ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ,୨୯ା୩: ଭାରତରେ ବିଭିନ୍ନ କଟକଣା ସତ୍ତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଭାରତରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୧୦୦୩ରେ ପହଞ୍ଚିଛି। ଗତ ଦୁଇଦିନରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡିଛି। ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ରାଜ୍ୟକୁ ସତର୍କ କରାଯିବା ସହ ଅଧିକ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି। ପ୍ରତି ରାଜ୍ୟରେ ହସ୍ପିଟାଲ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ୧୭ ରାଜ୍ୟରେ କାମ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରର ଆଲୋଚନା ଜାରି ରହିଛି। ଥଣ୍ଡା, ଜ୍ୱର ଓ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ସମସ୍ତ ବ୍ୟକ୍ତିଙ୍କ ପରୀକ୍ଷା କରାଯାଉଛି। ତୃଣମୂଳ ସ୍ତରରୁ ଲୋକେ ସଚେତନ ହେଲେ ଓ ସତର୍କ ରହିଲେ କରୋନା ମହାମାରୀକୁ ରୋକାଯାଇ ପାରିବ ବୋଲି ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ: ଶାହ-ନୀତୀଶ କରିବେ ପ୍ରଚାର

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍‌ସୋର୍‌ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ...

ଫସଲ ବିକି ୫୦ ହଜାର ଟଙ୍କା ସାଇତି ରଖିଥିଲେ କୃଷକ, ମୂଷା ଟିକି ଟିକି କରିଦେଲା

ଚେନ୍ନାଇ,୨୨।୧୦: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ଫସଲ ବିକି ୫୦ ହଜାର ଟଙ୍କା ଜଣେ କୃଷକ ବାକ୍ସରେ ସାଇତି ରଖିଥିବାବେଳେ ତାକୁ...

ନିଜ ହାତରେ ଚା’ ତିଆରି କରି ଲୋକଙ୍କୁ ପରସିଲେ ମମତା

ଦିଘା,୨୨।୮:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ହାତରେ ଚା’ ତିଆରି କରି ସାଧାରଣ ଜନତାଙ୍କୁ ପରସିଛନ୍ତି। ବୁଧବାର ମମତା ଦିଘାରେ ଥିବା ଏକ ଚା’ ଦୋକାନରେ...

ଏସିପି ବଖାଣିଲେ ଦିଲ୍ଲୀ ହିଂସାର ଲୋମଟାଙ୍କୁରା କାହାଣୀ

ନୂଆଦିଲ୍ଲୀ, ୨୯।୨: ଗତ କିଛି ଦିନ ହେଲା ଦେଶର ରାଜଧାନୀ ଅଶାନ୍ତି ରହିଥିବା ବେଳେ ୫ଦିନ ପରେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମଳିଛି। ସାମ୍ପ୍ରଦାୟିକ ହିଂସାରେ...

ବିଶ୍ରାରେ ୪୮ ଘଣ୍ଟା ବଢ଼ିଲା କଣ୍ଟେନମେଣ୍ଟ ଅବଧି

ସୁନ୍ଦରଗଡ଼, ୧୪।୪ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରାରେ ଦୁଇ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବାପରେ ଜିଲାପ୍ରଶାସନ ପକ୍ଷରୁ ଗତ ୧୨ ତାରିଖରେ ସମ୍ପୃକ୍ତ ଅଞ୍ଚଳକୁ...

ସ୍କୁଲ ନିର୍ମାଣ ପାଇଁ ୧୪ ବର୍ଷ ତଳେ ମଞ୍ଜୁର ହୋଇଥିଲା ୫ ଲକ୍ଷ: ୧୨ ଖମ୍ବ ପୋତି ଅନୁଦାନ ହଡ଼ପ ଅଭିଯୋଗ

ଭୋପାଳ,୨୧।୭: ସ୍କୁଲ ନିର୍ମାଣ ପାଇଁ ୧୪ ବର୍ଷ ତଳେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ତେବେ ନିର୍ଦ୍ଧାରିତ ସ୍ଥାନରେ କେବଳ...

ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଡ୍ରୋନ୍‌: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୨୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆର.ଏସ୍‌.ପୁରା ସେକ୍ଟରରେ କିଛି ସମୟ ପାଇଁ ଭାରତୀୟ ସୀମା ଭିତରକୁ...

କ୍ବାରାଣ୍ଟାଇନ ଫାଟକ ଜଗିଲେ ସରପଞ୍ଚ

ଗୋପ,୧୧ା୫(ଡି.ଏନ.ଏ): ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ନିଜ ଗ୍ରାମକୁ ବହୁ ସଂଖ୍ୟାରେ ଫେରୁଥିବାରୁ ରାଜ୍ୟ ସରକାର ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଥିଲେ।...

Leave a comment

Your email address will not be published. Required fields are marked *