଗୁଁ ବଲାଙ୍ଗୀର ସହରର ସୁଦପଡାଠାରେ ଥିବା ହରିହର ଡାଇଗ୍ନୋଷ୍ଟିକ୍‌ ଏବଂ ନର୍ସିଂହୋମକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର...

ଏମ୍‌କେସିଜିରେ ୧୭ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୭ା୫-ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଲଗାତର ଜିଲାର ସନ୍ଦିଗ୍ଧ କରୋନା ଲକ୍ଷଣ ଥିବା ଲୋକମାନେ...

ଇସ୍ରୋ ପରିଦର୍ଶନ ପାଇଁ ଅବିନାଶ ମନୋନୀତ

କୋରୁକୋଣ୍ଡା, ୧୬।୧୨(ଡ଼ି.ଏନ.ଏ.)- ମାଲକାନଗିରି ଜିଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଅବିନାଶ ବେହେରା ଇସ୍ରୋ ପରିଦର୍ଶନ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାରୁ...

ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ବିଶୋଇ, ୩୧।୫(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଅଶନା ଛକଠାରେ ଏକ ସଡକ ଦୁର୍ଘଟଣା ଘଟି ଜନୈକ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ଅଶନା...

କଲ୍‌ବଲ୍‌ ହେଇ ବିତୁଛେ ଲକ୍ଷ୍ମୀକଁର ଜୀବନ୍‌

ଲୋଇସିଂହା,୨୨।୬(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢ଼ିଦର ପଁଚେତ୍‌ ଅଧୀନ ନେଗିପାଲି ଗଁାର ଲକ୍ଷ୍ମୀ ପାଇକ(୭୦)। ତାକର ଦୁଇ ଆଏଁଖ୍‌ ଠିକ୍‌ସେ ନାଇଁ ଦିଶବାର। ଇଆଡ଼େ...

କରୋନା ହଟ୍‌ସ୍ପଟ୍‌ ଚାନ୍ଦିନୀ ମହଲକୁ ଘୋଷଣା କରାଗଲା କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ କରୋନା ଭାଇରସର୍‌ ହଟ୍‌ସ୍ପଟ୍‌ କୁହାଯାଉଥିବା ଚାନ୍ଦିନୀ ମହଲ ଅଞ୍ଚଳରେ ରବିବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ...

ଖେଳୁଥିବାବେଳେ ସଂଜ୍ଞାହୀନ ହେଲେ ୪ ଛାତ୍ରୀ : ଡାକ୍ତରଖାନା ନ ନେଇ ପାଣିଛାଟି ଘରକୁ ପଠାଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଉଦଳା,୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଉଦଳା ଏନଏସିରେ ଥିବା ମେଣ୍ଢାଖାଇ ୟୁଜିଏମଇ ସ୍କୁଲରେ ଶନିବାର ଖେଳୁଥିବା ବେଳେ ୭ରୁ ୯ ବର୍ଷ ବୟସର ୪ ଜଣ ଛାତ୍ରୀ ହଠାତ୍‌...

Leave a comment

Your email address will not be published. Required fields are marked *