ଦାଦନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ଶାହା

ନୂଆଦିଲ୍ଲୀ,୨୯ା୩(ପି.ଟି.): ୨୧ ଦିନିଆ ଲକ୍‌ଡାଉନ ବେଳେ ଦାଦନ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର କହିଛନ୍ତି। ନିଜ ରାଜ୍ୟକୁ ଫେରି ନ ପାରି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ ଓ ତୀର୍ଥଯାତ୍ରୀମାନଙ୍କ ଲାଗି ତୁରନ୍ତ ରିଲିଫ୍‌ କ୍ୟାମ୍ପ ସ୍ଥାପନ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦାଦନ ଶ୍ରମିକଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି କୋଭିଡ୍‌-୧୯ ମୁକାବିଲା ସମ୍ପର୍କିତ ସ୍ଥିତି ସମୀକ୍ଷା ବେଳେ ଶାହା କହିଛନ୍ତି। ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ଅର୍ଥ ବ୍ୟୟ କରିବାକୁ ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଇଛି। ଆସନ୍ତା ଆର୍ଥତ୍କ ବର୍ଷ ଲାଗି ସରକାର ଏସ୍‌ଡିଆର୍‌ଏଫକୁ ୨୯,୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେହିପରି ଦାଦନଙ୍କ ସ୍ବାସଥ୍ୟ ପରୀକ୍ଷା ଲାଗି କ୍ୟାମ୍ପ କରିବା ପାଇଁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯଇଛି।


All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଗିରଫ, ସରକାରୀ ସହାୟତା ମନା

ଭୁବନେଶ୍ୱର,୩।୫(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ଚିନ୍ତା ବଢ଼ାଇଲେଣି ପ୍ରବାସୀ ଓଡ଼ିଆ। ବିଭିନ୍ନ ରାଜ୍ୟରେ ଫସି ରହିଥିବା...

ଚିଦାମ୍ବରମ୍‌ଙ୍କ ବିରୋଧରେ କାର୍ଯ୍ୟ କରି ଭୀରୁତାର ପରିଚୟ ଦେଇଛନ୍ତି ମୋଦି ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପି. ଚିଦାମ୍ବରମ୍‌ଙ୍କୁ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜଡ଼ିତ କରିବାକୁ ଚାହଁୁଛନ୍ତି। ଏଭରି କରି ମୋଦି ସରକାର ନିଜର...

ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ: ବିଶ୍ୱ ନଜରରେ ଉତ୍ତରପୂର୍ବାଞ୍ଚଳ

ଓ୍ବାଶିଂଟନ/ଲଣ୍ଡନ,୧୫ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତ୍ତରପୂର୍ବ ଭାରତରେ ହିଂସାତ୍ମକ ଆନ୍ଦୋଳନ ଜାରି ରହଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ସମୁଦାୟର ନଜର ଉତ୍ତର-ପୂର୍ବ...

ନେପାଳ ସୀମା ଦେଇ ଉତ୍ତର ପ୍ରଦେଶ ଆସୁଛନ୍ତି ଆତଙ୍କବାଦୀ

ଲକ୍ଷ୍ନୌ,୨୦।୧୦: ଆଗାମୀ ଦୀପାବଳିରେ ଉତ୍ତର ପ୍ରଦେଶର ପ୍ରମୁଖ ସହରରେ ଆକ୍ରମଣ ଯୋଜନା କରି ନେପାଳ ସୀମା ଦେଇ ଆତଙ୍କବାଦୀ ଉତ୍ତର ପ୍ରଦେଶରେ ପ୍ରବେଶ କରୁଥିବା ଅନୁମାନ...

କରୋନା ସଚେତନତା ସୃଷ୍ଟିକଲେ ଯୁବଗୋଷ୍ଠୀ

ବନ୍ତ,୧୨ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସଖୀପାଟଣା ଗ୍ରାମରେ କରୋନା ଭୂତାଣୁ ପ୍ରତିହତ ପାଇଁ ଚାରିଆଡ଼େ ସଫେଇ ଚାଲିଛି। ୱାର୍ଡ ସଭ୍ୟା ଗୀତାଞ୍ଜଳି ବାରିକଙ୍କ...

କଶ୍ମୀରରେ ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଯବାନ

ଶ୍ରୀନଗର,୧୫।୭: ଜମ୍ମୁ କଶ୍ମୀର ବାରମୂଳାରେ ୨ଜଣ ସିଆରପିଏଫ୍‌ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଛନ୍ତି। ସୋମବାର ୧୪ବର୍ଷର ଜଣେ ଝିଅ...

ଝାଡ଼ଖଣ୍ଡ ନିର୍ବାଚନ: ୫୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୧।୧୧(ପି.ଟି.): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଭାଜପା ରବିବାର ପ୍ରଥମ ପର୍ଯ୍ୟାୟରେ ୫୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛିି। ଭାଜପା ପୁଣି ଥରେ କ୍ଷମତାରେ ରହିବା...

୨୦୧୯ ଲୋକ ସଭା ନିର୍ବାଚନ: ୮୨୦ କୋଟି ବ୍ୟୟ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ,୯ା୧୧: ଗତ ଲୋକ ସଭା ନିର୍ବାଚନରେ ଭାଜପାର ଅର୍ଥବଳ ଆଗରେ ଆମେ ସୀମିତ ସମ୍ବଳରେ ଲଢ଼ିପାରିଲୁ ନାହିଁ ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରିଆସୁଥିଲା ତାହା...

Leave a comment

Your email address will not be published. Required fields are marked *