ଆନ୍ଧ୍ରରେ ଫସିଛନ୍ତି ଗଞ୍ଜାମର ୧୫୦ ଜଣ

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଚିକାଭରମଠାରେ ଗଞ୍ଜାମ ଜିଲାର ୧୫୦ ଜଣ ଫସିରହିଛନ୍ତି। ଉଦ୍ଧାର କରି ଘରକୁ ଫେରାଇ ନେବା ସହ ଖାଇବାକୁ ଦେବା ପାଇଁ ଏମାନେ ନିବେଦନ କରିଛନ୍ତି। ଏମାନଙ୍କ ପକ୍ଷରୁ ଏକ ଭିଡିଓ କ୍ଲିପ୍‌କୁ ସୋସିଆଲ ମିଡିଆରେ ଛଡ଼ାଯାଇଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଚିକଲଖଣ୍ଡି ଓ ଭିକାରିପଲି ଏବଂ କବିସୂର୍ଯ୍ୟନଗର ବ୍ଲକ ଅଞ୍ଚଳର ୪୦ ଜଣ ଶ୍ରମିକ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ଦାଦନ ଖଟିବାକୁ ଆନ୍ଧ୍ରର ଚିକାଭରମ ଅଞ୍ଚଳକୁ ଯାଇଥିଲେ। ସେଠାରେ ଥିବା ଉଷା ସ୍ପିନ୍‌କୋଟ ପ୍ରାଇଭେଟ ଲିମିଟେଡ୍‌ରେ ଏମାନେ କାମ କରୁଥିଲେ। କରୋନା ଭାଇରସ୍‌କୁ ନେଇ ସୂତାକଳ ବନ୍ଦ ହୋଇଯାଇଛି। ବାହାରକୁ ଗଲେ ପୋଲିସ ପିଟୁଛି ବୋଲି ଏମାନେ ଉକ୍ତ ଭିଡିଓରେ କହିଛନ୍ତି। ଖାଇବାକୁ ମିଳୁନି । ତୁରନ୍ତ ଉଦ୍ଧାର ସହ ଖାଇବା ବ୍ୟବସ୍ଥା କରିବାକୁ ଏମାନଙ୍କ ପକ୍ଷରୁ ଓଡ଼ିଶା ସରକାର ଓ ଗଞ୍ଜାମ ଜିଲା ପ୍ରଶାସନକୁ ନିବେଦନ କରାଯାଇଛି।


All Right Reserved By Dharitri.Com

ଗବେଷକ ସୁରେନ୍ଦ୍ର କୁମାର ମିଶ୍ରଙ୍କୁ ଗଙ୍ଗାଧର ବଳ ସ୍ମୃତି ସମ୍ମାନ

କଟକ ଅଫିସ, ୨୦ା୧୦: କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶନିବାର ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର...

ବିଜ୍ଞାନ ନାଟକ ପ୍ରତିଯୋଗିତା: ‘ସମ୍ଭାବନା’ ଶ୍ରେଷ୍ଠ ବିବେଚିତ

ବଲାଙ୍ଗୀର ଅଫିସ, ୪ା୮-ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲଠାରେ ଜିଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ା ଏହି ନାଟକ ପ୍ରତିଯୋଗିତାରେ ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର...

ସପ୍ତାହକ ମଧ୍ୟରେ ଓଭରବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ କର

ବ୍ରହ୍ମପୁର ଅଫିସ,୧୬ା୧୦-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ରେଲୱେ ଓଭରବ୍ରିଜ ଅସମ୍ପୂର୍ଣ୍ଣ ରହିଛି। ଫଳରେ ପ୍ରତିଦିନ ହଜାର ହଜାର ଲୋକଙ୍କୁ...

ପିପିଳିଆଠାରେ ଦୁଇ ଟ୍ରକ୍‌ ଦୁର୍ଘଟଣା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୃତ୍ୟୁ

ଢେଙ୍କିକୋଟ,୨୦।୮(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ. ଜାତୀୟ ରାଜପଥ ପିପିଳିଆଠାରେ ସୋମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍‌କୁ ପଛରୁ ଅନ୍ୟ...

କୋରାପୁଟରେ ୮୭୮.୨ ମିମି ବର୍ଷା ରେକର୍ଡ: ବ୍ରିଜ ଉପରେ ଚାଲିଛି ପାଣି, ନନ୍ଦପୁର-ଲମତାପୁଟ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ,୬।୯(ସ୍ବ.ପ୍ର.)- କୋରାପୁଟ ଜିଲାରେ ଶୁକ୍ରବାର ୮୭୮.୨ ମିମି ବର୍ଷା ହୋଇଥିବା ଜିଲା ଜରୁରି ବିଭାଗ ପକ୍ଷରୁ ସୁଚନା ମିଳିଛି। ସେଥିମଧ୍ୟରୁ ଜିଲାର ନନ୍ଦପୁର ବ୍ଲକରେ ସର୍ବାଧିକ...

ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ ହିତାଧିକାରୀ

ଯୋଡ଼ା, ୨୦।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତରେ ଗରିବ ହିତାଧିକାରୀଙ୍କଠାରୁ ଟିପ ଚିହ୍ନ ନେଇ ପିଡିଏସ୍‌ ସାମଗ୍ରୀକୁ ହରିଲୁଟ୍‌ କରାଯାଉଥିବା ଯୋଗାଣ ଅଧିକାରୀଙ୍କ ନିକଟରେ...

ଚିକିଛା ଲାଗି ଟଁକା ଅଭାବ୍‌: କର୍କଟ ରୋଗ୍‌ରେ ପୀଡ଼ିତ ସମୀର

ଗୁଡ଼ଭେଲା, ୧୭।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ଡାକ୍‌ତରଖାନା ପାସେ ଗୁଟେ ଘର ଭଡ଼ା ନେଇ ରହୁଛନ୍‌ ସମୀର ଖାନ୍‌(୪୫)। ପାଖାପାଖି ବଛ୍‌ରେ ହେଲା...

ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ...

Leave a comment

Your email address will not be published. Required fields are marked *