କରୋନା ଭୟରେ ପାରୋଲ୍‌ କୋହଳ: ମୁକୁଳିବେ ୭ବର୍ଷ ଦଣ୍ଡ ପାଇଥିବା ଦୋଷୀ

କଟକ ଅଫିସ୍‌,୨୯ା୩: ଜେଲ୍‌ରେ ବହୁ ସଂଖ୍ୟକ ଅନ୍ତେବାସୀ ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ କରୋନା ଭୂତାଣୁରେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଜେଲ୍‌ଗୁଡ଼ିକରେ ଯଥାସମ୍ଭବ ଭିଡ଼କୁ କମାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ୍‌ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଏବଂ ଡିଜି (ଜେଲ୍‌) ସନ୍ତୋଷ କୁମାର ଉପାଧ୍ୟାୟ ଏଥିରେ ଭାଗନେଇଥିଲେ। ପାରୋଲ୍‌ ପ୍ରଦାନ ବ୍ୟବସ୍ଥାକୁ ଏହି କମିଟି ଅନେକ ପରିମାଣରେ କୋହଳ କରିଛନ୍ତି।

ବୈଠକରେ ପାରୋଲ ପ୍ରଦାନ ପ୍ରସଙ୍ଗ ନେଇ ଅଧିକ ସମୟ ଆଲୋଚନା ହୋଇଥିଲା। ଯେଉଁ କଏଦୀମାନେ ୭ବର୍ଷ କିମ୍ବା ତା’ଠାରୁ କମ୍‌ ସମୟ ଲାଗି ଦଣ୍ଡ ପାଇଛନ୍ତି, ସେମାନଙ୍କୁ ପାରୋଲ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଯଦି ସମ୍ପୃକ୍ତ କଏଦୀଙ୍କ ବିରୋଧରେ ଅନ୍ୟ ମାମଲା ବିଚାରାଧୀନ ଥିବ, ତେବେ ଗତ ପାରୋଲ୍‌ର ଶୃଙ୍ଖଳାକୁ ବିଚାର କରି ନିଷ୍ପତ୍ତି ନିଆଯିବ। ଯେଉଁମାନେ ବର୍ତ୍ତମାନ ପାରୋଲ୍‌ରେ ଅଛନ୍ତି, ସେମାନଙ୍କ ଅବଧି ବଢ଼ାଇବା ସମ୍ପର୍କରେ ଅଧିକାରୀମାନେ ନିଷ୍ପତ୍ତି ନେଇପାରିବେ। ଯେଉଁ କଏଦୀଙ୍କ ବୟସ ୬୫ବର୍ଷରୁ ଅଧିକ ଏବଂ ଏକାଧିକ ମାମଲାରେ ଜଡ଼ିତ ନ ଥିବେ କିମ୍ବା ଏନ୍‌ଡିପିଏସ୍‌ ଆକ୍ଟ, ବଳାକତ୍ାର, ଏସିଡ୍‌ ଆକ୍ରମଣ କିମ୍ବା ପୋକ୍ସୋ ଆକ୍ଟରେ ଦଣ୍ଡିତ ହୋଇ ନ ଥିବେ ସେମାନଙ୍କୁ ପାରୋଲ୍‌ ଦିଆଯାଇପାରିବ। ତେବେ ଏସବୁ ଅପରାଧରେ ଦଣ୍ଡିତ ସତ୍ତ୍ବେ ବୟସ ୭୦ରୁ ଅଧିକ ହୋଇଥିଲେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପାରୋଲ୍‌ ପ୍ରଦାନ ନେଇ ଅଧିକାରୀମାନେ ନିଷ୍ପତ୍ତି ନେଇପାରିବେ ବୋଲି ସ୍ଥିର ହୋଇଛି।

ସେହିଭଳି ବିଚାରାଧୀନ କଏଦୀଙ୍କୁ ପାରୋଲ୍‌ ପ୍ରଦାନ ନେଇ ମଧ୍ୟ ଏହି କମିଟି କେତେକ ନିଷ୍ପତ୍ତି ନେଇଛି। ୭ବର୍ଷ ଜେଲ୍‌ ଦଣ୍ଡ ଭଳି ଅପରାଧରେ ସାମିଲ୍‌ ଥିବା ବିଚାରାଧୀନ କଏଦୀଙ୍କୁ ଅନ୍ତରୀଣ ଜାମିନ୍‌ ଦେବା ଲାଗି ଜିଲା ସ୍ତରରେ ଅଣ୍ଡର୍‌ ଟ୍ରାଏଲ୍‌ ସମୀକ୍ଷା କମିଟି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ନେବ। ଗୁରୁତର ଅପରାଧରେ ଅଭିଯୁକ୍ତ ନ ଥିବା ବିଚାରାଧୀନ କଏଦୀଙ୍କୁ ଜାମିନ୍‌ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ବର୍ତ୍ତମାନ ରାଜ୍ୟର ୮୭ଟି ଜେଲ୍‌ରେ ୧୭୨୭ଜଣ ଏଭଳି ବିଚାରାଧୀନ କଏଦୀ ଥିବା ଡିଜି (ଜେଲ୍‌) ଉପାଧ୍ୟାୟ ସୂଚନା ରଖିବା ସହ ଜାମିନ୍‌ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲା ଆଇନ୍‌ ସେବା ପ୍ରାଧିକରଣ ଏ ଦିଗରେ କାର୍ଯ୍ୟ କରିବ।

ଅନ୍ୟପଟେ ଜେଲ୍‌ଗୁଡ଼ିକର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ନିୟମିତ ଜେଲ୍‌ ଅନ୍ତେବାସୀଙ୍କୁ ଅବଗତ କରାଯିବ। ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ, ଜେଲ ଟେଲିଫୋନ୍‌ କିମ୍ବା ଇ-ମୁଲାକାତ ମାଧ୍ୟମରେ କଥା ହେବାକୁ ଅନୁମତି ଦିଆଯିବ। ଜେଲ୍‌ରେ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ, ଜିଲା ପ୍ରଶାସନ ଏବଂ ଜେଲ୍‌ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ୮୫୬ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବା ଡିଜି (ଜେଲ୍‌) ଉପାଧ୍ୟାୟ ସୂଚନା ଦେଇଥିଲେ। ନିୟମିତ ସମୀକ୍ଷା ପାଇଁ ଜିଲା ଏବଂ ରାଜ୍ୟ ସ୍ତରରେ ମନିଟରିଂ କମିଟି ଗଠନ କରାଯିବ। ଜିଲା ଅଣ୍ଡର ଟ୍ରାଏଲ୍‌ ସମୀକ୍ଷା କମିଟିର ସଦସ୍ୟମାନେ ଜିଲା ମନିଟରିଂ କମିଟିର ସଦସ୍ୟ ରହିବେ। ରାଜ୍ୟସ୍ତରୀୟ କମିଟିର ସଦସ୍ୟ ଭାବେ ଗୃହ ବିଭାଗ ମୁଖ୍ୟ ଶାସନ ସଚିବ, ଡିଜି(ଜେଲ୍‌) ଏବଂ ଓଡ଼ିଶା ରାଜ୍ୟ ଆଇନ୍‌ସେବା ପ୍ରାଧିକରଣ ସଦସ୍ୟ ସଚିବ ରହିବେ। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦେବେ।

ଏତଦ୍‌ବ୍ୟତୀତ ଅସୁସ୍ଥ କଏଦୀଙ୍କୁ ଚିକିତ୍ସା ସହାୟତା ସହ ନୋଡାଲ୍‌ ମେଡିିକାଲ୍‌ରେ ଭର୍ତ୍ତି କରିବା, କଏଦୀଙ୍କୁ ସ୍ଥାନାନ୍ତର, ପ୍ରତି ବୁଧବାର ଜିଲାସ୍ତରୀୟ ଅଣ୍ଡର ଟ୍ରାଏଲ୍‌ ସମୀକ୍ଷା କମିଟି ବୈଠକ, ପାରୋଲ୍‌ରେ ମୁକୁଳିବାକୁଥିବା କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହି ବୈଠକରେ ନିଆଯାଇଥିଲା।


All Right Reserved By Dharitri.Com

ଔଷଧ ଦୋକାନ ଉପରେ ଚଢ଼ାଉ

ରାୟଗଡ଼ା ଅଫିସ,୨୧।୧-ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହରର ସମସ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଡ୍ରଗ୍ସ ଇନ୍‌ସପେକ୍ଟର ପ୍ରିୟରଞ୍ଜନ ନାୟକଙ୍କ...

ପାଚିକା ସୁକାନ୍ତି ମୃତ୍ୟୁ ଘଟଣା : ଜେଲ ଗଲେ ୩ ଅଭିଯୁକ୍ତ, ୪ ଫେରାର

ନୂଆଗାଁ,୧୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ବାସିନ୍ଦା ତଥା ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଥିବା ସୁକାନ୍ତି...

ସରକାରୀ ଯୋଜନା ବାଟ୍‌ବନା: ୨୫ ବଛର ହେଲା ଜଂଗଲରେ ନୀଳ

ସଇଁତଲା, ୧୭।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ସଦର ପଁଚେତ୍‌ ଅଧୀନ କର୍ଲାବାହାଲି ଗାଁ ର ନୀଳ ନାଏକ(୬୦)। ସେ ଝନେ ନିହାତି ଗରିବ୍‌,...

ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ, ଡାକ୍ତରଖାନା ନିଜେ ନ ଆସି ୧୦୪କୁ ଫୋନ୍‌ କରନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ। ଯଦି ଥଣ୍ଡା ଜ୍ୱର ସହ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ଯାଇ ୧୦୪କୁ କଲ୍‌ କରନ୍ତୁ। ସେଠାରେ...

ଘରୋଇ ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ଚିକିତ୍ସିତ ହେବେ ଥଣ୍ଡା, ଜ୍ୱର ରୋଗୀ; କରୋନା ଲକ୍ଷଣ ଦେଖାଦେଲେ ୧୦୪କୁ ଜଣାଇବେ ଡାକ୍ତରଖାନା କର୍ତ୍ତୃପକ୍ଷ

ଭୁବନେଶ୍ୱର, ୭।୪( ବ୍ୟୁରୋ): ଥଣ୍ଡା, ଜ୍ୱର କିମ୍ବା ଫ୍ଲୁ ଲକ୍ଷଣ ଦେଖାଦେଲେ ଘରୋଇ ହସ୍ପିଟାଲଗୁଡ଼ିକ ଉକ୍ତ ରୋଗୀମାନଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ଚିକିତ୍ସା କରାଇବେ। ଯଦି ସେମାନଙ୍କ...

ଆଲୋକମାଳାରେ ଝଲସୁଛି ବଇଣ୍ଡା ପୂଜା ମଣ୍ଡପ

ବଇଣ୍ଡା,୬ା୧୦(ଡି.ଏନ.ଏ)-କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ରୋଡ ଓ ଡେବେରାପାଲି ଗ୍ରାମରେ ଶନିବାରଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏଥିପାଇଁ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇପଡ଼ିଛି। ଶୁକ୍ରବାର...

କୃଷକ,ଶ୍ରମିକ ଦେଶର ମେରୁଦଣ୍ଡ: ସେମାନେ ଆତ୍ମନିର୍ଭର ଭାରତର ମୂଳଦୁଆ, କହିଲେ ନକ୍‌ଭୀ

ନୂଆଦିଲ୍ଲୀ,୧୬।୫: କୃଷକ ଏବଂ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ସେମାନଙ୍କ ଉପରେ ଆତ୍ମନିର୍ଭର ଭାରତର ମୂଳଦୁଆ ତିଷ୍ଠି ରହିଛି ବୋଲି କେନ୍ଦ୍ରୀୟ ମନ୍ତ୍ରୀ ମୁକ୍ତାର ଅବାସ୍‌...

ଦଧିବାମନଙ୍କ ରଥ ନିର୍ମାଣ କାମର ଅନୁକୂଳ

ଭଟଲି,୨୬ା୪(ଡି.ଏନ.ଏ.) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଦଧିବାମନ ପୀଠରେ ଅକ୍ଷୟ ତୃତୀୟା ନୀତି ନିୟମ ସହ ରଥକାଠ ଅନୁକୂଳ କରାଯାଇଛି। ବର୍ତ୍ତମାନ...

Leave a comment

Your email address will not be published. Required fields are marked *