ସରକାରଙ୍କୁ ରିଷି କପୁରଙ୍କ ଅନୁରୋଧ: ସନ୍ଧ୍ୟାରେ ଖୋଲାଯାଉ ମଦ ଦୋକାନ

ମୁମ୍ବାଇ,୨୮।୩: କରୋନା ଭାଇରସର ଭୟାବହତାକୁ ଦେଖି ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଏହାକୁ ନେଇ ସମୟ ସମୟରେ ବଲିଉଡ୍‌ର ଭେଟେରାନ କଳାକାର ରିଷି କପୁର ଟୁଇଟର୍‌ରେ କିଛି ନା କିଛି ଶେୟାର କରୁଥିବା ଦେଖାଯାଇଛି। ଏହି ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ ରିଷି ଲେଖିଛନ୍ତି ମୋର ସରକାରଙ୍କୁ ଅନୁରୋଧ ଲକ୍‌ଡାଉନ୍‌ ସମୟରେ ପ୍ରତିଦିନ ସନ୍ଧ୍ୟାରେ ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ। ଲକ୍‌ଡାଉନ୍‌ ସମୟରେ ଲୋକେ ଘରେ ବସି ବସି ଯେଉଁ ମାନସିକ ଦୁଶ୍ଚିନ୍ତା ଭିତରକୁ ଚାଲି ଯାଉଛନ୍ତି ମଦ ଦୋକାନ ଖୋଲିଲେ ତାହା ଦୂର ହେବ ବୋଲି ସେ କହିଛନ୍ତି। ଏହାସହ ରିଷି ଲେଖିଛନ୍ତି ମୋତେ ଭୁଲ୍‌ ବୁଝିବେନି। ଏମିତିକି ଡାକ୍ତର, ପୋଲିସ ମଧ୍ୟ ଏହି ସମୟରେ ରିଲାକ୍ସ ହେବା ଦରକାର। ଏମିତିରେ ତ ବ୍ଲାକରେ ଏହା ବିକ୍ରି କରାଯାଉଛି। ହେଲେ ସରକାରଙ୍କ ଅନୁମତି କ୍ରମେ ମଦ ଦୋକାନ ଖୋଲାଗଲେ ଭଲ ବୋଲି ସେ କହିଛନ୍ତି। ଏଥିରୁ ସବୁ ରାଜ୍ୟ ସରକାର ଲାଭାନ୍ବିତ ହେବେ। ବଲିଉଡ୍‌ର ଜଣେ ଭେଟେରାନ୍‌ କଳାକାର ଭାବେ ରିଷିଙ୍କର ଏହି ମନ୍ତବ୍ୟକୁ କେତେଜଣ ନିନ୍ଦା ମଧ୍ୟ କରିଛନ୍ତି। କେହି କେହି ୟୁଜର୍ସ କହିଛନ୍ତି ଏହି ସମୟରେ ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଆଉ କିଏ କହିଛନ୍ତି ମଦ ଦୋକାନ ଖୋଲିଲେ ସେଠାରେ ଲୋକଙ୍କର ଭିଡ କରୋନା ସଂକ୍ରମଣକୁ ଦ୍ୱିଗୁଣିତ ବି କରିପାରେ।


All Right Reserved By Dharitri.Com

ସନ୍ଦେହ ଘେରରେ ଚାଇନାର ର଼୍ୟାପିଡ୍‌ ଟେଷ୍ଟ୍‌ କିଟ୍‌: କରୋନା ପଜିଟିଭ୍‌ ପାଲଟୁଛନ୍ତି ନେଗେଟିଭ୍‌; ୯୫ ପ୍ରତିଶତ ଘଟଣାରେ ଭୁଲ୍‌ ସୂଚନା

ଜୟପୁର,୨୧।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଭାରତ ଚାଇନାରୁ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌ ମଗାଇଥିଲା। ଏହାଦ୍ୱାରା ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରିବ...

ମତଭେଦ ଯୋଗୁ ଆଉ ହେବନି ଝଗଡ଼ା: ମୋଦି

ମାମଲ୍ଲାପୁରମ୍‌,୧୨।୧୦: ପରସ୍ପର ମଧ୍ୟରେ ଥିବା ମତଭେଦ ଯୋଗୁ ଏବେ ଆଉ ଭାରତ-ଚାଇନା ମଧ୍ୟରେ ଅଯଥା ଝଗଡ଼ା ହେବନି। ଗତ ଦୁଇ ହଜାର ବର୍ଷରୁ ଅଧିକ ସମୟ...

କରୋନା ପ୍ରଭାବ: ନାଲ୍‌କୋରେ ଉତ୍ପାଦନ କମିବା ଆଶଙ୍କା

ବଅଁରପାଳ, ୨୪।୩(ଡି.ଏନ.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାରା ଦେଶରେ ଲାଗୁ କରାଯାଇଛି ଲକ୍‌ଡାଉନ୍‌। ଏହାର ଗଭୀର ପ୍ରଭାବ ପଡ଼ିଛି ଶିଳ୍ପାନୁଷ୍ଠାନ ଉପରେ। ନବରତ୍ନ ମାନ୍ୟତାପ୍ରାପ୍ତ...

କେଜରିଓ୍ବାଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଗୀତିକାର ଜାଭେଦ

ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ଆମ ଆଦମୀ ପାର୍ଟି(ଏଏପି) ବିଜୟ ଲାଭ କରିଛି। ଏଥିପାଇଁ ଏଏପିକୁ ଦିଲ୍ଲୀବାସୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ...

ମୁଖ୍ୟମନ୍ତ୍ରୀ କରୋନା ସହାୟତା ପାଣ୍ଠିକୁ ୧ଲକ୍ଷ ଟଙ୍କାର ସହାୟତା

ନୂଆପଡା ଅଫିସ,୨୦ା୪: ନୂଆପଡା ମହାମାୟା ସାଇନ୍ସ ଆଣ୍ଡ ଟେକନିକାଲ ସାଇନ୍ସ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟତା ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସୋମବାର...

ଖୁବ୍‌ ଶୀଘ୍ର ନାଗରିକତ୍ୱ ହରାଇବେ ସୋନିଆ-ରାହୁଲ: ସୁବ୍ରମଣ୍ୟମ୍‌ ସ୍ବାମୀ

ହାଇଦ୍ରାବାଦ୍‌,୨୦।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଖୁବ୍‌ ଶୀଘ୍ର ଭାରତର ନାଗରିକତ୍ୱ ହରାଇବେ ବୋଲି ଭାଜପା ନେତା ସୁବ୍ରମଣ୍ୟମ୍‌...

କରୋନା ଭୂତାଣୁ ଉପରେ ପରୀକ୍ଷା ହେଉଥିବା ଲ୍ୟାବ୍‌କୁ ମିଳୁଥିଲା ଆମେରିକା ଅନୁଦାନ: ଏଠାରୁ ବ୍ୟାପିଥିଲା ସଂକ୍ରମଣ !

ବେଜିଂ,୧୩।୪: ଚାଇନାର ଉହାନ ସହର ଥିବା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିର ଏକ ଲ୍ୟାବ୍‌ରେ କରୋନା ସଂକ୍ରମଣ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ଏଠାରୁ ସଂକ୍ରମଣ...

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ଏବେ ଚାଲିବ ବିଚାର

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ବଡ଼ ଝଟ୍‌କା ମିଳିଛି। ସେ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ଜନପ୍ରତିନିଧି ଅଧିନିୟମ ଅନ୍ତର୍ଗତ...

Leave a comment

Your email address will not be published. Required fields are marked *