ଜରୁରୀ ସହାୟତା ପାଣ୍ଠି ଗଠନ କଲେ ମୋଦି

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ସଂକ୍ରମଣ ରୋକିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରିକାଳୀନ ସହାୟତା ପାଣ୍ଠି ଗଠନ ଲାଗି ଶନିବାର ଘୋଷଣା କରିଛନ୍ତି। ସୁସ୍ଥ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ସ୍ଥିତିରେ ରିଲିଫ ପାଣ୍ଠି (ପିଏମ୍‌-କେୟାର୍ସ ଫଣ୍ଡ) ସହାୟକ ହେବ ବୋଲି ସେ ଟୁଇଟ୍‌ କରିଛନ୍ତି। କୋଭିଡ୍‌-୧୯ ବିରୋଧରେ ଭାରତର ଲଢ଼େଇ ଲାଗି ଦାନ କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତି ଏ ସମ୍ପର୍କରେ ଜଣାଇପାରିବେ। ଏହି ପାଣ୍ଠିକୁ ମଧ୍ୟ ଅନ୍ୟ ବିପର୍ଯ୍ୟୟ ସମୟରେ ଉପଯୋଗ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏହି ନୂଆ ଦାତବ୍ୟ ଟ୍ରଷ୍ଟର ଅଧ୍ୟକ୍ଷ ରହିବାକୁ ଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହାର ସଦସ୍ୟ ରହିବେ ବୋଲି ଜଣାପଡିଛି। ଏହି ପାଣ୍ଠିକୁ ଦାନ କରିବା ଲାଗି ବହୁ ବିଶିଷ୍ଟ ବ୍ୟକ୍ତି ଆଗେଇ ଆସିଛନ୍ତି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିବାକୁ ଟୁଇଟର ଯୋଗେ ଘୋଷଣା କରିଛନ୍ତି। ବର୍ତ୍ତମାନ ସମୟରେ ଦେଶବାସୀଙ୍କ ଜୀବନ ବଡ଼। ‘ଜାନ୍‌ ହୈ ତୋ ଜହାଁ ହୈ’ ବୋଲି ସେ ଟୁଇଟ୍‌ କରିଛନ୍ତି।


All Right Reserved By Dharitri.Com

ବାଲେଶ୍ୱରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ: ପଞ୍ଜୀକରଣ କରାଯାଇ ଶ୍ରମିକଙ୍କୁ ପଠାଯାଉଛି ନିଜ ଜିଲାକୁ

ବାଲେଶ୍ୱର ଅଫିସ, ୧୩।୫: ବାଲେଶ୍ୱର ରେଳ ଷ୍ଟେଶନରେ ବୁଧବାର ପୂର୍ବାହ୍ନରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନରେ ବାଲେଶ୍ୱର ଜିଲାରେ ୮୦୦ରୁ...

ଭୁବନେଶ୍ୱରରେ ବୁଲିବ ମାସ୍କ ମୋବାଇଲ ଭ୍ୟାନ୍‌

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ଭୂୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସାଧାରଣ ଲୋକଙ୍କ ଲାଗି...

‘ଗର୍ଲଫ୍ରେଣ୍ଡଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ, ବ୍ରେକ୍‌ଅପ୍‌ ହେବ ନାହିଁ’

ନୂଆଦିଲ୍ଲୀ, ୧।୭: ପ୍ରଦୂଷଣକୁ ନେଇ ବଢୁଛି ଚିନ୍ତା। ଦିନକୁଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଶିଳ୍ପର ବିକାଶ ସାଙ୍ଗକୁ ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ...

ଟାଇଫଏଡ୍‌ ରୋଗୀଙ୍କ ପାଇଁ ଉପକାରୀ ଗାଜର ରସ

ଟାଇଫଏଡ୍‌ ଏକ ବିପଦଜନକ ଜ୍ୱର। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର...

‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି

ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ...

ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲା: ବ୍ରଜେଶଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୦।୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଶେଲ୍‌ଟର ହୋମ୍‌ରେ ଝିଅମାନଙ୍କୁ...

୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ବାୟୁସେନା

ଜମ୍ମୁ,୨୦ା୮(ପି.ଟି.): ଜମ୍ମୁରେ ପ୍ରବାହିତ ତାଓ୍ବି ନଦୀରେ ବନ୍ୟା ଆସିଥିବାବେଳେ ସେଠାରେ ଫସିରହିଥିବା ୪ ମତ୍ସ୍ୟଜୀବୀଙ୍କୁ ସୋମବାର ବାୟୁସେନା ଉଦ୍ଧାର କରିଛି। ଖରାପ ପାଗ ଓ ବନ୍ୟାଜଳର...

ବିଦେଶୀ ପୁଞ୍ଜିନିବେଶ ପାଇଁ ଦ୍ୱାର ଖୋଲିବାକୁ ପିଏମ୍‌ଓର ଯୋଜନା: ଆଣବିକ ଶକ୍ତିରେ ଏଫ୍‌ଡିଆଇକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୧୨ା୧(ଆଇଏଏନ୍‌ଏସ୍‌): ଆଣବିକ ଶକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ପକ୍ଷ ଭାବେ ଗଢ଼ି ତୋଳିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଏହି...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *