ଚାଇନାରୁ ଫେରିଥିବା ଛାତ୍ରଙ୍କ ଅନୁଭୂତି ଶୁଣିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ଉହାନରୁ ଫେରିଥିବା ଜଣେ ଛାତ୍ରଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଥିବା ଜଣାପଡିଛି। ଉକ୍ତ ଛାତ୍ର ଜଣଙ୍କ ହେଲେ ଜମ୍ମୁ-କଶ୍ମୀର କାସକୁଟ ବନିହାଲର ନିଜାମୁର ରେହେମାନ। ସେ ଚାଇନାର ଉହାନ ସହରରେ ରହୁଥିବା ବେଳେ ସେଠାରେ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା। ଏହାକୁ ଦେଖି ଉହାନ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅଧିକାଂଶ ସମୟ ତାଙ୍କର ଘର ଭିତରେ କଟୁଥିଲା। ଡାକ୍ତରୀ ଛାତ୍ର ହୋଇ ମଧ୍ୟ ସେ ଏହାଦେଖି ଡରି ଯାଇଥିଲେ ବୋଲି କହିଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଲକ୍‌ଡାଉନ୍‌ ମୁଖ୍ୟ ଅସ୍ତ୍ର ବୋଲି ସେ ମୋଦିଙ୍କ ସହ କଥା ହେବା ବେଳେ କହିଛନ୍ତି। ଯେତେବେଳେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ଉହାନରୁ ଉଦ୍ଧାର କରାଗଲା ସେତେବେଳେ ସେ ଆଶ୍ୱସ୍ତ ହେଲେ ବୋଲି କହିଛନ୍ତି। ତାଙ୍କ ସହ କଥା ହେବା ସମୟରେ ମୋଦି କହିଛନ୍ତି ଲକ୍‌ଡାଉନ୍‌ ଜେଲ୍‌ ଦଣ୍ଡ ବୋଲି ଲୋକଙ୍କର ଧାରଣା ରହିଥିଲା। ହେଲେ ଏହା ସେମିତି କିଛି ନୁହେଁ ବରଂ କରୋନା ସହ ଲଢିବାର ମୁଖ୍ୟ ଅସ୍ତ୍ର। ସୂଚନାଯୋଗ୍ୟ, ଉହାନ ସହରରେ ଥିବା ୬୦ ଡାକ୍ତରୀ ଛାତ୍ରଙ୍କୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆଣିବାର ବ୍ୟବସ୍ଥା କରାଯାଇଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।


All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ବ୍ୟୟ ବହୁଳ ଭାରତ ଗସ୍ତ: ସ୍ବାଗତ କରିବେ ଲକ୍ଷେ ଲୋକ; ୭ କିମି ରୋଡ ଶୋରେ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା

ଅହମଦାବାଦ୍‌,୧୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ବ୍ୟୟ ବହୁଳ ଗସ୍ତରେ ଆସି ସେ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ...

ଭାରତରେ ଗଡ଼ିଲାଣି ୧୧୭ ମୁଣ୍ଡ: ତଥ୍ୟରେ ରହୁନି ତାଳମେଳ

ନୂଆଦିଲ୍ଲୀ,୬ା୪: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବା ସହ ଏପର୍ଯ୍ୟନ୍ତ ୪,୨୮୮ ବ୍ୟକ୍ତିଙ୍କୁ ସଂକ୍ରମିତ କଲାଣି। ରବିବାର ରାତି ୧୨ ସୁଦ୍ଧା ମୋଟ ୧୧୭...

ଭିଡ଼ହିଂସାରେ ମୃତ୍ୟୁ ଘଟିବାର ୫ ମାସ ପରେ ଫେରିଲେ ଯୁବକ: କରଜ ନେଇ ଶ୍ରାଦ୍ଧ କରିଥିଲେ ସ୍ତ୍ରୀ

ପାଟନା,୧୭।୧୧: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ...

ଶ୍ରମିକମାନଙ୍କୁ କରୋନା ସଚେତନତା

ବଅଁରପାଳ,୨୧।୫(ଡି.ଏନ୍‌.ଏ): ହିନ୍ଦ୍‌ ମଜଦୁରୁ ସଭା ସହ ଜଡ଼ିତ ନାଲକୋ ନନ୍‌ ଏକ୍ସ୍ୟୁଟିଭ୍‌(ଏନ୍‌ଏନ୍‌ଇୟୁ) ପକ୍ଷରୁ ଗୁରୁବାର ସକାଳେ ନାଲକୋ ସିପିପି ଫାଟକ ସମ୍ମୁଖରେ ଶ୍ରମିକମାନଙ୍କୁ କରୋନା ସଚେତନତା...

ମୃତଦେହ ଦାହ ପାଇଁ ଚାଲିଥିଲା ପ୍ରସ୍ତୁତି, ହଠାତ୍‌ କୋକେଇରୁ ଉଠିପଡି ପାଣି ମାଗିଲେ ଯୁବକ

ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅମିନାବାଦରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଡାକ୍ତରଖାନାରେ ମୃତ ଘୋଷିତ ହୋଇଥିବା ଜଣେ ଯୁବକ କୋକେଇରୁ ଉଠିପଡି...

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୫।୮: ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଛୋଟଠାରୁ ବୟସ୍କ ସମସ୍ତେ ଏହି ପର୍ବସହ ଭାରତର ୭୩ ତମ ସ୍ବାଧୀନତା...

ଖୋର୍ଦ୍ଧା: ୩୬ ମନ୍ଦିରରେ ୧୪୪ ଧାରା, ଜରିପୁଟ ସଙ୍କଟମୋଚନ ମନ୍ଦିରରେ ୧୦ଦିନ କଟକଣା

ଖୋର୍ଦ୍ଧା ଅଫିସ,୧୩ା୪: ଖୋର୍ଦ୍ଧା ଜିଲାର ୩୬ଟି ମନ୍ଦିର ଓ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଥିବାରୁ...

ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୬୦୬ କେରଳ ଫେରନ୍ତା

ଛତ୍ରପୁର, ୪।୫(ଡି.ଏନ୍‌.ଏ.): କେରଳରୁ ଏର୍ଣ୍ଣାକୁଲମ ଜଙ୍କସନ-ଖୋର୍ଦ୍ଧା ରୋଡ ସ୍ପେଶାଲ ଟ୍ରେନ ସୋମବାର ସକାଳେ ଗଞ୍ଜାମ ଜିଲା ଜଗନ୍ନାଥପୁର ଜଙ୍କସନ୍‌ ଷ୍ଟେଶନରେ ପହଞ୍ଚିଛି। ଏଥିରେ ଗଞ୍ଜାମ ଜଲାର...

Leave a comment

Your email address will not be published. Required fields are marked *