ଦୁର୍ଗମ ଅଞ୍ଚଳରେ ନାହିଁ ମାସ୍କ: ପତ୍ରରେ ତିଆରି କରି ପିନ୍ଧିଲେ ଲୋକେ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ଭୂତାଣୁ କିଭଳି ସଂକ୍ରମଣ ନ ହେବ ସେନେଇ ଜିଲା ପ୍ରଶାସନ ସମସ୍ତ ଉଦ୍ୟମ କରିବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତିି। ସହର ଅପେକ୍ଷା ଦୁର୍ଗମ ଗ୍ରାମଗୁଡ଼ିକରେ ଅନୁସୂଚିତ ଜନଜାତି ଏବଂ ଜାତି ସଂପ୍ରଦାୟର ଲୋକ ବହୁତ ସଚେତନ ହୋଇପାରିଛନ୍ତି। ଗାଁ ଗାଁରେ ଆଶାକର୍ମୀଙ୍କ ସହ ଅଙ୍ଗନବାଡ଼ିକର୍ମୀ ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। କିଭଳି ହାତ ଧୋଇବେ ଏବଂ ମାସ୍କ ବ୍ୟବହାର କରାଯିବ ସେସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ତେବେ ଦୁର୍ଗମ ଗ୍ରାମରେ ଲୋକଙ୍କୁ ମାସ୍କ ସରକାରୀ କିମ୍ବା ବେସରକାରୀସ୍ତରରେ ଯୋଗାଇ ଦିଆଯାଇ ନ ଥିବା ବେଳେ ନିଜେ ଶାଳପତ୍ରରେ ଦେଶୀ ମାସ୍କ ତିଆରି କରି ପିନ୍ଧିବା ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ପର୍ତ୍ତମାହା ସମେତ ସିଆଙ୍ଗବାଲି, ଭ୍ରମରବାଡ଼ି, ସୋନପୁର ଆଦି ଅଞ୍ଚଳରେ ଏପରି ଦେଖିବାକୁ ମିଳିବା ସହ ବହୁତ ଚର୍ଚ୍ଚା ଚାଲିଛି।


All Right Reserved By Dharitri.Com

କରୋନାର ଭୟଙ୍କର ଦୃଶ୍ୟ: ଆମେରିକା-ଇଟାଲି-ସ୍ପେନ୍‌ରେ ପଡ଼ି ରହିଛି ଶହ ଶହ ମୃତଦେହ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ଆମେରିକା, ଇଟାଲି ଏବଂ ସ୍ପେନ୍‌ରେ...

ଗାଁ ଛାଡ଼ି ଯାଉନାହାନ୍ତି ହାତୀପଲ

ଔପଦା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି। ଗତ ୪/୫ଦିନ ହେବ କୁଲଡ଼ିହା...

ମା’ଙ୍କ ଚକ୍ଷୁଦାନ କଲେ ସନ୍ତାନ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବଡ଼ବଜାର ଚନ୍ଦ୍ରମା ସାହି ନିବାସୀ ଭି.ଦମୟନ୍ତୀଙ୍କ ୯୨ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ...

କମ୍ପାନୀରେ ନିଯୁକ୍ତି ନାଁରେ ମହିଳାଙ୍କୁ ଠକେଇ

ସେମିଳିଗୁଡ଼ା,୪ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା, ପଟ୍ଟାଙ୍ଗି ବ୍ଲକ ଓ ସୁନାବେଡ଼ା ମ୍ୟୁନିସପାଲିଟି ଅଞ୍ଚଳର ବହୁ ଯୁବତୀ, ମହିଳାଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଠକାଯାଇଥିବା ଅଭିଯୋଗ...

ପୀଠକୁ ବଢ଼ିଲା ବସ୍‌ ଭଡ଼ା, ଭୋଜି କଲେ ଫି ଆଦାୟ

ଛତ୍ରପୁର,୮ା୨(ଡି.ଏନ.ଏ)-ଗଞ୍ଜାମ ଜିଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି...

ସମସିଆ ଘେରରେ କନ୍ଧପଡ଼ାବାସୀ

ଅତାବିରା, ୧୮।୬ (ଡି.ଏନ.ଏ): ସରକାର ଛୁଆକର ଶିକ୍ଷା, ସୁଆସ୍‌ତିଅକେ ଗୁରୁତ୍‌ ଦେଇ ଗଁ। ଗଁଲିନୁ ସହର ତକ୍‌ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ଅଙ୍ଗନଓ୍ବାଡି କେନ୍ଦ୍ରମାନକେ ୩ରୁ...

ଧରିତ୍ରୀ ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ

ପାରଳାଖେମୁଣ୍ଡି/ମୋହନା, ୧୭ା୧୦ (ସ୍ବ.ପ୍ର./ଡି.ଏନ୍‌.ଏ.): ବେଆଇନ ମଦ କାରବାର ବିରୋଧରେ ଖବର ସଂଗ୍ରହ କରିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଗଜପତି ଜିଲା ଚନ୍ଦ୍ରଗିରିର ‘ଧରିତ୍ରୀ’...

ନିରାଡ଼ମ୍ବରରେ ପାଳିତ ହେଲା ସୁନାମୁହିଁଙ୍କ ଚଡ଼କ ଯାତ୍ରା

ଭଣ୍ଡାରିପୋଖରୀ, ୧୭।୪ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ବୈତରଣୀ ନଦୀକୂଳେ ବିରାଜମାନ ପ୍ରତ୍ୟକ୍ଷ ଦେବୀ ମା ସୁନାମୁହିଁଙ୍କ ପୀଠଠାରେ ଚଳିତବର୍ଷ ଚଡକ ଯାତ୍ରା...

Leave a comment

Your email address will not be published. Required fields are marked *