ମୋରାଟୋରିୟମରେ ସାମିଲ କ୍ରେଡିଟ କାର୍ଡ ଇଏମ୍‌ଆଇ

ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରାଦେଶରେ ଏବେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ଋଣ କ୍ଷେତ୍ରରେ କିସ୍ତି ବା ଇଏମ୍‌ଆଇ ପ୍ରଦାନରେ ରିଜର୍ଭ ବ୍ୟାଙ୍କ ଆଗାମୀ ୩ ମାସ ଲାଗି କୋହଳ ବ୍ୟବସ୍ଥା କରାଯାଇଛି। ଏହା ସମସ୍ତ ପ୍ରକାରର ଟର୍ମ ଲୋନ ଉପରେ କାର୍ଯ୍ୟକାରୀ ହେବ। ଏହି ଘୋଷଣାକୁ କ୍ରେଡିଟ କାର୍ଡ ଇଏମ୍‌ଆଇ ବାଦ ଦିଆଯାଇଥିବା ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୋରାଟୋରିୟମ ମଧ୍ୟରେ କ୍ରେଡିଟ କାର୍ଡ ଇଏମ୍‌ଆଇ ସାମିଲ ରହିଥିବା ସୂଚନା ଦିଆଯାଇଛି। ଏହା ଫଳରେ କ୍ରେଡିଟ କାର୍ଡ ଲୋନ ନେଇଥିବା ବ୍ୟକ୍ତି ବ୍ୟକ୍ତିଙ୍କୁ ଇଏମ୍‌ଆଇ କ୍ଷେତ୍ରରେ ଆଶ୍ୱସ୍ତି ମିଳିଛି। ଏହାବାଦ ସମସ୍ତ ପ୍ରକାରର ରିଟେଲ ଋଣ, କ୍ରେଡିଟ କାର୍ଡ ବକେୟା, କମ୍ପାନୀଗୁଡିକୁ ପ୍ରଦାନ କରାଯାଇଥିବା ଋଣ, କୃଷି ଋଣ ଭଳି ଅନ୍ୟ କେତେକ ଋଣକୁ ମୋରାଟୋରିୟମ ମଧ୍ୟରେ ସାମିଲ କରାଯାଇଛି। ଏହି ସମୟରେ ବକେୟା ରାଶି ଉପରେ ସୁଧ ଲାଗିବ ବୋଲି କୁହାଯାଇଛି। ସୁଧରେ କୌଣସି ପ୍ରକାରର ଛାଡ କରାଯାଇନାହିଁ।


All Right Reserved By Dharitri.Com

ଡିସେମ୍ବର ୧୫ରୁ ଫାଷ୍ଟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦-୧୧: ସାରା ଦେଶର ଟୋଲ ପ୍ଲାଜାଗୁଡିକରେ ବାଧ୍ୟତାମୂଳକ ଭାବେ ଫାଷ୍ଟାଗ କାର୍ଯ୍ୟକାରୀ କରିବା ତାରିଖକୁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ଯାଏ ବଢାଇ...

ଘରୋଇ ସଂସ୍ଥାଙ୍କୁ ‘ଓ୍ବାର୍କ ଫ୍ରମ ହୋମ’ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦-୩: ଏବେ ସାରା ଦେଶରେ କରୋନାରେ ୧୭୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଅନ୍ତର୍ଜାତୀୟ ଫ୍ଲାଇଟଗୁଡିକୁ ସରକାର ଆଗାମୀ କିଛି ଦିନ ବ୍ୟାନ କରି ଦେଇଛନ୍ତି। ଘରୋଇ...

ଘରେ ଘରେ ଲାଗିବ ପ୍ରିପେଡ୍‌ ସ୍ମାର୍ଟ ମିଟର

ନୂଆଦିଲ୍ଲୀ,୨୯-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସାରା ଦେଶରେ ୩୦ କୋଟି ପ୍ରିପେଡ୍‌ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି। ବିଜୁଳି ଚୋରିକୁ...

ଚିନ୍ତାବ୍ୟକ୍ତ କଲା ଆଇଏମ୍‌ଏଫ୍‌;ଆଶାଠାରୁ ଅନେକ କମ୍‌ ରହିଛି ଭାରତର ବିକାଶ ହାର

ଓ୍ବାଶିଂଟନ,୧୪-୯: ଭାରତର ଆର୍ଥିକ ବିକାଶର ଅସ୍ପଷ୍ଟ ଚିତ୍ରକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଚିନ୍ତାବ୍ୟକ୍ତ କରିଛି। କର୍ପୋରେଟ ଓ ପରିବେଶ ସହ ଜଡ଼ିତ ନିୟାମକ ସଂସ୍ଥାଗୁଡ଼ିକରେ...

ବ୍ୟାଙ୍କ ଜମା ଆଡ଼କୁ ମୁହାଁଉଛନ୍ତି ନିବେଶକ

ମୁମ୍ବାଇ,୩୦।୪: ଡେଟ୍‌ ବର୍ଗରେ ମିଳୁଥିବା ଲାଭକୁ ଦେଖିଲେ ଗୋଟିଏ ସମୟରେ ପୁଞ୍ଜି ବଜାରର ନିବେଶକଙ୍କ ଏହା ଏକ ଅନ୍ୟତମ ପ୍ରମୁଖ ନିବେଶ ବିକଳ୍ପ ରହି ଆସିଥିଲା।...

ପିଏନ୍‌ବିର ନୂଆ ସିଏଲ୍‌ପିସି ଶୁଭାରମ୍ଭ

ଭୁବନେଶ୍ୱର,୧୭-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ସ୍ଥାନୀୟ ଜୟଦେବ ବିହାରଠାରେ ଏକ କେନ୍ଦ୍ରୀକୃତ ଋଣ ପ୍ରୋସେସିଂ ସେଣ୍ଟର(ସିଏଲ୍‌ପିସି) ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ...

ଜୁଲାଇରେ ତୈଳ ଇନ୍ଧନ ଚାହିଦା ୩.୩% ବୃଦ୍ଧି

ନୂଆଦିଲ୍ଲୀ,୧୧-୮: ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଦେଶରେ ତୈଳ ଇନ୍ଧନ ଚାହିଦା ୩.୩% ବୃଦ୍ଧି ପାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ...

ଖସିଲା ଟିକ୍‌ଟକ୍‌ ରେଟିଂ

ନୂଆଦିଲ୍ଲୀ,୨୧।୫: ୟୁଟ୍ୟୁବ୍‌ ଇନ୍‌ଫ୍ୟୁଏନ୍ସର ଏବଂ ଟିକ୍‌ଟିକ୍‌ କ୍ରିଏଟରଙ୍କ ମଧ୍ୟରେ ଇଣ୍ଟରନେଟ ଓ୍ବାର ନିକଟରେ ଦେଖିବାକୁ ମିଳିଛି। ଏଥି ଯୋଗୁ ଶଟ୍‌ ଭିଡିଓ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌ର ରେଟିଂ...

Leave a comment

Your email address will not be published. Required fields are marked *